ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଖର୍ଚ୍ଚକୁ ଅଟକାଇବାକୁ ଯାଇ ଘରୋଇ ହିଂସାର ସାମ୍ନା କରିଛନ୍ତି l ଏହି ଘରୋଇ ହିଂସା ଅଟେ ଭୟଙ୍କର ଥିଲା ଯେ ସ୍ୱାମୀ ଜଣଙ୍କ ନିଜର ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିଲେ ଓ ନିଜର ଜୀବନ ରକ୍ଷା କରିଥିଲେ l ଘଟଣାଟି ଘଟିଛି ଦିଲ୍ଲୀର ମୟୁର ବିହାର ଅଂଚଳରେ l ଏହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଖର୍ଚ ଅଟକାଇବାକୁ ଯାଇ କିଛି ଉପଦେଶ ଦେଇଥିଲେ l ପତ୍ନୀଙ୍କୁ ଏହି ଉପଦେଶ ପିତା ଲାଗିଥିଲା ତେଣୁ ସେ ରାଗରେ ଲାଲ ହୋଇଯାଇଥିଲେ l ତାପରେ ସେ ରୋଷେଇ ଘରକୁ ଯାଇ ପାଣିଟଣା ୱାଇପରଟିଏ ଆଣି ଘରଭିତରେ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ l
ତାଙ୍କ ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଘର କବାଟ ଖୋଲି ବାହାରକୁ ପଳାଇଥିଲେ l ଏହାପରେ ତାଙ୍କ ପଡୋଶୀ ମାନେ ତାଙ୍କ ଅବସ୍ଥା ଦେଖି ପୋଲିସକୁ ସୂଚନା ଦେଇଥିଲେ l ଏହାପରେ ପୋଲିସ ସେହି ସ୍ଥାନରେ ପହଂଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିଲା l ସ୍ୱାମୀଙ୍କ ବୟାନକୁ ନେଇ ପୋଲିସ ପତ୍ନୀଙ୍କ ବିରୁଦ୍ଧରେ ମାମଲା ଦର୍ଜ କରିଛି l ପୋଲିସ କହିଛି ଯେ ପୀଡିତ ବ୍ୟକ୍ତି ନିଜ ପତ୍ନୀଙ୍କ ସହିତ ମୟୁର ବିହାର ଅଞ୍ଚଳରେ ରହୁଥିଲେ ଓ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି l
ପୀଡିତ ବ୍ୟକ୍ତିଙ୍କର ନିଜର ବ୍ୟବସାୟ ଥିଲା କିନ୍ତୁ ଲକଡାଉନ କାରଣରୁ ତାହା ବର୍ତ୍ତମାନ ମାନ୍ଦା ହୋଇଯାଇଛି l ଆର୍ଥିକ ସମସ୍ୟା କାରଣରୁ ଅଧିକାଂଶ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା l ପୀଡିତ ବ୍ୟକ୍ତିଙ୍କ ପତ୍ନୀ ସବୁବେଳେ ପଇସା ପାଇଁ ଝଗଡା କରୁଥିଲେ l ସେହି ଦିନ ମଧ୍ୟ ତାଙ୍କ ସ୍ୱାମୀ କହିଥିଲେ ଯେ ମୋପାଖରେ ପଇସା ନାହିଁ ମୁଁ ସାଙ୍ଗ ପାଖରୁ ଉଦ୍ଧାର ଆଣି ଦେବୀ ଏତିକି କଥାରେ ତାଙ୍କ ପତ୍ନୀ ରାଗିଯାଇ ଘର କବାଟ ବନ୍ଦ କରି ପିଟିବାକୁ ଲାଗିଥିଲେ l