ନୂଆଦିଲ୍ଲୀ : ଭାରତ ଚୀନ ମାଧ୍ୟରେ ଉତେଜନା ଜାରି ରହିଛି l ପୂର୍ବ ଲଦାଖରେ ହାଲିଆକୁ ନେଇ ବିଦେଶ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚୀନ ସେହି କଥା ଗୁଡିକୁ ଅଣଦେଖା କରିଛି ଯାହାକୁ ନେଇ ପୂର୍ବରୁ ସହମତି ଦିଆଯାଇଥିଲା l ମନ୍ତ୍ରଣାଳୟ କହିଛି ଯେ ଚୀନ ପକ୍ଷରୁ ପେଂଗଙ୍ଗର ଦକ୍ଷିଣ ପଟରେ ଥିବା କ୍ଷେତ୍ର ଗୁଡିକରେ ଦେଖା ଯାଇଥିବା ଉତେଜନାକୁ ଭାରତ ତୀବ୍ର ବିରୋଧ କରୁଛି l ବିଦେଶ ମାନ୍ତ୍ରଣାଳୟ ନିଜ ବୟାନରେ ଗୋଟିଏ ବଡ ଆରୋପ ଲଗାଇ କହିଛି ଯେ “୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ ପେଂଗଙ୍ଗ ଲେକ ନିକଟରେ ନିଜର ସ୍ଥାନ ପରିଵର୍ତନ କରିବାକୁ ଚେଷ୍ଟା କରିଥିଲା ,ଓ ଦୁତୀୟା ଥର ଚୀନ ଅଗଷ୍ଟ ୩୧ ତାରିଖରେ ସୀମାରେ ଭାରତୀୟ ଯବାନଙ୍କୁ ଉସକେଇବା ପାଇଁ ଚେଷ୍ଟା କରିଥିଲା l ଯେବେ କି ଦୁଇ ଦେଶର ଗ୍ରୁପ କମାଣ୍ଡୋଙ୍କ ମନନାଧ୍ୟରେ କଥାବାର୍ତା ଚାଲିଥିଲା l ”
ବିଦେଶ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ସେନା ଚୀନ ଉସକେଇବାର ଜବାବ ଦେଇଛି ଓ ଉଚିତ ରାକ୍ଷାତ୍ମକ ପାଦକ୍ଷପ ଉଠାଇଛି l ମନ୍ତ୍ରଣାଳୟ କହିଛି ଯେ ଵର୍ଷର ଆରମ୍ଭରୁ LAC ରେ ଚୀନ ସେନାର ଦ୍ୱିପାକ୍ଷିକ ବୁଝାବଣାକୁ ଉଲଂଘନ କରିଛି l ଚୀନ ସେନା୨୯ ଓ ୩୦ ଅଗଷ୍ଟରେ ପୂର୍ବ ଲଦାଖରେ ଯେଉଁ କାର୍ଯ୍ୟକାଳପ କରିଥିଲା ତାହାକୁ ଭାରାଟିଆ ସେନା ଭଣ୍ଡୁର କରିଦେଲା l ଜୁନ ୧୫ ରେ ଗଲୱାନ ଘାଟିରେ ହୋଇଥିବା ଉତେଜନା ପରେ ଏହା ଦୁତୀୟ ଥରା ଚୀନ ସେନା ପାକ୍ଷରୁ ଏପରି କରାଯାଇଛି l ଆମେରିକାର ଗୋଟିଏ ଗୁଇନ୍ଦା ବିଭାଗ ପକ୍ଷରୁ ତଥ୍ୟ ଅନୁସାରେ ଗଲୱାନ ଘାଟିର ଉତେଜନାରେ ଚୀନର ୩୫ ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା l