ଆଜିର ଯୁବ ପିଢ଼ି ନିଜର ଜୀବନରେ କିଛିଟା ବିଷୟରେ ବିଲକୁଲ୍ ବି ଠିକ୍ ନିର୍ଣ୍ଣୟ ନେଇ ପାରନ୍ତି ନାହିଁ । ଆମ ପୁର୍ବଜ ମାନଙ୍କର କିଛିଟା ମାର୍ଗ ଦର୍ଶନ ଆମ ଜୀବନକୁ ପଥ ପ୍ରଦର୍ଶନ କରିଥାଏ । ଯାହାଦ୍ଵାରା ଆମେ ନିଜ ଜୀବନକୁ ଠିକ୍ ରାସ୍ତାରେ ଅନୁପ୍ରାଣିତ କରି ପରିବା । ନୀତିଶାସ୍ତ୍ର କହୁଛି ଜୀବନରେ ଏଭଳି କିଛି ଲୋକ ମାନଙ୍କ ପକ୍ଷରୁ ଦୂରେଇ ରହିବା ଆବଶ୍ୟକ,ଯେଉଁମାନେ ଆମ ଜୀବନକୁ ଖରାପ୍ ଆଡ଼କୁ ଟାଣି ନିଅନ୍ତି ଓ ବିପଦରେ ପକାଇ ଥାଆନ୍ତି
* ଯେଉଁ ବ୍ୟକ୍ତିମାନେ ମୁହଁରେ ମିଠା କଥା କୁହନ୍ତି ଓ ପିଠି ପଛରେ ଆମର ଆଲୋଚନା କରନ୍ତି , ସେଭଳି ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବା ଆବଶ୍ୟକ । ଏଭଳି ଲୋକଙ୍କ ଉପରେ କେବେବି ଭରସା କରିବା ଉଚିତ୍ ନୁହେଁ ।
* ଯେଉଁ ବ୍ୟକ୍ତିମାନେ ଦେଖେଇ ହୋଇ ଅନ୍ୟ ମାନଙ୍କ ପ୍ରତି ଭଲ ଭାବରେ ମିଠା ବ୍ୟବହାର କରି ଥାଆନ୍ତି ସେମାନଙ୍କ ନିକଟରୁ ଦୂରେଇ ରହିବା ଆବଶ୍ୟକ । ଏଭଳି ଲୋକମାନେ ସେହି ହାଣ୍ଡି ଭଳି ହୋଇ ଥାଆନ୍ତି ଯେଉଁମାନେ ମନ ଭିତରେ ବିଷ ଭରି ଲୋକ ଦେଖାଣିଆ କୁ ଭଲ ବ୍ୟବହାର କରନ୍ତି । ଏଭଳି ଲୋକଙ୍କ ନିକଟରୁ ସମୟ ଥାଉ ଥାଉ ଦୂରେଇ ନଗଲେ ବିପଦରେ ପଡ଼ିବା ।
* ଆପଣଙ୍କ ସହିତ ମିଶୁଥିବା ବନ୍ଧୁ ଯିଏ ଆପଣଙ୍କ ଭୁଲ୍ କାର୍ଯ୍ୟକୁ ଠିକ୍ କହି ଆପଣକୁ ସପୋର୍ଟ କରିଥାଏ , ସେଭଳି ବ୍ୟକ୍ତି ନିକଟରୁ ଦୂରେଇ ଯିବା ଉଚିତ୍ । କାରଣ ଏଭଳି ବ୍ୟକ୍ତିଙ୍କୁ ନେଇ ଯଦି ଆପଣ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହିଁବେ ତେବେ ସୁନିଶ୍ଚିତ ଖାଲରେ ପଡ଼ିବେ । ଏମାନେ ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଭୁଲ୍ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ଦେବେ । ତେଣୁ ମୁହଁ ରେ ମିଠା କଥା କହୁଥିବା ବ୍ୟକ୍ତି ଠାରୁ ଦୂରେଇ ରୁହନ୍ତୁ ।
Comments are closed.