Odisha news

ବାସି ରୁଟି ରେ ଅଦ୍ଭୁତ ଲାଭ : ମଧୁମେହ ଓ ରକ୍ତଚାପ ପାଇଁ ରାମ ବାଣ

0

ରାତିରେ ତିଆରି ହୋଇଥିବା ରୁଟିକୁ ଆମେ ସକାଳୁ ବାସି ରୁଟି କହିଥାଉ । ପ୍ରାୟ ଏହାକୁ ଅଧିକାଂଶ ଲୋକ ସକାଳୁ ଖାଇବାକୁ ଇଚ୍ଛା କରି ନଥାଆନ୍ତି । ପ୍ରାୟ ଅଧିକାଂଶ ଘରେ ସକାଳୁ ଏହି ରୁଟି କୁ ଫିଙ୍ଗି ଦିଆ ଯାଇଥାଏ । କଣ ଆପଣ ଜାଣିଛନ୍ତି ଏହି ବାସି ରୁଟି ଦ୍ଵାରା ଅନେକ ରୋଗର ମଧ୍ୟ ଉପଚାର କରାଯାଇ ଥାଏ । ବିଶେଷ ଭାବରେ ଯଦି ଆମେ ପ୍ରତିଦିନ ସକାଳୁ ଏହି ବାସି ରୁଟି ଖାଇଥାଇ ତେବେ ମଧୁମେହ ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇଥାଉ ।

ଆସନ୍ତୁ ଜାଣିବା ବାସି ରୁଟି କିପରି ହୋଇଥାଏ ଶରୀର ପାଇଁ ଲାଭ ଦାୟକ –
* ବାସି ରୁଟିରେ ହେଲଦି ବ୍ୟାକ୍ଟେରିଆ ଖୁବ୍ ଶୀଘ୍ର ହୋଇ ଯାଇ ଥାଆନ୍ତି । ସେହି ହେଲ୍ଦି ବ୍ୟାକ୍ଟେରିଆ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ ।
* ମଧୁମେହ ରୁ ଆରାମ ଦେଇଥାଏ – ମଧୁମେହ ରେ ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବା ପାଇଁ ବାସି ରୁଟି ଗୋଟିଏ ଭଲ ଉପାୟ । ସକାଳୁ ବାସି ରୁଟି ସହିତ ଦୁଗ୍ଧ ସେବନ କରିବା ଦ୍ୱାରା ଶର୍କରା ନିୟନ୍ତ୍ରିତ ହୋଇଥାଏ ।
* ଉଚ୍ଚ ରକ୍ତଚାପ ପାଇଁ ହିତକର – ଉଚ୍ଚ ରକ୍ତଚାପ ରୋଗୀ ମାନେ ନିୟମିତ ବାସି ରୁଟି ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଏଥିରେ ଥିବା ପୌଷ୍ଟିକ ତତ୍ତ୍ଵ ରକ୍ତଚାପ କୁ ନିୟନ୍ତ୍ରିତ କରି ଶରୀରକୁ ଆରାମ ଦେଇଥାଏ ।
* ପେଟ ସମସ୍ୟା ଦୂର ହୋଇଥାଏ – ଗ୍ୟାସ୍, ଏସିଡୀଟି, ବଦ ହଜମି, କୋଷ୍ଠ କଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଫାଇବର ରହିଥିବା କାରଣରୁ ପେଟ ପାଇଁ ଖୁବ୍ ହିତକର ଅଟେ ।
* ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ ହିତକର – ଜିମ୍ ଯାଉଥିବା ବ୍ୟକ୍ତିଙ୍କୁ ବାସି ରୁଟି ସିଧାସଳଖ ଶକ୍ତି ଯୋଗାଇ ଥାଏ । ଏଥିରେ ଥିବା କାର୍ବସ ଶକ୍ତିରେ ଭରପୁର ଅଟେ । ମସଲ୍ସ ଷ୍ଟ୍ରଙ୍ଗ ହୋଇଥାଏ ।
Govt
Leave A Reply