Odisha news

ଭଦ୍ରକ ଜିଲ୍ଳା : ଦିନକରେ ସର୍ବାଧିକ ୨୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୭୪ ଚାନ୍ଦବାଲିକୁ ପ୍ରଥମ ଥର ‘କରୋନା’ର ପ୍ରବେଶ

0

ଭଦ୍ରକ,୧୭ ।୦୫:ଭଦ୍ରକ ଜିଲ୍ଲାକୁ ପ୍ରବାସୀ ଓଡିଆ ଫେରିବା ପରେ ବିଶ୍ୱ ମହାମାରୀ ‘କରୋନା’ଆକା୍ରନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଦିନକରେ ଭଦ୍ରକ ଜିଲ୍ଳାରେ ସର୍ବାଧିକ ସଂଖ୍ୟକ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ରେଡଜୋନରେ ଥିବା ଭଦ୍ରକ ଜିଲ୍ଳା ଏବେ ହଟସ୍ପଟ ଆଡକୁ ମୁହାଁଇଛି ।

ପୂର୍ବରୁ ଜିଲ୍ଲାରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୯ରେ ଥିବା ବେଳେ ଆଜି ଗୋଟିଏ ଦିନରେ ୨୮ଜଣଙ୍କ କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ଫଳରେ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ଜିଲ୍ଳାର ଚାନ୍ଦବାଲି ବ୍ଲକକୁ ପ୍ରଥମ ଥର ଲାଗି ‘କରୋନା’ ପଜିଟିଭ ପ୍ରବାଶ କରିଛି, ଆଜି ଏହି ବ୍ଲକରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚାନ୍ଦବାଲିବାସୀଙ୍କ ମଧ୍ୟରେ ଅଜଣା ଆତଙ୍କ ଉଙ୍କି ମାରିଛି ।

ଆଜି ଚିହ୍ନଟ ହୋଇଥିବା ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ତିହିଡି ବ୍ଲକରରୁ ସର୍ବାଧିକ ୧୦ଜଣ(କୁବେରା ପଞ୍ଚାୟତରୁ ୯ଜଣ ଓ ଭାଟପଡା ପଞ୍ଚାୟତରୁ ୧), ବାସୁଦେବପୁର ବ୍ଲକରୁ ୭ଜଣ(ଲୁଙ୍ଗା ପଞ୍ଚାୟତରୁ -୨, ଚୂଡାମଣି ପଞ୍ଚାୟତରୁ -୧, ଆର୍ତ୍ତୁଂ-୧, କିସ୍ମତକୃଷ୍ଣପୁର-୧ ଓ ପୌରାଞ୍ଚଳରୁ-୨), ଚାନ୍ଦବାଲି ବ୍ଲକରୁ ୫(ନାଲଗୁଣ୍ଡା ପଞ୍ଚାୟତରୁ ୧, ଯଶିପୁର ପଞ୍ଚାୟତରୁ ୧, ଖଦାଳପୋଖରୀ ପଞ୍ଚାୟତରୁ ୨ ଓ ଏନଏସିରୁ ୧), ଭଣ୍ଡାରିପୋଖରୀ ବ୍ଲକରୁ ୨(ରହଣିଆ ପଞ୍ଚାୟତରୁ ୧ ଓ କୁରିଗାଁ ପଞ୍ଚାୟତରୁ ୧), ଧାମନଗର ବ୍ଲକରୁ ୩-(ସୋହଡା ପଞ୍ଚାୟତରୁ-୧, ଦୋବଲ ପଞ୍ଚାୟତରୁ ୧ ଓ ଚୂଡାକୁଟୀ ପଞ୍ଚାୟତରୁ ୧) ଓ ଭଦ୍ରକ ବ୍ଲକର ଖଣ୍ଡତଡା ପଞ୍ଚାୟତରୁ ଜଣେ ।

ଆଜିର ଚିହ୍ନଟ ୨୮ ଆକ୍ରାନ୍ତମାନଙ୍କ ମଧ୍ୟରୁ ଗୁଜରାଟରୁ ୧୭, କଲିକତାରୁ ୮, ମହାରାଷ୍ଟ୍ରରୁ ୨ ଓ ତେଲେଙ୍ଗାନାରୁ ୧ ବୋଲି ଜଣାଯାଇଛି । ସବୁ ଆକ୍ରାନ୍ତମାନେ ସଂପୃକ୍ତ ବ୍ଲକର ୧୭ଗୋଟି ଟିଏମ୍ସିରେ ରଖାଯାଇଥିବା କଥା ପ୍ରଶାସନ ସୂଚନାରୁ ଜଣାଯାଇଛି । ଅନ୍ୟପକ୍ଷେ ଆଜି ୨୮ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଆଜି ପ୍ରଶାସନ ପକ୍ଷରୁ ୧୭ଟି ଟିଏମସିକୁ କଣ୍ଟେନମେଣ୍ଟ ଜୋନ୍ ଓ ୧୬ଟି ପଞ୍ଚାୟତକୁ ବଫର ଜୋନ୍ ଘୋଷଣା କରାଯାଇଛି ।

Leave A Reply