Odisha news

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କଣ ଏବଂ ଏହାଦ୍ୱାରା କେଉଁସବୁ ସୁବିଧା ଉପଲବ୍ଧ ହୋଇଥାଏ

0

ଭାରତ ସରକାର ଦେଶର ନାଗରିକ ମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ଉପଲବ୍ଧ କରାଇଥାଆନ୍ତି, ସରକାରଙ୍କ ର ଅଲଗା ଅଲଗା ଯୋଜନା ର ଲାଭ ଦେଶର ଅଲଗା ଅଲଗା ଲୋକେ ପାଇଥାଆନ୍ତି, ସରକାର ଙ୍କର ଅଲଗା ଅଲଗା ଯୋଜନାର ଲାଭ ଦେଶର ଗରୀବ ଏବଂ ଅନ୍ୟାନ୍ୟ ଶ୍ରେଣୀର ଲୋକେ ପାଇଥାଆନ୍ତି, କିଛି ଯୋଜନାରେ ସରକାର ଲୋକଙ୍କୁ ଆର୍ଥିକ ଲାଭ ଦେଇଥାଆନ୍ତି l ଏବଂ ଆଉ କିଛି ଯୋଜନା ଏହିଭଳି ଥାଏ ଯାହାକି ଲୋକଙ୍କୁ ଆର୍ଥିକ ଲାଭ ସହିତ ସ୍କିଲ ଡେଭେଲପମେଣ୍ଟ  ର ଟ୍ରେନିଂ ଦିଆଯାଇଥାଏ l ଯାହାଦ୍ୱାରା ଲୋକଙ୍କୁ ରୋଜଗାର ହାସଲ କରିବାରେ ସୁବିଧା ମିଲିଠେ, ସେହିଭଳି ଗୋଟିଏ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଏହି ଯୋଜନା ଜରିଆରେ କଣ ରହିଛି ଲାଭ ଆସନ୍ତୁ ଜାଣିବା l

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ରେ କଣ ରହିଛି ଲାଭ ?
– ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ଯୋଜନା ଦ୍ୱାରା କୌଣସି ଛୋଟ କାର୍ଯ ସହିତ ଜଡିତ ଅଟେ, ଏହି ଯୋଜନାରେ ଜଡିତ ଲୋକଙ୍କୁ କିଛିଦିନ ପାଇଁ ଟ୍ରେନିଂ ଦିଆଯାଇ ରୋଜଗାରକ୍ଷମ କରାଯାଏ l ଯେତେଦିନ ପର୍ଯ୍ୟନ୍ତ ଟ୍ରେନିଂ ଚାଲିଥାଏ ପ୍ରତିଦିନ ୫୦୦ ଟଙ୍କା ଷ୍ଟାଇପେଣ୍ଡ ଭାବରେ ମିଳିଥାଏ l

– ଟ୍ରେନିଂ ସାରିବା ପରେ ସରକାରଙ୍କ ପକ୍ଷରୁ ଲାଭାର୍ଥି ମାନଙ୍କୁ ନିଜ ଜିନିଷପତ୍ର କିଣିବା ପାଇଁ ୧୫ ହଜାର ଟଙ୍କା ଦିଆଯାଇଥାଏ l ଏବଂ ଏହି ଯୋଜନା ରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମଧ୍ୟ ଦିଆଯାଇଥାଏ l ଯାହାକି ଖୁବ କମ ଋଣ ଦର ଏବଂ ବିନା କୌଣସି ଗ୍ୟାରେଣ୍ଟି ରେ ମିଳିଥାଏ l ଏହି ୧ଲକ୍ଷ ଲୋନ ଶୁଝିବା ପରେ ଆହୁରି ୨ଲକ୍ଷ ଲୋନ ମଧ୍ୟ ଦିଆଯାଇଥାଏ l

ଏହିମାନେ କରିପାରିବେ ଆବେଦନ –
ଏଥିପାଇଁ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ପନ୍ଥା କୁ ଲୋନ ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି l ଯେପରିକି ବଣିଆ, ପଥର କାର୍ଯ୍ୟ କରୁଥିବା ବ୍ୟକ୍ତି, ମୂର୍ତ୍ତିକାର, କମାର ଯିଏକି ଲୁହା କାମ କରନ୍ତି, ଭଣ୍ଡାରୀ ବା ବାରିକ, ଜୋତା ପ୍ରସ୍ତୁତ କରୁଥିବା ବ୍ୟକ୍ତି, ରାଜମିସ୍ତ୍ରୀ, ଜାଲ ବୁଣୁଥିବା ବ୍ୟକ୍ତି, ଖେଳନା ପ୍ରସ୍ତୁତ କରୁଥିବା ବ୍ୟକ୍ତି, ସପ , ଚଟେଇ ବୁଣୁଥିବା ବ୍ୟକ୍ତି ଏହିମାନେ ବିଶ୍ୱକର୍ମା ଯୋଜନା ପାଇଁ ଉପଯୁକ୍ତ ଅଟନ୍ତି l

ଏହିଭଳି କରନ୍ତୁ ଯୋଜନାର ଆବେଦନ –
ଯଦି ଆପଣ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଲାଭ ପାଇବା କୁ ଚାହୁଁଛନ୍ତି ତେବେ ନିକଟସ୍ଥ କମନ ସର୍ଭିସ ସେଣ୍ଟର କୁ ଯିବାକୁ ପଡିବ, ଏବଂ ସେଠାରେ ଆପଣଙ୍କୁ ନିଜର କାଗଜପତ୍ର ଯାଞ୍ଚ କରାଇବାକୁ ପଡିବ, ଯଦି ଆପଣଙ୍କ ର ସମସ୍ତ ତଥ୍ୟ ପ୍ରମାଣ ଠିକ ଥାଏ ତେବେ ଆବେଦନ କରିପାରିବେ l

Leave A Reply