– ବେଲ ପଣା ଶରୀର ପାଇଁ ଥଣ୍ଡା ହୋଇଥାଏ l ଗ୍ରୀଷ୍ମ ଋତୁରେ ବେଲ ପଣା ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଓ ପେଟ ଥଣ୍ଡା ମଧ୍ୟ ରହିଥାଏ l ଏହାର ସିଧାସଳଖ ପ୍ରଭାବ ପେଟକୁ ସୁସ୍ଥ ରଖିଥାଏ ଓ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ l
– ବେଲ ପଣା ରେ ପ୍ରୋଟିନ, ବିଟା କେରୋଟିନ , ଥାଇମିନ, ରାଇବଫ୍ଲେବିନ ଓ ଭିଟାମିନ ସି ରହିଥାଏ l ତେଣୁ ବେଲ ପଣା ଇମ୍ୟୁନିଟି ବଢାଇବା ସହିତ ଶରୀରକୁ ଆବଶ୍ୟକ ପୋଷକତତ୍ୱ ଯୋଗାଇ ଥାଏ l
– ବେଲପଣା ରେ ଥିବା ପୋଷାକ ତତ୍ୱ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଆପଣ ନିୟମିତ ବେଲପଣା ସେବନ କରିବା ନିହାତି ଜରୁରୀ ଅଟେ l
– ବେଲପଣା କ୍ୟାନ୍ସର ପ୍ରତିରୋଧକ ଅଟେ l ତେଣୁ ପ୍ରତିଦିନ ବେଲପଣା ସେବନ ଦ୍ୱାରା କ୍ୟାନ୍ସର ସେଲ୍ ମଧ୍ୟ ନଷ୍ଟ ହୋଇଥାଏ l
– ସକାଳୁ ଖାଲି ପେଟରେ ବେଲପଣା ସେବନ ସମୟରେ ସେଥିରେ କିଛି ମହୁ ମିଶାଇ ସେବନ କରିବା ଦ୍ୱାରା ଏସିଡ଼ିଟି ରୁ ଆରାମ ମିଳିଥାଏ l
– ଖାଲି ପେଟରେ ପ୍ରତିଦିନ ବେଲପଣା ସେବନ ପିତ, କଫ,ବାତ ଦୋଷ ଠାରୁ ଦୁରେଇ ରଖିଥାଏ l ସର୍ବଦା ମାନେ ରଖିବେ ଯେ ଖଲିପେଟ ରେ ବେଲପଣା ସେବନ କରିବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ l