Odisha news

ବେଆଇନ ଶାଗୁଆନ କାଠ ଜବତ

0
ରଣପୁର, ୨୮/୦୮ : ରଣପୁର ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି | ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଜଙ୍ଗଲ ବିଭାଗ ଚଢ଼ାଉ କରିଥିଲେ | ଖବର ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇବା ପରେ ଫରେଷ୍ଟର ରଂଜିତ ବେହେରା ଟିମ ସହ ଘଟଣା ସ୍ଥଳରେ ପହଂଚିଥିଲେ | ଖବର ଅନୁଯାୟୀ ରଣପୁର ବ୍ଲକ ସୁର୍କାବାଡି ଗ୍ରାମର ଗାଁ ମୁଣ୍ଡ କୋଠଘର ପାଖାପାଖି ଏକ ଜାଗାରେ ଶାଗୁଆନ କାଠ ଗଦା ହୋଇଥିବା ଦେଖିବାକୁ ମିଳିଥିଲା | ଏହି ଖବର ପାଇବା ପରେ ଫରେଷ୍ଟର ସେଠାରେ ପହଂଚି କାଠ ଜବତ କରିଥିଲେ | ଏହି କାଠ କାହାର ବୋଲି ଜଣାପଡି ନାହିଁ | ଏହି କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି |
Govt
Leave A Reply