Odisha news

ନଗରୀ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

0

ଫୁଲନଖରା : ବାରଙ୍ଗ ବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ନଗରୀ ପଞ୍ଚାୟତ ବିଜେଡ଼ି ପକ୍ଷରୁ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଛି । ଏହି ଉପଲକ୍ଷେ ରବିବାର ଅପରାହ୍ନରେ ମହୀଧରପଡ଼ାସ୍ଥିତ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମକୁ ବାରଙ୍ଗ ବ୍ଲକ ବିଜେଡ଼ି ସଭାପତି ଗୋଲେଖଚନ୍ଦ୍ର ପାତ୍ର ଉଦଘାଟନ କରି ସମାଜର ଗରିବ ଓ ନିଷ୍ପେସିତ ଲୋକଙ୍କ ମୁହଁରେ ହସ ଫୁଟାଇବା ଆମର ପ୍ରଧାନ ଲକ୍ଷ୍ୟବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାଧାରଣ ସମ୍ପାଦକ ଅଶୋକ ରଥ, ସମାଜସେବୀ ଶ୍ରୀଧର ପଟେଲ, ବରିଷ୍ଠ ସଦସ୍ୟ ଲଳିତକୁମାର ଦାଶ, ଯୁବ ନେତା ବିପ୍ଳବ ଯାଦବ, ପ୍ରମୋଦ ପଟ୍ଟନାୟକ, ପଞ୍ଚାୟତ ସଭାପତି ଶିବପ୍ରସାଦ ଦାଶ, କ୍ଷୀରୋଦ ପଟ୍ଟନାୟକ, ପ୍ରଭାତ ପାତ୍ର, ଧିରେନ୍ଦ୍ର ନାଥ, ନରେନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୧୨୦ ଜଣ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପରିବା ସହିତ ମାସ୍କ ବିତରଣ ହୋଇଥିଲା । ପରେ ନଗରୀଠାରେ ଥିବା ବାବା ବିଶ୍ୱନାଥ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ନିକଟବର୍ତ୍ତୀ ଗ୍ରାମର ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବିତରଣ ହୋଇଥିଲା । ଦଳୀୟ କର୍ମୀ ଓ ସମର୍ଥକ ଏହାକୁ ପରିଚାଳନା କରିଥିଲେ ।

Leave A Reply