Odisha news

ଆପଣଙ୍କ ଖାଦ୍ୟର ସ୍ୱାଦ ବଢାଉଥିବା ଟମାଟୋ କେଚଅପ୍ ଆପଣଙ୍କ ପାଇଁ ହୋଇପାରେ ପ୍ରାଣ ଘାତକ

0

ଆଜିର ଆଧୁନିକ ଦୁନିଆରେ ରାସ୍ତାର ଉଭୟ ପାର୍ଶ୍ୱରେ ବିକ୍ରୀ ହେଉଥିବା ବିଭିନ୍ନ ଷ୍ଟ୍ରିଟ ଫୁଡ ର ସମ୍ଭାର ଦେଖିବାକୁ ମିଳୁଛି l  ସନ୍ଧ୍ୟା ହେଉ ହେଉ ଖାଇବା ପାଇଁ ଖାଇବା ଷ୍ଟଲ ଗୁଡିକ ନିକଟରେ ଭିଡ଼ ଜମୁଛି l ବିଶେଷ ଭାବରେ ଅଧିକ ଚାହିଦା ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ ର ରହୁଛି, ଯେପରିକି ରୋଲ, ଚାଓମୀନ , ବିଭିନ୍ନ ପ୍ରକାର ପକୋଡା ଇତ୍ୟାଦି l ଯାହାକୁ ସୁସ୍ୱାଦୁ କରିବା ପାଇଁ ସେଥିରେ ବିଭିନ୍ନ ପ୍ରକାରର ସସ ର ବ୍ୟବହାର କରାଯାଉଛି l  ସେହି ମାନଙ୍କ ମଧ୍ୟରେ ହେଲା ଟମାଟୋ  କେଚଅପ୍ ଗୋଟିଏ l ଟମାଟୋ  କେଚଅପ୍  ର ବ୍ୟବହାର ବିଭିନ ପ୍ରକାର ସ୍ନାକ୍ସ ରେ ହୋଇଥାଏ l  ଯାହାଦ୍ୱାରା ସ୍ନାକ୍ସ ର ଅଧିକ ସ୍ୱାଦ ବୃଦ୍ଧି ହୋଇଥାଏ l ଦୁନିଆରେ ଅନେକ ପ୍ରିୟ ହୋଇଥିବା ଏହି ଟମାଟୋ  କେଚଅପ୍ କୁ ଅନହେଲଦି କାଟାଗୋରୀରେ ରଖ ଯାଇଛି l

କଣ କହୁଛି ଫୁଡ ସର୍ଭେ –
ହୋଇଥିବା ଗୋଟିଏ ଫୁଡ ସର୍ଭେ ର ରିପୋର୍ଟ ଅନୁସାରେ ଟମାଟୋ ସସ ସେବନ କରିବା ଦ୍ୱାରା ଶରୀରରେ ସୋଡିୟମ ଓ ସୁଗାର ଆମ ଶରୀର କୁ ଅଧିକ ମାତ୍ରାରେ ଯାଇଥାଏ l ଯେଉଁ କାରଣରୁ ଆମେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ର ଶିକାର ହୋଇଥାଉ l ବିଶେଷ ଭାବରେ ନ୍ୟୁଟ୍ରିସନଇଷ୍ଟ ମାନେ ଟମାଟୋ  କେଚଅପ୍ ସେବନ କରିବା ପାଇଁ ବରଂ କରି ଥାଆନ୍ତି l

ଟମାଟୋ  କେଚଅପ୍ ସେବନ କରିବା ଦ୍ୱାରା ହୋଇଥାଏ ଏହିସବୁ କ୍ଷତି –
– ଟମାଟୋ  କେଚଅପ୍ କୁ ପ୍ରସ୍ତୁତ କରିବା ସମୟରେ କେମିକାଲଶ ଓ ପ୍ରଜର୍ଭଭେଟିବ ର ବ୍ୟବହାର ହୋଇଥାଏ, ଯେଉଁ କାରଣରୁ ମୋଟାପା ଓ ମଧୁମେହ ଭଳି ରୋଗର ଆପଣ ସମୁଖୀନ ହୋଇ ପାରନ୍ତି l l ତେଣୁ ନିୟମିତ ସେବନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକର l

– ନ୍ୟୁଟ୍ରିସନଇଷ୍ଟ ଙ୍କ ସୂଚନା ଅନୁସାରେ ଟମାଟୋ  କେଚଅପ୍ ରେ ସୁଗାର ର ମାତ୍ରା ଅଧିକ ରହିଥାଏ l  ଏହାର ଅର୍ଥ ଯଦି ଆପଣ ପ୍ରତିଦିନ ଗୋଟିଏ ବଡ଼ ଚାମଚ ଟମାଟୋ  କେଚଅପ୍ ସେବନ କରିବେ ତେବେ ଶୁଗର ଆପଣଙ୍କ ନିୟମୀୟା ଆବଶ୍ୟକତା ଠାରୁ ୭ ପ୍ରତିଶତ ଅଧିକ ବୃଦ୍ଧି ହେବ l

– ଟମାଟୋ  କେଚଅପ୍ ରେ ଚିନି ସହିତ ଲୁଣ ର ବ୍ୟବହାର ମଧ୍ୟ ଅଧିକ ହୋଇଥାଏ l ଅଧିକ ଲୁଣ ଯୁକ୍ତ ଖାଦ୍ୟ ଦ୍ୱାରା ମଧ୍ୟ ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖିବାକୁ ମିଳୁଛି l

– ଖାଦ୍ୟ ରେ ସ୍ୱାଦିଷ୍ଟ  କେଚଅପ୍  ଗୋଟିଏ ଏସିଡ଼ିକ ଫୁଡ ହୋଇଥାଏ l ଏହି କାରଣରୁ ଗ୍ୟାସ୍ଟ୍ରୋ ଇଣ୍ଟେନଷ୍ଟାଇନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ l

–  କେଚଅପ୍ କୁ ପ୍ରସ୍ତୁତ କରିବା ପାଇଁ ଦିଷ୍ଟଲଡ଼ ଭିନେଗାର ଓ ଫ୍ରୁକ ଟୋଜ ସୁଗାର ର ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ l  ଏହା ସହିତ ରେଗୁଲାର କର୍ଣ ଶୀରାପ ର ମଧ୍ୟ ବ୍ୟବହାର ହୋଇଥାଏ ଯେଉଁ କର୍ଣ ରେ  ଅଧିକ ପେସ୍ଟି ସାଇଡ ପ୍ରୟୋଗ ହୋଇଥାଏ l  ତେଣୁ ଏହା ଶରୀର ପାଇଁ କ୍ଷତିକାରକ ଅଟେ l

– ଯେତେବେଳେ ଟମାଟୋ  କେଚଅପ୍  ପ୍ରସ୍ତୁତ ହୋଇଥାଏ ସେହି ସମୟରେ ଟମାଟୋ କୁ ଖୁବ ଅଧିକ ସିଝା ଯାଇଥାଏ l ଯେଉଁ କାରଣରୁ ପୋଷାକ ତତ୍ୱ ନଷ୍ଟ ହୋଇଥାଏ l

– ଗୋଟିଏ ରିପୋର୍ଟ ଅନୁସାରେ ଟମାଟୋ  କେଚଅପ୍  ରେ ପ୍ରୋଟିନ, ଫାଇବର କିମ୍ବା ମିନେରାଲସ ନଥାଏ l  ସୋଡିୟମ ଓ ସୁଗାର ର ମାତ୍ର ଅଧିକ ରହିଥିବାରୁ କିଡ଼ନୀ ଉପରେ ପ୍ରଭାବ ପଡିଥାଏ l  ଏଥିରେ ଲାଇକୋପୀନ ଅବଜର୍ଭ ହୋଇ ରହିଥାଏ ଯାହାକୁ ନିୟମିତ ସେବନ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l

– ଟମାଟୋ  କେଚଅପ୍  ଯେଉଁସବୁ ଖାଦ୍ୟରେ ପ୍ରୟୋଗ କରାଯାଇ ଥାଏ ସେହିସବୁ ଖାଦ୍ୟ କୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟା ଦେଖା ଯାଇଥାଏ l ହାର୍ଟ ବିଟ  ମଧ୍ୟ ଦ୍ରୁତ ଗତିରେ ବଢିବାର ଗୋଟିଏ ବଡ଼ କାରଣ ହେଉଛି ଟମାଟୋ  କେଚଅପ୍ l

Leave A Reply