ବିଦୁର ନୀତି : ଏହି ୪ ପ୍ରକାର ବ୍ୟକ୍ତିଙ୍କୁ ଉଦ୍ଧାର ଦେଇଥିବା ପଇସା କଦାପି ଫେରି ପାଇବେ ନାହିଁ, ଦେବା ପୂର୍ବରୁ ଥରେ ଚିନ୍ତା କରନ୍ତୁ
ବିଦୁରଙ୍କ ନୀତି ଆଦର୍ଶରେ ଆମ ପରିବାର ଓ ସମାଜ ଅନୁପ୍ରାଣିତ l ଆମେମାନେ ସେଥିପ୍ରତି ସର୍ବଦା ସଜାଗ ରହିବା ଆବଶ୍ୟକ l ତାଙ୍କ ନୀତି ନିୟମ ମଣିଷ ସମାଜ ପାଇଁ ଗୋଟିଏ ଆଦର୍ଶ ଭାବରେ ରହି ଆସିଛି l ମହାଭାରତ ସମୟରେ ମହାତ୍ମା ବିଦୁର ଓ ଧୃତରାଷ୍ଟ୍ର ଙ୍କ ମଧ୍ୟରେ ହୋଇଥିବା କଥପକଥନ ବିଦୁର ନୀତି ଭାବରେ ଜଣାଶୁଣା l କିନ୍ତୁ ଏହା ଆମର ଭାଗ୍ୟକୁ ନୂଆ ଦିଗ ଦେଖାଇ ଥାଏ l
* ବିଦୁର କହିଛନ୍ତି ଯେ ଯେଉଁ ଲୋକଙ୍କ ନିକଟରେ ଆପଣ ଭରସା ରଖିବା ଦେଖି ନାହାନ୍ତି, ସେମାନଙ୍କୁ କେବେବି ପଇସା ଉଦ୍ଧାର ଦେବା ଉଚିତ ନୁହେଁ l କାରଣ ଏମାନେ କେବେବି ପଇସା ଫେରାଇ ନଥାଆନ୍ତି l ସବୁବେଳେ ଉଧାର ଦେବା ପୂର୍ବରୁ ଚିନ୍ତା କରି ଦେବା ଆବଶ୍ୟକ l
* ଅଳସୁଆ ଲୋକ – ବିଦୁରଙ୍କ ନୀତି ଅନୁସାରେ ଅଳସୁଆ ବ୍ୟକ୍ତିକୁ କେବେବି ଧାର ଦେବା ଉଚିତ ନୁହେଁ l ଏଭଳି ଲୋକ ଙ୍କ ନିକଟରେ ପଇସାର ମୂଲ୍ୟ କିଛିବି ନଥାଏ l ଏମାନେ ବହୁତ ଚାଲାକ ହୋଇଥିବା କାରଣରୁ ସମସ୍ତଙ୍କୁ ସହଜରେ ଲୁଟି ଥାଆନ୍ତି l ଏମାନଙ୍କ ନିକଟରୁ ପଇସା ଆଶା କରିବା ବୃଥା ଅଟେ l
* ବିଦୁର ନୀତି ଅନୁସାରେ ଶକ୍ତିଶାଳୀ ଲୋକଙ୍କ ନିକଟରୁ କେବେବି ଆପଣ ପଇସା ସହଜରେ ଆଦାୟ କରି ପାରିବେ ନାହିଁ l ଯଦି ସେମାନଙ୍କ ପ୍ରକୃତି ବଦଳି ଯିବ ତେବେ ସେମାନେ ଆପଣଙ୍କ ଅର୍ଥ ଫେରାଇବେ ନାହିଁ l ସେମାନେ ନିଜର ବଳ ଦେଖାଇ ଆମକୁ ଦମନ କରିବାକୁ କରିବାକୁ ଇଛା କରିବେ l
* ବିଦୁର କହିଛନ୍ତି ଅନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତି କୁ କେବେବି ଯଦି ପଇସା ଦେବେ ତେବେ କେବେବି ତାହା ପାଇବେ ନାହିଁ l ଏପରି ଲୋକମାନେ ଆପଣଙ୍କ ପଇସାକୁ ଭୁଲ ବାଟରେ ପ୍ରୟୋଗ କରିବେ l ଏପରି କଲେ ଆପଣ ଲକ୍ଷ୍ମୀ ଛଡା ହୋଇ ଯାଇ ଥାଆନ୍ତି l