Odisha news

କନ୍ଧମାଳ ଜିଲ୍ଲା ନୂତନ ସଭାପତି ଚନ୍ଦ୍ର ଶେଖର ପରିଡ଼ା କୁ ବିରୋଧ। ଘର କଳି ପଦାରେ ପଡ଼ିଲା : ପରିବର୍ତ୍ତନ ନ ହେଲେ ଚରମ ନିଷ୍ପତ୍ତି ନିଆଯିବାକୁ ଦେଲେ ଚେତାବନୀ 

0
ବାଲିଗୁଡ଼ା, ୩୦/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ):   କନ୍ଧମାଳ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଚୟନକୁ ନେଇ ବରିଷ୍ଠ କଂଗ୍ରେସ ନେତୃତ୍ବଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଥିବା କୁଇ ସମାଜ ସାଂସ୍କୃତିକ ଭବନରେ ଆବାହକ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରାଙ୍କ ନେତୃତ୍ବରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦଳର ସାଂସଦ ପ୍ରାର୍ଥି ଅମିର ଚାନ୍ଦ ନାୟକ, ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ଯୁବ ନେତା ଚନ୍ଦନ ପଣ୍ଡା, ସୂର୍ଯ୍ୟକାନ୍ତ ଦାସ କୋଟଗଡ଼ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର, ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ମଜଦୁର ନେତା ଘନ କୁମାର ଶବର,ପିସିସି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ, ଅନାମ ନାୟକ, ଅଭିମନ୍ୟୁ ବେହେରା, ବରିଷ୍ଠ ନେତା ମନୋଜ କୁମାର ଆଚାର୍ଯ୍ୟ, ଅମିର ଚାନ୍ଦ ନାୟକ, ଭିକାରୀ ଚରଣ ପାଣିଗ୍ରାହୀ,ପୂର୍ବତନ ଛାତ୍ର ନେତା ପ୍ରେମଚାନ୍ଦ ତ୍ରିପାଠୀ, କ୍ରିଷ୍ଣା ପ୍ରିୟା ପ୍ରଧାନ,ରାଜ୍ୟ ଆଦିବାସି ଆବାହକ ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଥିବା ବେଳେ ଗତ ୨୬ ତାରିଖରେ ରାଜ୍ୟରେ ୩୫ ଜିଲ୍ଲାରେ ସଭାପତି ଚୟନ କରାଯାଇଥିଲା।ସେଥିରେ କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ସଭାପତି ନାମ ଘୋଷଣା ହୋଇଥିବାରୁ ଜିଲ୍ଲା ବରିଷ୍ଠ କଂଗ୍ରେସ ନେତାଙ୍କ ମହଲରେ ଘୋର ଅସନ୍ତୋଷ ଦେଖା ଦେଇଛି।ଏହାକୁ ବିରୋଧ କରି ଜିଲ୍ଲାର ୧୨ ଟି ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଓ ନେତା ମେଳି ହୋଇ ସଭାପତି ଚୟନକୁ ବିରୋଧ କରି ପରିବର୍ତ୍ତନ କରାଯିବାକୁ ସଭାରେ ନିଷ୍ପତି ନିଆ ଯାଇଥିବା କଂଗ୍ରେସ ନେତା ଓ କର୍ମୀ ପ୍ରକାଶ କରିଛନ୍ତି।ଏହା ସହ ଗତ ଦିନରେ ସଙ୍ଗଠନ ସୃଜନ ଅଭିଯାନ ଆଧାରରେ ଚୟନ କରାନଯାଇ ରାଜ୍ୟ ସଭାପତି ଏହାର ବ୍ୟତିକ୍ରମ କରି କଂଗ୍ରେସକୁ ତଳିତଳାନ୍ତ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଆଶାୟୀ ସଭାପତି କହିଥିବା ବେଳେ ସଭାପତି ପରିବର୍ତ୍ତନ ନହେଲେ ଆଗାମୀ ଦିନରେ ଜିଲ୍ଲା ସଭାପତି ପରିବର୍ତ୍ତନ ନ ହେଲେ ଚରମ ନିଷ୍ପତ୍ତି ନିଆଯିବାକୁ  ଚେତାବନୀ ଦେଇ ଥିବା ଜଣାପଡିଛି l
Leave A Reply