ନିଜକୁ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଉଚ୍ଚ ପଦସ୍ଥ ଅଧିକାରୀ ର ପରିଚୟ ଦେଇ ଉଠାଇଲେ Z + ସିକ୍ୟୁରିଟି ର ସୁବିଧା , ତାପରେ ହେଲେ ଗିରଫ
ନୂଆଦିଲ୍ଲୀ : ନିଜକୁ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ର ଶୀର୍ଷ ଅଧିକାରୀ ର ପରିଚୟ ଦେଇ ଜାମୁ କାଶ୍ମୀର ରେ ସୁରକ୍ଷା ନେଇ କିରଣ ଭାଇ ପଟେଲ ର ଆଜି ପୋଲିସ ରିମାଣ୍ଡ ସମାପ୍ତ ହୋଇଛି l ଗୋଇନ୍ଦା ବିଭାଗ ପାଖଷରୁ ସୂଚନା ପାଇ ପୋଲିସ ତାକୁ ମାର୍ଚ୍ଚ ୩ତାରିଖ ଦିନ ଗିରଫ କରିଥିଲା l ତାଙ୍କ ଉପରେ ଆରୋପ ଲାଗିଛି ଯେ କେନ୍ଦ୍ର ଶାସିତ ଅଂଚଳ ର ଶୀର୍ଷ ଅଧିକାରୀ ମାନଙ୍କ ସହିତ ବସି ବୈଠକ ମଧ୍ୟ କରିଥିଲେ l କେବଳ ଏତିକି ନୁହେଁ LOC ସହିତ କିଛିଟା ପ୍ରମୁଖ ସ୍ଥାନକୁ ମଧ୍ୟ ଗସ୍ତ କରିଥିଲେ ଓ ସରକାରୀ ସୁବିଧାର ଆନନ୍ଦ ମଧ୍ୟ ଉଠାଇଥିଲେ l ଏହାଛଡା ସରକାର ଙ୍କ ପକ୍ଷରୁ ଗୋଟିଏ ପଞ୍ଚ ତାରକା ବିଶିଷ୍ଟ ହୋଟେଲ ରେ ରହିବ ସୁବିଧା ମଧ୍ୟ ଦିଆଯାଇ ଥିଲା l
ହଁ ଆଜ୍ଞା ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ର ଆଡିଶନାଲ ଡ଼ାଇରେକ୍ଟର ର ପରିଚୟ ଦେଇଥିବା କିରଣ ପଟେଲ ଅହମଦାବାଦ ର ଅଟନ୍ତି l ସେ ମିଛ ପରିଚୟ ନିଜର ଦେଇ z ପ୍ଲସ ସିକ୍ୟୁରିଟି ର ସୁବିଧା ନେ ଜାମୁ କାଶ୍ମୀର ରେ ବୁଲିଥିଲେ ଓ ପୋଲିସ ର ସୂଚନା ଅନୁସାରେ ସେହି ସମ୍ବେଦନଶୀଳ ସ୍ଥାନକୁ ମଧ୍ୟ ଯାଇଥିଲେ ଯେଉଁଠିକୁ ସାଧାରଣ ଲୋକେ ଯାଇପାରିବେ ନାହିଁ l ତା ନିକଟରୁ ପୋଲିସ ୧୦ ଟି ନକଲି ଭିଜିଟିଙ୍ଗ କାର୍ଡ ପୋଲିସ ଜବତ କରିଛି ଓ ୨ଟି ମୋବାଇଲ ଫୋନ ମଧ୍ୟ ମିଳିଥିଲା l ଉମେଶ ବିରୁଦ୍ଧରେ IPC ଧାରା 419,420,467,468 ଓ 471 ଅନୁସାରରେ କେଶ ଦର୍ଜ ହୋଇଛି l
ଏହି ମାମଲା କୁ ନେଇ ଉମେଶ ଙ୍କ ଓକିଲ ରହାନ ଗୋହାର କହିଛନ୍ତି ଯେ ଉମେଶ କହିଥିଲେ ଯେ ତାଙ୍କ ସହିତ ଆଉଜଣେ ବ୍ୟକ୍ତି ମଧ୍ୟ ରହିଥିଲେ l ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ବୟାନ ଦରଜ କରାଯାଇ ଥିଲା ଓ ଉକ୍ତ ବ୍ୟକ୍ତିକୁ ଛାଡିଦିଆ ଯାଇଥିଲା l କିରଣ ଙ୍କ ପରିବାର ପକ୍ଷରୁ ଏହି ଘଟଣା କୁ ରାଜନୈତିକ ଷଡଯନ୍ତ୍ର ବୋଲି କୁହାଯାଇଛି l
ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୨ ତାରିଖ ଜାମୁ କାଶ୍ମୀର ପୋଲିସ ର ସିଆଇଡି ଉଇଙ୍ଗ ପକ୍ଷରୁ ଗୋଟିଏ ସନ୍ଦିଗ୍ଧ ବିଷୟରେ ପୋଲିସ କୁ ସୂଚନା ମିଳିଥିଲା l ଏହାପରେ ଉମେଶ କୁ ଗିରଫ କକରିବା ପାଇଁ ତତ୍ପରତା ଦେଖାଇ ଥିଲା ଓ ଗୋଟିଏ ଟିମ୍ ର ଗଠନ କରାଯାଇ ଥିଲା ଓ କିରଣ ଭାଇ ପଟେଲ ଙ୍କୁ ଗିରଫ କରାଯାଇ ଥିଲା l ଏହା ପୂର୍ବରୁ କିରଣ ଭାଇ ପଟେଲ ଗତ ଅକ୍ଟୋବର ମାସରେ ସେ କାଶ୍ମୀର ଘାଟି ରେ ର ଗସ୍ତ କରିଥିଲା, ଗିରଫ ହେବା ପୂର୍ବରୁ ସେ ନିୟନ୍ତ୍ରଣ ରେଖା LOC ନିକଟସ୍ଥ ଉରୀ ରେ ଆର୍ମି ପୋଷ୍ଟ ହୋଇ ଶ୍ରୀନଗର ଲାଲ ଚୌକ ରେ ପହଞ୍ଚି ଥିଲା l