Odisha news

ଯଦି ତୃତୀୟ ବିଶ୍ୱଯୁଦ୍ଧ ହେଲା ତେବେ ଏହିସବୁ ହତିଆର ହୋଇଯିବ ମହାପ୍ରଳୟ ର କାରଣ

0

ଯୁଦ୍ଧ ଯେମିତି ମଧ୍ୟ ହେଉ, ତାହା କେବେ ବି କୌଣସି ଦେଶ ପାଇଁ ଭଲ ହୋଇନଥାଏ l ଏହାଦ୍ୱରା କେବଳ ଵିଧ୍ଵଂସ ହୋଇଥାଏ, ଏବଂ ମୃତ୍ୟୁର ତାଣ୍ଡବ ହୋଇଥାଏ l ବିଶ୍ୱଯୁଦ୍ଧ ୧ ଏବଂ ବିଶ୍ୱଯୁଦ୍ଧ ୨ ହୋଇଯାଇଛି, ଏବଂ ଦୀର୍ଘଦିନ ରୁ ଶୁଣିବାକୁ ମିଳୁଛି ଯେ ତୃତୀୟ ବିଶ୍ୱଯୁଦ୍ଧ ମଧ୍ୟ ଆଗକୁ ହେବ l ଏବଂ ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ଏହାର ପରିଣାମ ଖୁବ ଘାତକ ହେବ l ଯଦି ଆଜି ର ସମୟ ରେ ଯଦି ଯୁଦ୍ଧ ହେବ ତେବେ ଏହାର ପରିଣାମ ଦୁଇଟି ବିଶ୍ୱଯୁଦ୍ଧ ଅପେକ୍ଷା ଅଧିକ ଭୟଙ୍କର ସ୍ଥିତି ହେବ, ଆଧୁନିକ ଅସ୍ତ୍ର ଓ ଯନ୍ତ୍ର ଦ୍ୱାରା ବିଶ୍ୱରେ ତାଣ୍ଡବ ସୃଷ୍ଟି ହେବ, କିନ୍ତୁ କେଉଁସବୁ ଅସ୍ତ୍ର ତୃତୀୟ ବିଶ୍ବଯୁଦ୍ଧରେ ବିନାଶ ର କାରଣ ହେବ ତାହା ଜାଣି ରଖିବା ଜରୁରୀ l

ପରମାଣୁ ଅସ୍ତ୍ର ହେଉଛି ସବୁଠୁ ବଡ଼ ଚିନ୍ତାର କାରଣ –
ଆଜିର ସମୟ ରେ ସବୁଠୁ ବଡ଼ ଚିନ୍ତାର କାରଣ ପରମାଣୁ ଅସ୍ତ୍ର, ଗବେଷକ ଙ୍କ ଅନୁସାରେ ତୃତୀୟ ବିଶ୍ୱଯୁଦ୍ଧ ର ପରିଣାମ ଭୟଙ୍କର ହୋଇପାରେ ଓ ଏହାର ପରିଣାମ ଭୟଙ୍କର ହେବ l ଏବଂ ଏହାଦ୍ୱାରା ବଡ଼ ଧରଣର ତାଣ୍ଡବ ମଧ୍ୟ ଘଟିବ, ଏବଂ ଏହି ପରମାଣୁ ଯୁଦ୍ଧର ପରିଣତି ଏତେ ଭୟଙ୍କର ହେବ ଯେ ଦୁନିଆରେ ପାଖାପାଖି ଏକ ତୃତୀୟାଂଶ ଜନସଂଖ୍ୟା ହ୍ରାସ ହୋଇଯିବ l

ଦ୍ଵିତୀୟ ବିଶ୍ବଯୁଦ୍ଧରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଏତେ ଭୟଙ୍କର ଥିଲା ଯେ ହେଲେ ପରମାଣୁ ବମ ଭଳି ଏତେ ଭୟଙ୍କର ନଥିଲା, ଆଜିର ସମୟ ରେ ଯଦି ପରମାଣୁ ବମ କେଉଁଠାରେ ପଡିବ ତେବେ ହିରୋସୀମା ନାଗାସାକି ଠାରୁ ମଧ୍ୟ ଭୟଙ୍କର ସ୍ଥିତି ହେବ l ଯଦି ଆଜିର ସମୟ ରେ ଯଦି ପରମାଣୁ ବୋମା ଯୁଦ୍ଧ ହେବ ତେବେ ଦୁନିଆ ସମାପ୍ତ ହେବାକୁ ବେଶୀ ସମୟ ଲାଗିବ ନାହିଁ l

ପରମାଣୁ ବିସ୍ଫୋଟ କିପରି ହୋଇଥାଏ –
ଯେତେବେଳେ ପରମାଣୁ ବିସ୍ଫୋଟ ହୋଇଥାଏ ସେତେବେଳେ ଏଥିରୁ ଖୁବ ବଡ଼ ମାତ୍ରାରେ ଉର୍ଜା ବାହାରିଥାଏ , ଏହି ପ୍ରକ୍ରିୟା କୁ ନାଭିକୀୟ ବିଖଣ୍ଡନ କୁହାଯାଇଥାଏ, ଏହାର ବିସ୍ଫୋଟ ଦ୍ୱାରା ରେଡ଼ିଓ ଆକ୍ଟିଭ  ରେଜ ମଧ୍ୟ ବାହାରିଥାଏ ଯାହାକି ଖୁବ କ୍ଷତି ଘଟାଇଥାଏ l ଏହା ସମସ୍ତ ଜୀବନ୍ତ ସେଲସ କୁ ନଷ୍ଟ କରିବାର ଶକ୍ତି ରଖିଥାଏ l ବିଶେଷ ଭାବରେ ପରମାଣୁ ବିସ୍ଫୋଟ ହୋଇଥାଏ ତେବେ ଏହାଦ୍ୱାରା ଧୂଳି ଓ ପାଉଁଶ ର ବେଳୁଁ ବାହାରିଥାଏ, ଯାହାକି ବାୟୁମଣ୍ଡଳ ରେ ପହଂଚିଥାଏ, ଏବଂ ଏହି କାରଣରୁ ସୂର୍ଯ୍ୟ ଙ୍କ ଆଲୋକ ପୃଥିବୀ ରେ ପହଂଚି ପାରିନଥାଏ l ଏବଂ ପୃଥିବୀର ତାପମାତ୍ରା ଧୀରେ ଧୀରେ କମି ଯାଇଥାଏ  ଏବଂ ସବୁକିଛି ହ୍ରାସ ପାଇଯାଏ l

Leave A Reply