ଏହି ବିଶ୍ଵ ବ୍ରହ୍ମାଣ୍ଡ ବିଭିନ୍ନ ରହସ୍ୟ ରେ ପୂର୍ଣ୍ଣ ଅଟେ । ଯେଉଁ ବିଷୟରେ ଆମେ ଜାଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଥାଉ। କିଛି ଟା ଘଟଣାରେ ବିଶ୍ୱାସ କରିବା ମଧ୍ୟ ଆମ ପକ୍ଷରେ କଷ୍ଟକର ହୋଇଯାଏ । ଆଜି ଆମେ ସେହିଭଳି ଗୋଟିଏ ରହସ୍ୟ ଭରା କଥା ଜାଣିବା । ଆପଣ କେବେ ଶୁଣିଛନ୍ତି ଗଛ ଚାଲିବା ? ହଁ ଆଜ୍ଞା ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ।
ଆଜି ପର୍ଯ୍ୟନ୍ତ ଆପଣ ବହୁତ୍ ଗୁଡ଼ିଏ କଥା ଶୁଣି ଛନ୍ତି , ଯେପରିକି ଭୂତ ଗଛ କିମ୍ବା ମଣିଷ କୁ ଖାଉଥିବା ଗଛ , ପିଛା କରୁଥିବା ଗଛ ବିଷୟରେ ଆମେ ସୁଣିଛୁ , କିନ୍ତୁ ଏହି ପୃଥିବୀ ପୃଷ୍ଠରେ ଏଭଳି ଗୋଟିଏ ଗଛ ଅଛି ଯାହା ମଣିଷ କୁ ଦଉଡ଼ାଇ ଥାଏ । ଏହାର ନାମ ହେଉଛି ୱାକିଙ୍ଗ ପାମ୍ ଟ୍ରି । ଏହାର ବୈଜ୍ଞାନିକ ନାମ ସୋକ୍ରେଟିଆ ଏକ୍ସୋରାଇଜ୍ । ଏହି ଗଛଟି ଦକ୍ଷିଣ ଆମେରିକା ର ବର୍ଷା ବନରେ ଦେଖିବାକୁ ମିଳିଥାଏ ।
ଏହି ଗଛ ଟି ମଣିଷ ପରି ଚାଲନ୍ତି ନାହିଁ କିନ୍ତୁ ଏଭଳି କିଛି କରନ୍ତି ଯାହାକୁ ଦେଖିଲେ ଲାଗିଥାଏ ଯେ ଏହି ଗଛ ଚାଲିଥାଏ ବୋଲି । ଏହି ବିଶେଷ କାରଣଟି ହେଲା ଏହି ଗଛରେ ଯେତେବେଳେ ନୂଆ ଚେର ଆସିଥାଏ , ଏଭଳି ଲାଗିଥାଏ ଯେ ଯେପରି ସେ ଆଗକୁ ମାଡି ଚାଲିଛି । ଏହି ଗଛଟି ଗୋଟିଏ ବର୍ଷରେ ଅନେକ ଦୁର ନିଜ ଚେର ମାଧ୍ୟମରେ ମାଡ଼ି ଯାଇଥାଏ । ଯାହାକି ଦେଖିଲେ ଲାଗିଥାଏ ଯେ ସେ ଆଗକୁ ଚାଲୁଛି । ଅନେକ ଗବେଷକ ଏହି ଗଛଟି ଉପରେ ଗବେଷଣା କରିବାକୁ ଯାଇ ଜଙ୍ଗଲ ରେ ବାଟ ବଣା ମଧ୍ୟ ହୋଇଛନ୍ତି ।