Odisha news

କାହିଁକି ହୋଲି ପୂର୍ବରୁ ହୋଲିକା ଦହନ କରାଯାଇ ଥାଏ ଓ ହିନ୍ଦୁ ଧର୍ମରେ କଣ ରହିଛି ହୋଲିକା ଦହନ ର ମହତ୍ୱ

0

ହିନ୍ଦୁ ଧର୍ମ ଆସ୍ଥା ଓ ମାନ୍ୟତାର ଧର୍ମ ଅଟେ l  ଏହି ଧର୍ମରେ ରହିଥିବା ପ୍ରତ୍ୟେକ ପର୍ବପର୍ବାଣି ପଛରେ କୌଣସି ନ କୌଣସି ପୌରାଣିକ ମାନ୍ୟତା ରହିଛି l  ଏହି ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ବଡ ପର୍ବ ହେଉଛି ହୋଲି l ଏହି ପର୍ବ ଭାରତରେ ବିଭିନ ସ୍ଥାନରେ ବିଭିନ୍ନ ରୀତିନୀତି ରେ ପାଳନ କରାଯାଇ ଥାଏ l କେଉଁ ସ୍ଥାନରେ ୧୦ ଦିନ ତ ଆଉ କେଉଁଠି ୫ଦିନ , ପୁଣି କେଉଁଠି ୨ଦିନ ମଧ୍ୟ ପାଳନ ହୋଇଥାଏ l  କିନ୍ତୁ ଅନେକ ସ୍ଥାନରେ ୨ଦିନ କୁ ଅଧିକ ଗୁରୁତ୍ୱ ଦିଆଯାଇ ଥାଏ l  ବିଶେଷ ଭାବରେ ଫାଲଗୁନ ମାସର ପୁର୍ଣିମା ଦିନଟି ରେ ହୋଲିକା ଦହନ କରାଯାଇ ଥାଏ l  ଚଳିତ ବର୍ଷ ଏହା ମାର୍ଚ୍ଚ ମାସ ୭ତାରିଖ ରେ ଅନୁଷ୍ଠିତ ହେବ l ଫାଲଗୁନ ପୁର୍ଣିମା ଦିନଟି ରେ ଲୋକେ ହୋଲିକା ଦହନ କରନ୍ତି ଓ ତାର ପର ଦିନ ରଙ୍ଗର ପର୍ବ ହୋଲି କୁ ପାଳନ କରନ୍ତି l  ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ପୌରାଣିକ କଥା l

ହୋଲିକା ଦହନ କାହିଁକି କରାଯାଏ –
ପ୍ରତିବର୍ଷ ଯେଉଁ ହୋଲିକା ଦହନ କରାଯାଏ , ସେ ମହର୍ଷି କଶ୍ୟପ ଓ ଦ୍ଵିତୀ ଙ୍କ କନ୍ୟା ଥିଲେ l ହୋଲିକା ଙ୍କ ଦୁଇଟି ଭାଇ ଥିଲେ, ହିରଣାକ୍ଷ ଓ ହିରଣ୍ୟକଶ୍ୟପ l ହିରଣ୍ୟକଶ୍ୟପ ଖୁବ ବିଷ୍ଣୁ ବିରୋଧୀ ଥିଲେ, ଅନ୍ୟ ପକ୍ଷରେ ତାଙ୍କ ପୁତ୍ର ପ୍ରହଲ୍ଲାଦ ପରମ ବିଷ୍ଣୁ ଭକ୍ତ ଥିଲେ l ହିରଣ୍ୟକଶ୍ୟପ ତପସ୍ୟା ଦ୍ୱାରା ବ୍ରହ୍ମାଙ୍କୁ ଏପରି ବର ମାଗିଥିଲେ ,ନ ତାକୁ କେହି ରାତିରେ ମାରିପାରିବ, ନ ଦିନରେ ମାରିପାରିବ, ନ କେହି ଘରେ ମାରିପାରିବ ନ ବାହାରେ ମରିବ, ନ କୌଣସି ଦେବତା ମନୁଷ୍ୟ ମନୁଷ୍ୟ ମାରି ପାରିବ ନ କୌଣସି ପଶୁ ହାତରେ ଜୀବନ ଯିବ l  ବ୍ରହ୍ମା ଙ୍କ ନିକଟରୁ ତଥାସ୍ତୁ ଶୁଣିବା ପରେ ସେ ଖୁସି ଓ ଅହଂକାରୀ ହୋଇ ଯାଇଥିଲା l  ଏହାଛଡା ତାର ଭଉଣୀ ମଧ୍ୟ ବରଦାନ ପାଇଥିଲା ଯେ କଦାପି ନିଆଁ ରେ ଜଳିବ ନାହିଁ l

ବିଷ୍ଣୁ ପୁରାଣରେ ବର୍ଣିତ ଏହି ବରଦାନ ପାଇବା ପରେ ହିରଣ୍ୟକଶ୍ୟପଃ କୁ ନିଜ ଜୀବନ ର ଭୟ ଆଉ ରହି ନଥିଲା l ଏହାପରେ ସେ ବିଭିନ ପ୍ରକାର ଅତ୍ୟାଚାର କରିବାକୁ ଲାଗିଲା l  ସେ ନିଜର ପ୍ରଜାଙ୍କୁ କହିଥିଲା ଯେ କେବଳ ତାର ପୂଜା କରାଯାଉ l  କିନ୍ତୁ ହିରଣ୍ୟକଶ୍ୟପଃ ପୁଅ ବିଷ୍ଣୁଙ୍କୁ ପୂଜା କରୁଥିଲା l ଏଥିରେ ଅସନ୍ତୁଷ୍ଟ ହୋଇ ହିରଣ୍ୟକଶ୍ୟପ ନିଜ ପୁତ୍ରକୁ ଅନେକଥର ମାରିବାକୁ ଚେଷ୍ଟା କରିଥିଲା l  କିନ୍ତୁ ପ୍ରତ୍ୟେକଥର ଭଗବାନ ବିଷ୍ଣୁ ପ୍ରହ୍ଲାଦ କୁ ରକ୍ଷା କରୁଥିଲେ l  ହିରଣ୍ୟକଶ୍ୟପଃ ଯେତେବେଳେ କୌଣସି ଉପାୟ ପାଇଲା ନାହିଁ ନିଜ ଭଉଣୀ ହୋଲିକା କୁ ନିକଟକୁ ଡାକିଲା ଓ କହିଲା ଭଉଣୀ ତମେ ନିଆଁ ରେ ପୋଡି ନହେବାର ବରଦାନ ପାଇଛ ତେଣୁ ତମେ ପ୍ରହ୍ଲାଦ କୁ ନିଜ କୋଳରେ ବସାଇ ନିଅଁ ରେ ବସି ପାଦ ଲ ଯାହାଦ୍ୱାରା ପ୍ରହ୍ଲାଦ ପୋଡି ହୋଇଯିବ ଓ ତମେ ଜୀବିତ ରହିବ l

ଏହାପରେ ହୋଲିକା କାଠରେ ନିଆଁ ଲଗାଇ ତା ଉପରେ ପ୍ରହ୍ଲାଦ କୁ କୋଳରେ ଧରି ବସିପଡିଲା , ଏହାପରେ ପ୍ରହଲ୍ଲାଦ ଶ୍ରୀହରି ଙ୍କ ନାମ ଜପ କରି ଜୀବିତ ରହିଲା ଓ ହୋଲିକା ର ମୃତ୍ୟୁ ହେଲା l ଏହିଦିନ ଟି ଥିଲା ଫାଲଗୁନ ପୁର୍ଣିମା, ତେଣୁ ସେହି ଦିନଠାରୁ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ପ୍ରତିବର୍ଷ ଫାଲଗୁନ ପୁର୍ଣିମା ରେ ହୋଲିକା ରେ ଦହନ କରାଯାଇ ଥାଏ l

Leave A Reply