Odisha news

ବିୟର ର ଛୋଟ ବୋତଲ କୁ କାହିଁକି ପଇଣ୍ଟ କୁହାଯାଇ ଥାଏ ? ଏହା ପଛରେ ରହିଛି ଗୋଟିଏ ମଜାଦାର କାରଣ

0

ଦୁନିଆରେ ଅନେକ ଲୋକେ ଆଲକୋହଲ ସେବନ କରିଥାଆନ୍ତି l ଯେଉଁ କାରଣରୁ ଅନେକ ସେମାନଙ୍କ ମଧ୍ୟରୁ ବିୟର ସେବନ କରି ଥାଆନ୍ତି l ବିୟର ରେ ଆଲକୋହଲ ର ମାତ୍ରା ଖୁବ କମ ରହିଥାଏ l ଗୋଟିଏ ସମ୍ପୂର୍ଣ ବିୟର ରେ ଆୟତନ ହିସାବ ରେ ୫ରୁ୮ ପ୍ରତିଶତ ଆଲକୋହଲ ରହିଥାଏ l ବଜାରରେ ଅଲଗା ଅଲଗା ପ୍ରକାରର ବିୟର ଉପଲବ୍ଧ ହୋଇଥାଏ l କିଛି ବିୟର ଲାଇଟ ହୋଇଥିବା ବେଳେ ଆଉକିଛି ଷ୍ଟ୍ରଙ୍ଗ ହୋଇଥାଏ l ଏମାନଙ୍କ ସାଇଜ ରେ ମଧ୍ୟ ଅନ୍ତର ରହିଥାଏ l ଅନେକ ଲୋକ ଏହା ମଧ୍ୟ ଜାଣି ନଥିବେ ଯେ ବିୟର ର ଛୋଟ ବୋତଲ ରହିଥାଏ l ତାହାକୁ Pint (ପିଣ୍ଟ) କୁହାଯାଇଥାଏ l କଣ ଏହା ପଛର କାରଣ ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହାକୁ କାହିଁକି ପିଂଟ କୁହାଯାଏ l

Pint କଣ ?
ପିଣ୍ଟ ହେଉଛି ଆଇରନ ମାପିବାର ଗୋଟିଏ ମାପକ ଯନ୍ତ୍ର l ଯାହାକି ୟୁରୋପୀୟ ଦେଶରେ ବ୍ୟବହାର ହୋଇଥାଏ l  ଯଦି ମିଲିଲିଟର କଥା କହିବା ତେବେ ଗୋଟିଏ ପିଣ୍ଟ ରେ ପାଖାପାଖି ୫୬୮.୨୬ ମିଲିଲିଟର ରହିଥାଏ l ଏମିତିରେ ଗୋଟିଏ ପିଣ୍ଟ ବିଭିନ୍ନ ଦେଶର ମାନକ ଓ ପ୍ରଣାଳୀ ଉପରେ ନିର୍ବାର କରିଥାଏ l ଗୋଟିଏ ପିଣ୍ଟ କୁ ବ୍ରିଟିଶ ଓ ଆମେରିକାରେ ପିଣ୍ଟ ରେ ମଧ୍ୟ ଅଲଗା ଅଲଗା ଭାବରେ ମପା ଯାଇଥାଏ l

ବିୟର ଛୋଟ ବୋତଲ ବା କେନ ରେ ବିୟର ର ମାତ୍ରା ଖୁବ କମ ରହିଥାଏ l ସେଥିପାଇଁ ଏହାକୁ ପିଣ୍ଟ କୁହାଯାଏ l  ଏହା ବିୟର ସହିତ ଅନ୍ୟାନ୍ୟ ପାନୀୟ ପାଇଁ ବ୍ୟବହାର ହେଉଥିବା ଗୋଟିଏ ମାପକ ଯନ୍ତ୍ର ଅଟେ l ସଂଯୁକ୍ତ ରାଜ୍ୟ ଆମେରିକାରେ ଗୋଟିଏ ପିଣ୍ଟ ସାଧାରଣ ଭାବରେ ୪୭୩ମିଲି ର ବୋତଲ କିମ୍ବା ଗ୍ଲାସ ହୋଇଥାଏ l

Leave A Reply