ନୂଆଦିଲ୍ଲୀ : ଆଜିର ଆଧୁନିକ ଦୁନିଆରେ ଦେଶର କିଛି ଏପରି ଜାଗା ଅଛି ଯେଉଁଠାରେ ଅନ୍ଧ ବିଶ୍ୱାସ ଡେରା ପକାଇ ବସିଛି l ଏହିପରି ଏକ ଘଟଣା ମଧ୍ୟପ୍ରଦେଶର ଛିନ୍ଦବାଡାରୁ ଆଗକୁ ଆସିଛି l ଯେଉଁଠାରେ ଗୋଟିଏ ଯୁବତୀ କହିଥିଲା ଯେ ମୋ ସ୍ୱପ୍ନରେ ନାଗଦେବତା ଆସିଛନ୍ତି l ତେଣୁ ମୁଁ ନାଗକୁ ବିବାହ କରି ନାଗୁଣୀ ହେବାକୁ ଚାହୁଁଛି l ଛିନ୍ଦବାଡା ଜିଲ୍ଲାରେ ପରାସିଆ ତହସିଲର ଗୋଟିଏ ଗାଁରେ ରୁହନ୍ତି ଏହି ଯୁବତୀ ଜଣଙ୍କ ,ତାଙ୍କ କହିବା ମୁତାବକ ନାଗ ଦେବତା ସ୍ୱପ୍ନରେ ଆସି ବିବାହ କରିବାକୁ କହିଥହିଲେ l ଯୁବତୀଙ୍କ କଥା ଶୁଣି ଜଙ୍ଗଲର ନିଆଁଭଳି ଏହି କଥାଟି ଚାରିଆଡେ ବ୍ୟାପିଗଲା l ନିର୍ଦ୍ଧିଷ୍ଟ ଦିନରେ ସବୁ ଗାଁ ଲୋକମାନେ ନାଗ ଦେବତାଙ୍କ ମନ୍ଦିର ଆଗରେ ଏକତ୍ରିତ ହେଲେ ,ଯୁବତୀ ଜଣଙ୍କ ବୋହୁ ବେଶରେ ସଜହୋଇ ମନ୍ଦିର ପାଖକୁ ଗଲେ l
ଗ୍ରାମବାସୀ ମାନେ ଯୁବତୀଙ୍କ ସହିତ ସେଠାରେ ଉପସ୍ଥିତ ରହି ନାଗ ଦେବତାଙ୍କୁ ଅପେକ୍ଷା କଲେ l ଅପେକ୍ଷା କରିବାର ବହୁ ସମୟ ପର୍ଯ୍ୟନ୍ତ ନାଗରାଜ ନଆସିବାରୁ ଯୁବତୀ ଜଣଙ୍କ ଅଗ୍ନିକୁ ସାକ୍ଷୀରଖି ସାତଥର ଅଗ୍ନି ଚାରିକଡ଼ ବୁଲି ନାଗରାଜାଙ୍କୁ ସ୍ୱାମିରୂପରେ ଗ୍ରହଣ କଲେ l ଶହଶହ ଲୋକ ସେଠାରେ ଉପସ୍ଥିତ ରହି ଏହି ତାମସାକୁ ଦେଖୁଥିଲେ l ଯୁବତୀ ଜଣଙ୍କ କହିଛନ୍ତି ଯେ ପିଲାବେଳୁ ମୋ ଶରୀରରେ ନାଗୁଣିର ରୂପ ଥିଲା ,କିନ୍ତୁ ମୋ ଘରଲୋକ ମତେ ଧ୍ୟାନ ଦେଇନଥିଲେ l ଏହି ପୁରା ତାମସାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଭିଡ଼ିଓଟିରେ ଦେଖା ଯାଉଛି ଯେ ଏହି ବିବାହ ସମ୍ପର୍ଣ୍ଣ ହେବାପରେ ନାଚିନାଚି ସେଠାରୁ ଚାଲିଯାଉଛନ୍ତି l
