ଫିଟ ରହିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଏକ୍ସରସାଇଜ କରିଥାଆନ୍ତି l ଏକ୍ସପର୍ଟ ମାନଙ୍କ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଦିନସାରା ଯାହାବି କ୍ୟାଲୋରୀ ଖାଇଥାଏ, ସେ ତାହାକୁ ବର୍ନ କରିବା ନିହାତି ଜରୁରୀ l ଯଦି ଆପଣ ନିଜ ଡାଏଟ ରେ କ୍ୟାଲୋରୀ ଅଧିକ ନେଉଛନ୍ତି ତେବେ ଏହାଦ୍ୱାରା ମୋଟାପଣ, ହାଇପର ଟେନ୍ସନ, ମଧୁମେହ ଭଳି ରୋଗ ହେବାର ସମ୍ଭାବନା ରହିଥାଏ l କିଛି ଲୋକ ଆମ ମଧ୍ୟରେ ଏଭଳି ରହି ଥାଆନ୍ତି ଯିଏ କି ଇଛା କରି ମଧ୍ୟ ଏକ୍ସରସାଇଜ କରି ପାରନ୍ତି ନାହିଁ l ସେମାନଙ୍କ ନିକଟରେ ସମୟ କମ ଓ ଟାଇମ ମ୍ୟାନେଜମେଣ୍ଟ ବହୁତ ବଡ଼ ସମସ୍ୟା ଭାବରେ ଦେଖା ଦେଇଥାଏ l କିନ୍ତୁ କିଛି ଏଭଳି କାର୍ଯ୍ୟ ରହିଛି ଯାହାକୁ ଆପଣ କରି ନିଜର ଓଜନ ହ୍ରାସ କରିବା ସହିତ କ୍ୟାଲୋରୀ ମଧ୍ୟ ବର୍ନ କରିପାରିବେ l
– ବ୍ୟାୟାମ ବିନା ମଧ୍ୟ ଆପଣ କ୍ୟାଲୋରୀ ବର୍ନ କରିପାରିବେ ଏହା ଗୋଟିଏ ଖୁବ ଭଲ ଉପାୟ l ଘର ଅଗଣା, ଛାତ ଉପର, କିମ୍ବା କୌଣସି ପଡିଆ ରେ ଚାଲିବ ଦ୍ୱାରା ଆପଣ ୧୫୦ ରୁ ୨୦୦ କ୍ୟାଲୋରୀ ବର୍ନ କରିବେ l ସେଥିପାଇଁ କୌଣସି ବିଶେଷ ପ୍ରକାର ଉପକରଣ ର ଆବଶ୍ୟକତା ନାହିଁ l
କିଛି ଲୋକ ଏଭଳି ଥାଆନ୍ତି ଯିଏକି ଫୋନ ରେ କଥା ହୋଇ ଘଂଟାଏ ରୁ ଅଧିକ ସମୟ ଅତିବାହିତ କରି ଦିଅନ୍ତି l ଏଭଳି ଲୋକଙ୍କ ପାଇଁ ସବୁଠୁ ଆବଶ୍ୟକ ହେଉଛି ଫୋନ ରେ କଥା ହେବା ସମୟରେ ଠିଆ ହୋଇ କିମ୍ବା ଚାଲି ଚାଲି କଥା ହୁଅନ୍ତୁ ଏହାଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ l
– ଅଫିସ ହେଉ କିମ୍ବା ଘର ଲିଫ୍ଟ ର ବ୍ୟବହାର ନକରି ସିଢି ର ବ୍ୟବହାର କରନ୍ତୁ l ଏହାଦ୍ୱାରା କ୍ୟାଲୋରୀ ବର୍ନ କରିବା ପାଇଁ ସାହାଯ୍ୟ ମିଳିବ l ସିଢ଼ିରେ ଚଢିବା ଦ୍ୱାରା ମାତ୍ର ୨ମିନିଟ ରେ ୨୫ କ୍ୟାଲୋରୀ ବର୍ନ ହୋଇଥାଏ l
– ଫିଟ ରହିବ ପାଇଁ ଉଚିତ ମାତ୍ରାରେ ଶୋଇବା ଜରୁରୀ l ଅନେକ ଗୁଡିଏ ଗବେଷଣା ରୁ ଜଣ ପଡିଛି ଯେ ଉଚିତ ମାତ୍ରାରେ ଶୋଇବା ଦ୍ୱାରା ଉଚିତ ପରିମାଣ ର କ୍ୟାଲୋରୀ ବର୍ନ ହୋଇଛି l ନିଦ୍ରା ହୀନତା ଓଜନ ବୃଦ୍ଧି ର କାରଣ ହୋଇଥାଏ l ଏହାଦ୍ୱାରା ମେଟାବୋଳିଯିମ ଠିକ ରୁହେ ନାହିଁ ଓ ଓଜନ ବୃଦ୍ଧି ହୋଇଥାଏ l
– କଣ ଆପଣ ଜାଣିଛନ୍ତି ଛୁଇଁଗମ ଚୋବାଇବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ l ଏହାଛଡା ଛୁଇଁଗମ ଚୋବାଇବା ଦ୍ୱାରା ଭୋକ ମଧ୍ୟ କମ ହୋଇଥାଏ, ଯେଉଁ କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l