Odisha news

ଶୀତଋତୁରେ ଆମେ ଆକ୍ରାନ୍ତ ହୋଇଥାଉ ୬ଟି ଭୟଙ୍କର ରୋଗରେ, ଆସନ୍ତୁ ଆମେ ଜାଣିବା ସେ ଗୁଡିକ କଣ କାହିଁକି ଶୀତଋତୁରେ ହୋଇଥାଏ

0

ଶୀତଋତୁ ଆସିବା ପାଇଁ ପ୍ରାୟ ସମସ୍ତେ ଅପେକ୍ଷା କରି ଥାଆନ୍ତି l ଦ୍ରୁତ ଗତିରେ ଥଣ୍ଡା ପଡିବା ଦ୍ୱାରା ଏହା ଆମ ଶରୀର ଓ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ l ଆଜି ଆମେ ଏହିଭଳି ୧୦ଟି ସମସ୍ୟା ବିଷୟରେ କହିବୁ ଯାହା ଆପଣଙ୍କୁ ଶୀତଋତୁରେ ବିଶେଷ ଭାବରେ ଦେଖା ଦେଇଥାଏ l

* ହାଇ ବ୍ଲଡ଼ ସୁଗାର – ଶୀତଋତୁରେ ଉଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ବିଶେଷ ଭାବରେ କଷ୍ଟ ଦାୟକ l ଏହି ଋତୁରେ ଅଧିକ ଥଣ୍ଡା ହେବା କାରଣରୁ କାର୍ତ୍ତିସୋଲ ଭଳି ଷ୍ଟ୍ରେସ ହର୍ମୋନ ରିଲିଜ ହୋଇଥାଏ l ଏହା ଇନ୍ସୁଲିନ ପ୍ରତିରୋଧ ରେ ଯୋଗଦାନ ଦେଇପାରେ l ମଧୁମେହ ରୋଗୀଙ୍କୁ ଅତି କମ୍ ରେ ଥରଟିଏ ରକ୍ତ ଶର୍କରା ଯାଞ୍ଚ କରିବା ଆବଶ୍ୟକ l

* ମାଇଗ୍ରେନ – ଭିଟାମିନ ଡି କାରଣରୁ ଏହି ସମସ୍ୟା ଦେଖିବାକୁ ମିଳିଥାଏ l ଶୀତଋତୁରେ ଆମେ କମ୍ ପାଣି ପିଇଥାଉ, ଯେଉଁ କାରଣରୁ ଡି ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ l ତେଣୁ ଏହା ମାଇଗ୍ରେନ ର ଗୋଟିଏ କାରଣ ଅଟେ l

* ଅର୍ଥାରଇଟିସ – ଶୀତଋତୁରେ ବିଶେଷ ଭାବରେ ସମସ୍ତଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଯାଇଥାଏ l ଅର୍ଥାରଇଟିସ ରୋଗୀ ମାନଙ୍କ ନିକଟରେ ଅଧିକ ଅସୁବିଧା ଦେଖା ଦେଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଅସୁବିଧା ଆପଣଙ୍କୁ ଥଣ୍ଡା କାରଣରୁ ହୋଇ ନଥାଏ l ଏହା ବେରୋମେଟ୍ରିକ ପ୍ରେସର କାରଣରୁ ହୋଇଥାଏ l

* ଆସ୍ଥମା – ଶୀତଋତୁରେ ଥଣ୍ଡା ଓ କାଶ ଦେଖାଯିବ ଏକ ସାଧାରଣ ସମସ୍ୟା l ଏହି ଋତୁରେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଦେଇଥାଏ l ଗବେଷକ ମାନେ କହିଛନ୍ତି ଯେ ଏହି ଋତୁରେ ଧୂଳି, ଜୀବଜନ୍ତୁ ମାନଙ୍କ ନିକଟରୁ ବିଭିନ୍ନ ଫାଙ୍ଗସ ଦେଖା ଦେଇଥାଏ ଯାହା ଶ୍ୱାସନଳୀ କୁ ଯାଇ ଅସୁବିଧା ହୋଇଥାଏ l

* ଚର୍ବି ବୃଦ୍ଧି – ଶରୀରରେ ଥିବା ହ୍ୱାଇଟ ଫ୍ୟାଟ କୁ ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ବୋଲି କୁହାଯାଏ l କିନ୍ତୁ ଶରୀରରେ ଗୋଟିଏ ବ୍ରାଉନ ଫ୍ୟାଟ ମଧ୍ୟ ଥାଏ ଏହି ଫ୍ୟାଟ ଶୀତଋତୁରେ ଆପଣଙ୍କ କ୍ୟାଲୋରୀକୁ ବର୍ନ କରି ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଗବେଷକ ମାନେ କହିଛନ୍ତି ବ୍ୟାୟାମ କରି ବ୍ରାଉନ ଫ୍ୟାଟ ବଢାଯାଇ ପାରିବ l

* ଡ୍ରାଏ ସ୍କିନ – ଶୀତଋତୁରେ ଡ୍ରାଏ ସ୍କିନ ଓ ଓଠ ଫାଟିବା ପ୍ରାୟ ଦେଖିବାକୁ ପାଇଥାଉ l ଏହା ବିଶେଷ ଭାବରେ ଶରୀରରେ ଜଳୀୟ ଅଂଶ କମିବା କାରଣରୁ ହୋଇଥାଏ l କିନ୍ତୁ ଆମକୁ ଶୀତଋତୁରେ ଅଧିକ ପାଣି ପିଇବା ଆବଶ୍ୟକ

Leave A Reply