Odisha news

ମଛପଦା ର ହଳଦିଆ ତରଭୁଜ କୁ ନେଇ ଆୟୋଜିତ ହେଲା ତାଲିମ୍ ଶିବିର

0
ବୈଶିଙ୍ଗା–୯|୪– ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ଠାରେ ଚାଷ ହେଉଥିବା ହଳଦିଆ ତରଭୁଜ କୁ ନେଇ ଆୟୋଜିତ ହୋଇଯାଇଛି ଏକ ତାଲିମ ଶିବିର। ଅତ୍ୟନ୍ତ ଶୁସ୍ଵାଦୁ ଯୁକ୍ତ ହଳଦିଆ ତରଭୁଜ କୁ ନେଇ ମଛପଦା ସମଗ୍ର ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରି ପାରିଥିବା ପରିପ୍ରେକ୍ଷୀରେ ଭାରତ ବର୍ଷର ଏକ ଅଗ୍ରଣୀ ବିହନ ଉତ୍ପାଦନକାରୀ ସଂସ୍ଥା ” ନୋ ଇଉ ” ( Know you ) ପକ୍ଷରୁ ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳର ପରିବା ଚାଷୀମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଆଗ୍ରହୀ ଚାଷୀ ମାନଙ୍କୁ ହଳଦିଆ ତରଭୁଜ ଉତ୍ପାଦନ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରା ଯାଇଥିଲା।
                        ” ନୋ ଇଉ ” ଅନୁଷ୍ଠାନ ର ଏରିଆ ମ୍ୟାନେଜର ତପନ କୁମାର ଦାସ ଙ୍କ ସଂଯୋଜନା ରେ ଆୟୋଜିତ କର୍ମଶାଳାରେ ସହକାରୀ ଶାଖା ନିର୍ଦେଶକ ଶୁଭାଶିଷ ମାଇତି , ଜିଲ୍ଲା ମୂଖ୍ୟ ବିତରକ ବିଶେଶ୍ୱର ବେରା , ସଫଳ ଚାଷୀ ଅରବିନ୍ଦ ସାହୁ , କମଳାକାନ୍ତ ଦତ୍ତ , ଅମୂଲ୍ୟ କୁମାର ଦତ୍ତ , ମନୋଜ ମହାରଣା , ରଞ୍ଜିତ ସାହୁ , ବନମାଳୀ ସାହୁ , ଚତୁର୍ଭୁଜ ଜେନା , ମନୋରଞ୍ଜନ ଜେନା , ଅମୂଲ୍ୟ ପଲେଇ , ରବିନ୍ଦ୍ର ବସନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply