Odisha news

ବୈଶାଖ ମାସରେ ଜଳ ଦାନର ରହିଛି ବିଶେଷ ମହତ୍ୱ , ଦୂର ହୋଇଥାଏ ସମସ୍ତ ଵିଘ୍ନ

0

ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସମୟରେ ବୈଶାଖ ମାସର ଆଗମନ ହୋଇଥାଏ l  ଏହି ମାସକୁ ଗୋଟିଏ ଧାର୍ମିକ ମାସ ଭାବରେ ମଧ୍ୟ ଗଣନା କରାଯାଇ ଥାଏ l  ମାନ୍ୟତା ରହିଛି ଯେ ଏହି ମାସରେ ଯଦି ଜଳ ଦାନ କରାଯାଏ ଭାଗ୍ୟରେ ପରିବର୍ତନ ହୋଇଥାଏ l  ଏହି ମାସଟିରେ ବିଶେଷ ଭାବରେ ମହାବିଷୁବ ସଂକ୍ରାନ୍ତୀ, ହନୁମାନ ଜୟନ୍ତୀ ଓ ଅକ୍ଷୟତୃତୀୟା ଇତ୍ୟାଦି ପାଳିତ ହୋଇଥିବାରୁ ବୈଶାଖ ମାସକୁ ଗୋଟିଏ ଧର୍ମର ମାସ ବୋଲି କୁହାଯାଏ l

– ବୈଶାଖ ମାସରେ ଜଳ ସହିତ ରାଶି, ଗୁଡ଼, ଛତୁଆ ଇତ୍ୟାଦି ଦାନ କରିବା ଖୁବ ଶୁଭ ଅଟେ l  ଏହାଦ୍ୱାରା ଭଗବାନ ବିଷ୍ଣୁ ମାଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l ପିତୃ ଦୋଷ ରୁ ମୁକ୍ତି ମିଳିଥାଏ ଓ ସମସ୍ତ ପାପ କ୍ଷୟ ହୋଇଥାଏ l

– ବୈଶାଖ ମାସରେ ପ୍ରାତଃ ସମୟରେ ଶ୍ରୀ ହରି ବିଷ୍ଣୁ ଙ୍କ ନାମ ଜପ କରିବା ଦ୍ୱାରା ଜୀବନ ର ସଙ୍କଟ ଦୂର ହୋଇଥାଏ l  ବିଶେଷ ଭାବରେ ଯଦି ଏହି ମାସରେ ବିଷ୍ଣୁ ସହସ୍ର ନାମ ଜପ କରିବେ ସମସ୍ତ ଅସୁବିଧା ଜୀବନରୁ ଦୂରେଇଯିବ l

– ମାନ୍ୟତା ରହିଛି ଏହି ମାସରେ ଯଦି ଆପଣ କୌଣସି ଦୁଖୀ ଲୋକଙ୍କୁ ପାଣି ରଖିବା ପାଇଁ ମାଟି ଘଡି ବା ମାଠିଆ ଦାନ କରିବେ ତେବେ ଜୀବନ ର ସମସ୍ତ ଦୁଃଖ ଦୂର ହୋଇଯିବ l ଏହାଛଡା ଏହି ମାସରେ ଗୀତା ପାଠ ନିୟମିତ କରିବା ଦ୍ୱାର  ପାପ କ୍ଷୟ ହୋଇଥାଏ l

– ଯେଉଁମାନେ ବୈଶାଖ ମାସରେ ବିଶେଷ ବ୍ରତ କରି ଥାଆନ୍ତି, ସେମାନେ ଦିନରେ ନିଦ୍ରାରେ ଶୋଇବା ବର୍ଜନୀୟ ଅଟେ l ଏହି ମାସରେ ପଶୁପକ୍ଷୀ ଙ୍କୁ ଭୋଜନ ଦାନ ଓ ଜଳ ଦାନ ର ଅନେକ ମହତ୍ୱ ରହିଛି l

– ଏହି ମାସ ଗୋଟିଏ ଧାର୍ମିକ ମାସ ହୋଇଥିବାରୁ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ମୂର୍ତି ପୂଜା କରିବା ଖୁବ ଶୁଭ ଅଟେ l  ଏହି ମାସରେ ଦାନ ସହିତ ପବିତ୍ର ନଦୀରେ ସ୍ନାନ କରିବା ମଧ୍ୟ ଅନେକ ମହତ୍ୱ ରହିଛି l ଯାହାଦ୍ୱାରା ପିତୃ ପୁରୁଷ ଙ୍କ ନିକଟରୁ କୃପା ଲାଭ ହୋଇଥାଏ l

Leave A Reply