ଦୁନିଆରେ ଏଭଳି ଅନେକ ଗାଁ ରହିଛି ଯିଏ କି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥାଆନ୍ତି ଓ ସମସ୍ତେ ଏହାର ଚର୍ଚ୍ଚା କରିଥାଆନ୍ତି l ସେହିଭଳି ଗୋଟିଏ ଗାଁ ଚୀନ ରେ ରହିଛି l ଏହି ଗାଁ ଟିର ରହଣି କୌଣସି ବିକଶିତ ଶହର ଠାରୁ କମ ନୁହେଁ l ଏହି ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୋଟିପତି ଅଟନ୍ତି l ସବୁଠୁ ବିଶେଷ କଥାଟି ହେଉଛି ଏହି ଗାଁରେ ନୂତନ ଭାବରେ ବସତି ସ୍ଥାପନ କରୁଥିବା ଲୋକଙ୍କୁ ଫ୍ରୀ ରେ ଗାଡି ଓ ବଙ୍ଗଳା ଦିଆଯାଇଥାଏ l ଏହି ଗାଁଟି ଚୀନ ର ଜୀୟାଙ୍ଗସୁ ଅଂଚଳ ରେ ସ୍ଥିତ ଓ ଏହି ଗାଁ ଟି ର ନାମ ବାକସି ଅଟେ l ଲୋକେ ଏହାକୁ ସୁପର ଭିଲେଜ ଭାବରେ ଜାଣନ୍ତି l ଏହି ଗାଁଟି କୁ ୧୯୬୦ ରେ ବୁ ରେନ ବାଓଁ ର ଜଣେ ନେତା ଆରମ୍ଭ କରିଥିଲେ l ଏହି ଗାଁ ରେ ହେଲୀ ପ୍ୟାଡ଼ ଓ ଥିମ ପାର୍କ ମଧ୍ୟ ରହିଛି l ପାଖାପାଖି ୨ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ର ଲୋକେ ମୁଖ୍ୟତଃ ଭାବରେ ଫଳ ଚାଷ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟ କରିଥାଆନ୍ତି l ଏହି ଗ୍ରାମର ଲୋକଙ୍କ ବାର୍ଷିକ ଆୟ ୮୦ ଲକ୍ଷ ଟଙ୍କା l ସାରା ଦୁନିଆରେ ଏହା ଗୋଟିଏ ସୁନ୍ଦର ଗ୍ରାମ ଅଟେ l
ଯେଉଁ ଗାଁ ରେ ପ୍ରତ୍ୟେକ ବ୍ୟକ୍ତି ସଫଳ ଓ ସାମାଜିକ ଅଟନ୍ତି l ୧୯୬୧ ରେ ଏହି ଗାଁ ଟିର ବ୍ୟବସ୍ଥା ଖୁବ କଷ୍ଟ ଦାୟକ ଥିଲା, କିନ୍ତୁ କମ୍ୟୁନିଷ୍ଟ ପାର୍ଟିର ପୂର୍ବ ଅଧକ୍ଷ ବୁ ଏହି ଗାଁ କୁ ଗୋଟିଏ ନୂତନ ପରିଚୟ ଦେଇଥିଲେ l ବୁ ପ୍ରଥମେ ଉଦ୍ୟୋଗୀକ ବିକାଶ ଯୋଜନା ପାଇଁ ଗାଁ ର ନିରୀକ୍ଷଣ କରିଥିଲେ ଓ ପରେ ଗୋଟିଏ ମଲ୍ଟି ସେକ୍ଟର ଇଣ୍ଡଷ୍ଟ୍ରି କମ୍ପାନୀ ତିଆରି କଲେ l ଏହାପରେ ସେ ସାମୁହିକ ଚାଷ ପାଇଁ ପ୍ରଣାଳୀ କଲେ l ଏହାପରେ ୧୯୯୦ ରେ କମ୍ପାନୀ କୁ ବଜାରରେ ଶୁଚିବଧ କରାଇଲେ l ଗ୍ରାମବାସୀ ମାନଙ୍କୁ ଏହି କମ୍ପାନୀ ରେ ସେୟାର ଧାରକ ଭାବରେ ରଖାଗଲା l
ଏହି ଗାଁ ରେ ଷ୍ଟିଲ, ସୀଲକଃ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରି ବିଶେଷ ଭାବରେ ବିକଶିତ ହୋଇଛି l ସବୁବେଳେ କମ୍ପାନୀର ଲାଭ ସେୟାର ହୋଲ୍ଡର ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ l ଏହି ଗ୍ରାମର ସେୟାର ନିବେଶକ ମାନଙ୍କର ରୋଜଗାରର ୮୦ ପ୍ରତିଶତ ଟ୍ୟାକ୍ସ ଭାବରେ କଟି ଯାଇଥାଏ, ଯେଉଁ କାରଣରୁ ଏହି ଗ୍ରାମ ବାସି ମାନଙ୍କୁ ସୁବିଧାରେ ମାଗଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବା ସହିତ ମାଗଣା ଶିକ୍ଷା, ହୋଟେଲ ରେ ମାଗଣା ଖାଇବାରୁ ସୁବିଧା ମିଳିଥାଏ l
ଏହି ଗ୍ରାମର ଲୋକଙ୍କ ନିକଟରେ ପ୍ରାସାଦ ସଦୃଶ ଘର ସହିତ ହେଲିକପ୍ଟର ମଧ୍ୟ ରହିଛି l ଯେତେବେଳେ ଏହି ଗାଁ ଟି କୁ କୌଣସି ବାହାର ବ୍ୟକ୍ତି ରହିବା ପାଇଁ ଆସିଥାଏ, ତେବେ ତାଙ୍କୁ ଅଥରିଟି ପକ୍ଷରୁ ଗୋଟିଏ ବଙ୍ଗଳା ଓ କାର ଦିଆଯାଇଥାଏ l ଯଦି ଉକ୍ତ ବ୍ୟକ୍ତି ସେହି ଗାଁ ଛାଡି ଯାଇଥାଏ ତେବେ ତାକୁ ସେହି ଘର ଓ ଗାଡି ଫେରାଇବାକୁ ପଡିଥାଏ l