Odisha news

ଛୋଟ ବେଳରୁ “ମା” ଙ୍କ ପୋଷାକ ପିନ୍ଧୁଥିବା WWE ରେସଲର : ବର୍ତମାନ ହୋଇଗଲେ କିନ୍ନର

ନୂଆଦିଲ୍ଲୀ :WWE ରେ ନିଜର ରେସ୍ଲୀଙ୍ଗ ଦ୍ୱାରା ଦର୍ଶକ ମାନଙ୍କର ମନୋରଞ୍ଜନ କରୁଥିବା ଟାୟଲର ରେକ୍ସ ନିକଟରେ ଗୋଟିଏ ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି l ସେ ଜଣେ ଟ୍ରାନ୍ସ ଜେଣ୍ଡାର ଅର୍ଥାତ କିନ୍ନର ଅଟନ୍ତି l ବର୍ତମାନ ତାଙ୍କୁ ଲୋକମାନେ ଗୋଵି ଟୁଫ୍ଟ ନାମରେ ଜାଣିବେ l ସେ ୨୦୦୯ ରୁ ନେଇ ୨୦୧୪ ପର୍ଯ୍ୟନ୍ତ ରେସଲିଂ ରେ ନିୟୋଜିତ ଥିଲେ l ଗୋଵି ଗୋଟିଏ ପ୍ରେସ ବିଜ୍ଞପ୍ତିରେ ଏହା ସୂଚାଇ ଦେଇଛନ୍ତି l

ସେ ନିଜର ଇଂସ୍ଟlଗ୍ରାମରେ ମଧ୍ୟ ଏହି ବିଷୟରେ ସୂଚନା ଦେଇଛନ୍ତି l ଗୋଟିଏ ଉନ୍ନତ ମାନର ରେସଲର ହିସାବରେ ତାଙ୍କର ଅନେକ କୃତିତ୍ୱ ରହିଛି l ସେ ଲେଖିଛନ୍ତି ଜଣେ ପୂର୍ବ wwe ତାରକା ଭାବରେ ବଡି ବିଲ୍ଡର ,ଫିଟନେସ ଗୁରୁ ,ମୋଟିଭେସନଲ ସ୍ପିକର ଓ ମୋଟର ସାଇକିଲ ରେଶର ବର୍ତମାନ ପର୍ଯ୍ୟନ୍ତ ଗୋଟିଏ ଆତ୍ମ ନିର୍ଭର ମହିଳା ଭାବରେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି l ସେ ଦୀର୍ଘ ଦିନରୁ ନିଜ ମନ ଭିତରେ ଗୋଟିଏ ସଂଘର୍ଷ କରି ଆସୁଛନ୍ତି l ସେ ୨୦୧୪ ରେ ନିଜ ପରିବାର ସହିତ ସମୟ ବିତାଇବେ କହି ରେଶଲିଙ୍ଗ ରୁ ସନ୍ୟାସ ନେଇଥିଲେ l

ସେ ଗୋଟିଏ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ସେ ୧୦ ବର୍ଷର ଥିଲେ ସେ ନିଜର ମାଙ୍କ ପୋଷାକ ପିନ୍ଧି ନିଜକୁ ଦର୍ପଣ ଆଗରେ ଦେଖୁଥିଲେ l ସେ କିନ୍ତୁ ଏହି ବିଷୟରେ କାହାକୁ କହୁ ନଥିଲେ l ସେ ୨୦୦୨ ରେ ଵିଭାହ କରିଥିଲେ ,ତାଙ୍କର ଗୋଟିଏ ୯ ବର୍ଷର ଝିଅ ମଧ୍ୟ ଅଛି l ସେ ଏହି ସାକ୍ଷାତକାରରେ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାରେ ତତ୍ପର ନୁହନ୍ତି ଓ ତାଙ୍କୁ ବଦନାମ କରାଯାଉଛି l ସେ ଛୋଟ ବେଳରୁ ମାଙ୍କ ପୋଷାକରେ ନିଜକୁ ଦେଖିବାକୁ ଯାଇ କିପରି ଭାବରେ କିନ୍ନର ହେଇଗଲେ ତାହା ତାଙ୍କୁ ଜଣା ଅଛି l ଯଦି କୌଣସି ବ୍ୟକ୍ତି ଏହି ଆହ୍ୱାନ ମୂଳକ କିନ୍ନର ଉପlଖ୍ୟାନକୁ ନେଇ ଜଡିତ ରହୁଛନ୍ତି ତେବେ ଗୋଵି ଓ ତାଙ୍କ ପତ୍ନୀ ନିଶ୍ଚିନ୍ତ ଭାବରେ ସହଯୋଗ କରିବେ l

 

Nalco

Comments are closed.