ଖୋର୍ଦ୍ଧା,୧୪ା୯: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟରର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଧିନସ୍ଥ ନୂଆଗାଁ ଗ୍ରାମପଂଚାୟତର ହରିପୁର ଗ୍ରାମର ସ୍ୱାଧୀନ ସାମନ୍ତରାୟ ଏକ ଦୁର୍ଘଟଣାରେ ଆଘାତ ପ୍ରାପ୍ତ ହୋଇ ତାଙ୍କର ଗୋଡ଼ହାତ ଅଚଳ ହୋଇ ପଡ଼ିବା ସହ ବାକ୍ ଶକ୍ତି ମଧ୍ୟ ହରାଇ ବସିଛନ୍ତି । ବହୁତ କଷ୍ଟରେ ଠିଆ ହେଉଛନ୍ତି ସେ ପୁଣି ଗୋଟିଏ ସ୍ଥାନରେ । ସେ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ଦୁର୍ଘଟଣା ଯୋଗୁଁ ସେ ସବୁ କିଛି ହରାଇ ବସିଛନ୍ତି । କରୋନା ମହାମାରୀ ଏବଂ ବନ୍ୟା ଯୋଗୁଁ କୋ÷ଣସି କାମ ମିଳୁ ନାହିଁ । ଭୋକ ଉପାସରେ ଦିନ କାଟୁଛନ୍ତି ସ୍ୱାଧୀନଙ୍କ ପରିବାର ।
ଏ ଖବର ୟରର୍ସ ହୋପ ଫାଉଣ୍ଡେସନର ଟାଙ୍ଗୀ ବ୍ଲକ୍ ସଂଯୋଜକ ଜ୍ଞାନ ରଂଜନ ଦାସ ପାଇବା ପରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ରୀନା ରାଣୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସ୍ୱାଧୀନଙ୍କ ପରିବାରକୁ ରାସନ ସାମଗ୍ରୀ ଏବଂ ସୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହିତ ତାଙ୍କୁ ସମସ୍ତ ଚିକିସôା ସହାୟତା ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ରୀନାରାଣୀ ନାୟକ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିମାଂଚଳ ସ୍ୱାଇଁ, ସଂଗ୍ରାମ ରଣା, ସୁଇଟି, ମୁନାବାବୁ, ସନ୍ତୋଷ ନାୟକ, ଅନୁଭବ ନାୟକ, ସୁଜାତା, ମୁନା ବେହେରା ଏବଂ ଅନ୍ୟ ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ