Odisha news

ଶୀତ ଋତୁରେ ପାୱାର ହାଉସ ପାଳଙ୍ଗ : ପ୍ରତିଦିନ ସେବନ ଦ୍ୱାରା ମିଳିବ ୧୦ ଶୀତଦିନିଆ ରୋଗରୁ ମୁକ୍ତି

0

ଶୀତଋତୁରେ ଆମେ ବଜାରରେ ଅନେକ ପ୍ରକାରର ପନିପରିବା ଓ ଶାଗ ଦେଖିବାକୁ ମିଳିଥାଏ ଯାହାକୁ ଆମେ ବର୍ଷ ସାରା ଦେଖିବାକୁ ମିଳିନଥାଏ, ଏହିସବୁ ପାରିବ ପୋଷାକ ତତ୍ୱର ପାୱାର ହାଉସ ହୋଇଥାଏ, ସେହି ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପାଳଙ୍ଗ, ପାଳଙ୍ଗ କ୍ୟାଲସିୟମ, ଆଇରନ,ମଗ୍ନେଶୀୟମ, ଭିଟାମିନ A ,C ,K , ଫୋଲେଟ ଏବଂ ଫାଇବର ର ଗୋଟିଏ ମଜବୁତ ସ୍ରୋତ ଅଟେ , ଯାହାକି ଆମ ଶରୀର ର ରକ୍ତହୀନତା ଦୂର କରେ, ହାଡ଼କୁ ମଜବୁତ କରେ, ଇମ୍ୟୁନିଟି ଷ୍ଟ୍ରଙ୍ଗ କରିଥାଏ, ପାଳଙ୍ଗ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ହୋଇଥାଏ l

ଗ୍ୟାସ୍ଟ୍ରୋ ସ୍ପେସାଲିଷ୍ଟ ଙ୍କ ମତରେ ପାଳଙ୍ଗ ଗୋଟିଏ ଏଭଳି ଶାଗ ଯାହା ହାଡ଼କୁ ଶକ୍ତ କରିଥାଏ, ଏଥିରେ ଥିବା କ୍ୟାଲସିୟମ, ଫୋଲେଟ , ମଗ୍ନେଶୀୟମ ହାଡ଼କୁ ମଜବୁତ କରିଥାଏ l ଆସନ୍ତୁ ଜାଣିବା ଶୀତଋତୁ ରେ ପାଳଙ୍ଗ ଖାଇବାର ଚମତ୍କାର ଲାଭ ବିଷୟରେ l

* ପାଳଙ୍ଗ ର ନିୟମିତ ସେବନ ହାଡର ନୂଆ ବୋନ ସେଲସ ତିଆରି କରିବାରେ ସାହାଯ୍ୟ କରିଥାଏ, ଏବଂ ଅଷ୍ଟ୍ରିୟପରସିସ ଭଳି ସମସ୍ୟା ଦୂର କରିଥାଏ l ଏବଂ ଏଥିରେ ଥିବା ଫ୍ରି-ରେଡ଼ିକୁଲସ ଦ୍ୱାରା ହେଉଥିବା କ୍ଷତି ଠାରୁ ହାଡ଼ ଓ ଜଏଣ୍ଟ କୁ ସୁସ୍ଥ ରଖିଥାଏ l ଯେବେକି ଏଥିରେ ଥିବା ଆଣ୍ଟି -ଇମ୍ଫ୍ଲାମେସନ ଗୁଣ ଜଏଣ୍ଟ ଫୁଲିବା ଠାରୁ ଦୁରେଇ ରଖିଥାଏ l

* ପାଳଙ୍ଗ ରେ ପାଖାପାଖି ୯୦ ପ୍ରତିଶତ ଜଳ ରହିଥାଏ, ଯାହା ଶରୀର କୁ ହାଇଡ୍ରେଟ କରିଥାଏ, ଯଦି ଆପଣ ପ୍ରତିଦିନ ଭୋଜନ ରେ ପାଳଙ୍ଗ ସାଲାଡ଼ ସାମିଲ କରିବେ ତେବେ ଶରୀରରେ ୱାଟର ବାଲାନ୍ସ ହୋଇ ରହିବ l ଏବଂ ସ୍କିଂ ର ମେଟାବୋଲିଯିମ ହେଲଥ ସୁସ୍ଥ ରହିବ l

* ପାଳଙ୍ଗ ରେ ଥିବା ଥାୟଲାକଇଡ ଭୋକ କୁ କଣ୍ଟ୍ରୋଲ କରିଥାଏ, ଏବଂ ହର୍ମୋନ ବୃଦ୍ଧି କରିଥାଏ, ଯାହାକି ଓଭର ଇଟିଙ୍ଗ ସମସ୍ୟା ଦୂର କରି ଓଜନ ହ୍ରାସ କରିଥାଏ l

* ପଲଂଗରେ ଥିବା କ୍ୟାଲସିୟମ, ମଗ୍ନେଶୀୟମ ଓ ଭିଟାମିନ K ହାଡ଼କୁ ଶକ୍ତ କରେ, ନିୟମିତ ଖାଇବା ଦ୍ୱାରା ହାଡର ଋବିଲଡିଂ ପ୍ରୋସେସ ଠିକ ଭାବରେ ହୋଇଥାଏ l ଅଷ୍ଟ୍ରିଓପରସିସ ସମସ୍ୟା ଦୂର ହୋଇଥାଏ l

* ପାଳଙ୍ଗ ବ୍ଲଡ଼ ସେଲସ କୁ ମଜବୁତ କରେ, ଶରୀରରେ ଅକ୍ସିଜେନ ସ୍ତର ଠିକ ରଖିଥାଏ, ଏନିମିଆ ସମସ୍ୟା ଠିକ କରେ l

*ପାଳଙ୍ଗ ରେ ଭିଟାମିନ ଇ , ମଗ୍ନେଶୀୟମ ଓ ଅଣ୍ଟିଆକ୍ସିଡେନ ରହିଥିବାରୁ ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ, ଏବଂ ଶରୀର କୁ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l

* ପାଳଙ୍ଗ ରେ ଥିବା ଫୋଲିକ ଏସିଡ ଗର୍ଭବତୀ ନାରୀ ମାନଙ୍କର ଭୃଣ ର ମସ୍ତିଷ୍କ ଓ ସ୍ନାୟୁ ର ବିକାଶ କରିଥାଏ l

* ପାଳଙ୍ଗ ରେ ଲିୟୁଟିନ , ଜୀଏକ୍ସସେଠିଣ , ଭିଟାମିନ ଏ, ସି ଆକ୍ଷିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଏହା ନାଇଟ ବ୍ଲାଇଣ୍ଡ ନେସ ସମସ୍ୟା ଦୂର କରେ l

* ମଧୁମେହ ରୋଗୀ , ଉଚ୍ଚ ରକ୍ତଚାପ ରୋଗୀ ଓ ହାର୍ଟ ରୋଗୀ ଙ୍କ ପାଇଁ ପାଳଙ୍ଗ ଗୋଟିଏ ଭଲ ସ୍ରୋତ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଥିବା ଫ୍ରି-ରେଡ଼ିକୁଲସ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ, ଏହାଦ୍ୱାରା ମଧୁମେହ, କ୍ୟାନ୍ସର ଓ ପର୍କିସନ୍ସ ଭଳି ରୋଗର ବିପଦ ଦୂର କରିଥାଏ l

* ଏଥିରେ ଥିବା ପୋଟାସିୟମ ହୃଦୟ ର କ୍ଷମତା କୁ ବୃଦ୍ଧି କରିଥାଏ l

ପାଳଙ୍ଗ କୁ ଆପଣ ସୁପ, ସାଲାଡ଼, ତରକାରୀ ଭାବରେ ନିୟମିତ ସେବନ କରିପାରିବେ l

Leave A Reply