ପ୍ରଦୀପ୍ତ ଆଚାର୍ଯ୍ୟ : ପ୍ରକୃତି ମନୁଷ୍ୟ ଶରୀରରେ ଏପରି ଏକ ଯନ୍ତ୍ର(ପାଣିପମ୍ପ) ଖଞ୍ଜି ଦେଇଛି,ଯାହା ଶିଶୁ,ମାତୃ ଗର୍ଭରେ ଥିବାବେଳୁ କାର୍ଯ୍ୟ ଆରମ୍ଭ କରି ଅନବରତ ଭାବେ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ ,ବିନା ବିଶ୍ରାମରେ ଅଶିବର୍ଷ,ଶହେବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରୁଥିବା ପରି ପାଣିପମ୍ପ ବାହାର କରିବାକୁ ସକ୍ଷମ ହୋଇପାରିନାହାନ୍ତି ।ଆମ ଶରୀରର କେତେକ ଅଙ୍ଗ ପ୍ରତ୍ୟଙ୍ଗ ଆମ ଇଛା ଅନୁସାରେ ପରିଚାଳିତ ହେଉଥିବା ସ୍ଥଳେ ଆଉ କେତେକ ସ୍ୱୟଂକ୍ରିୟ ।ଏହି ସ୍ୱୟଂକ୍ରିୟ ଅଙ୍ଗ ମଧ୍ୟରୁ ଆମ ଶରୀରରେ ହୃଦୟ ହେଉଛି ଏକ ଗୁରୁତ୍ୱପୂର୍ଣ ଅଙ୍ଗ, ଯାହା ଅକାମୀ ହୋଇଗଲେ,ମନୁଷ୍ୟ ମୃତ୍ୟୁ ମୁଖରେ ପଡେ । ତେଣୁ ଏହି ଗୁରୁତ୍ୱପୂର୍ଣ ଅଙ୍ଗକୁ ସୁସ୍ଥ ଏବଂ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଆମ୍ଭଙ୍କୁ କେତେକ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ବିଶ୍ୱରେ ବର୍ଷକୁ ସମୁଦାୟ ମୃତ୍ୟୁ ମଧ୍ୟରୁ ୩୧% ବା ୧୭.୯ ମିଲିୟନ ଲୋକ ଉବକ୍ସୟସକ୍ଟଙ୍ଖବଗ୍ଦମଙ୍କକ୍ଷବକ୍ସ ୟସଗ୍ଦରବଗ୍ଦରଗ୍ଦ (ଉଠଊଗ୍ଦ)ହୃଦଘାତ ଜନୀତ ମୃତ୍ୟୁ ମୁଖରେ ପଡୁଛନ୍ତି ।ଲୋକମାନଙ୍କୁ ଏଦିଗରେ ସଚେତନ କରାଇବା ପାଇଁ ଡକ୍ଟକ୍ସକ୍ଷୟ ଐରବକ୍ଷଗ୍ଧଷ ଙକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ(ଡଐଙ)ସହାୟତାରେ ଞଷର ଡକ୍ଟକ୍ସକ୍ଷୟ ଐରବକ୍ସଗ୍ଧ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ ଦ୍ୱାରା ,୧୯୯୯ ମସିହା ଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୯ ତାରିଖ ଦିନ ଡକ୍ଟକ୍ସକ୍ଷୟଐରବକ୍ସଗ୍ଧ ଊବଚ୍ଚ ବା ବିଶ୍ୱ ହୃଦୟ ଦିବସ ପାଳିତ ହେଉଅଛି ।ଏହି ଦିବସରେ ଅନେକ ବିଭାଗୀୟ ଅଭିଜ୍ଞ ଡାକ୍ତର,ତାଲିମ ପ୍ରାପ୍ତ ସ୍ୱେଛାସେବୀ ,ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ,ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ପୋଷ୍ଟର,ଲିଫଲେଟ,ପଥପ୍ରାନ୍ତ ନାଟକ, ଟିଭି ରେଡିଓ ମାଧ୍ୟମରେ ବାର୍ତା ପ୍ରଚାର କରି,ଏ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇଥାନ୍ତି ।
ଏହିରୋଗ ସାଧାରଣତଃ ତମାଖୁସେବନ ,ଧୁମପାନ, ମଦ୍ୟପାନ,ଅନିୟମିତ ଅସୁନ୍ତଳିତ ଖାଦ୍ୟାଭାସ ତଥା ପ୍ରଦୁଷିତ ବାୟୁ ସେବନ ଯୋଗୁ ଆକ୍ରାନ୍ତ କରିବାର ଯଥେଷ୍ଟ ସମ୍ଭାବନା ଥାଏ ।ଉପରୋକ୍ତ ଅଭ୍ୟାସ ଯୋଗୁ ଉଚ୍ଚ ରକ୍ତଚାପ,ଶରୀରରେ ଶର୍କରା ବୃଦ୍ଧି ବା ମଧୁମେହ, ମୋଟାପଣ ଇତ୍ୟାଦି ହୋଇଥାଏ,ଯାହାକି ହୃଦଘାତକୁ ସାଦର ନିମନ୍ତ୍ରଣ କରିଥାଏ ।ଶାରିରୀକ ପରିଶ୍ରମ ବା ବ୍ୟାୟାମ କରୁନଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଏହା ସହଜରେ ଆକ୍ରାନ୍ତ କରିଥାଏ ।ପ୍ରତ୍ୟେକ ବର୍ଷ ଏହି ଦିବସକୁ ପାଳନ କରିବା ପାଇଁ ଏକ ବିଷୟ ବସ୍ତୁ ଚୟନ କରାଯାଏ ।୨୦୧୯ ର ବିଷୟ ବସ୍ତୁ ଥିଲା (ଐରବକ୍ସଗ୍ଧ ଐରକ୍ସକ୍ଟରଗ୍ଦ)ଏହି ବର୍ଷର ବିଷୟ ବସ୍ତୁ ହେଉଛି(ଟଗ୍ଦର ଣକ୍ଟଙ୍କକ୍ସ ଐରବକ୍ସଗ୍ଧ ଗ୍ଧକ୍ଟ ଭରବଗ୍ଧ ଉଠଊ) ।ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣର ଭୟାବହତା ଦୃଷ୍ଟିରୁ ,ଏ ବର୍ଷ ବିଶ୍ୱ ହୃଦୟ ଦିବସ ପାଳିତ ହେବାର ଯଥେଷ୍ଟ ଗୁରୁତ୍ୱ ରହିଅଛି ।ନିଶା ସେବନ,ଅସନ୍ତୁଳିତ ଖାଦ୍ୟ ଗ୍ରହଣରୁ ଦୁରେଇ ରହି,ନିୟମିତ ଶାରିରୀକ ବ୍ୟାୟାମ କରି,ନିଜେ ଏ ଖର୍ଚ୍ଚବହୁଳ ରୋଗର ଚିକିତ୍ସା ଠାରୁ ଦୁରେଇ ରହିବା ସଙ୍ଗେ ସଙ୍ଗେ,ଅନ୍ୟ ପି୍ରୟଜନ ତଥା ଅବଚେତନ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ,ଆମ୍ଭେ ସମସ୍ତେ ସଜାଗ ହେବାହିଁ ଆଜି ଦିବସର ତାତ୍ପର୍ଯ୍ୟ ।