ଆସିକା,୧୮/୪ ବଜ୍ରାଘାତ ଘଟି ଶନିବାର ସନ୍ଧ୍ୟା ରେ ଆସ୍କା ଥାନା ଅନ୍ତର୍ଗତ କାଳ ଷଣ୍ଢ ପୁର ଗ୍ରାମ ର ଅଜୟ ବିଶ୍ଵାଳ(୨୫) ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗ୍ରାମ ବଡ଼ ସାହି ର ଲକ୍ଷ୍ମୀ ବିଶ୍ଵାଳ ଙ୍କ ପୁଅ ଅଜୟ ଋଷିକୁଲ୍ୟା ନଦୀ କୁ ଗାଧୋଇବା କୁ ଯାଇଥିବା ବେଳେ ଅଚାନକ ଘଡ଼ଘଡ଼ି, ବିଜୁଳୀ ସହବର୍ଷା ଆସିଥିଲା। ଦେଖୁ ଦେଖୁ ଅଜୟ କୁ ବଜ୍ରାଘାତ ହୋଇ ଅଚେତ ହୋଇ ପଡ଼ିଯାଇଥିଲା। ଗ୍ରାମବାସୀ ଅଜୟ କୁ ସ୍ଥାନୀୟ ଉପ ଖଣ୍ଡ ଚିକିତ୍ସାଳୟ କୁ ଆଣିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସାନଭାଇ ର ଅଭିଯୋଗ କୁ ଭିତ୍ତି କରି କେସ ନମ୍ବର ୭/୨୦ ରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକ ର ଶବ ରବିବାର ଦିନ ବ୍ୟବଚ୍ଛେଦ ହେବ।