Odisha news

ବର୍ଷା ଋତୁରେ ଭାଇରଲ ଜ୍ୱର ଦ୍ୱାରା ଅଧିକ ଆକ୍ରାନ୍ତ ହୋଇ ଥାଆନ୍ତି, ଏହାର ଉପଚାର ପାଇଁ ତୁରନ୍ତ ଆପଣାନ୍ତୁ ଏହି ଆୟୁର୍ବେଦ ଉପାୟ

0

ବର୍ତମାନ ବଦଳୁଥିବା ଋତୁରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳୁଛି l ବିଶେଷ ଭାବରେ କେତେବେଳେ ବର୍ଷା ଓ କେତେବେଳେ ଅତ୍ୟଧିକ ଗରମ ପ୍ରଭାବରୁ ସମସ୍ତଙ୍କ ର ରୋଗ ପ୍ରତିରୋଧକ କ୍ଷମତା ବିଶେଷ ଭାବରେ ପ୍ରଭାବିତ ହେଉଛି l ଯେଉଁ କରଣର ଲୋକ ମାନଙ୍କର ଅନେକ ପ୍ରକାରର ଭାଇରଲ ରୋଗ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଅଧିକ ବଢୁଛି l ବିଶେଷ ଭାବରେ ଘରେ ଘରେ ଭାଇରଲ ଜ୍ବରରେ ଅନେକ ଲୋକ ପ୍ରଭାବିତ ହେଉଛନ୍ତି, ଏଥିପାଇଁ ଏହିସବୁ ସଂକ୍ରମଣ ଜନିତ ଜ୍ବରରୁ ରକ୍ଷା ପାଇବା ପାଇଁ କିଛିଟା ଘରୋଇ ଉପାୟ ଆପଣାଇବା ନିହାତି ଜରୁରୀ l

– ଭାଇରଲ ଜ୍ୱର ରୁ ଆରାମ ପାଇବା ପାଇଁ ମେଥି ଚା ନିୟମିତ ସେବନ କରନ୍ତୁ l ଏହାକୁ ସେବନ କରିବା ପାଇଁ ଗୋଟିଏ କପ ପାଣି ଗରମ କରନ୍ତୁ l ଏହାପରେ ଏଥିରେ ଗୋଟିଏ ଚାମଚ ମେଥି ପକାଇ ଚୁଲି ରେ ଫୁଟାଇ ନିଅନ୍ତୁ l ଏହାପରେ ତାହାକୁ ଛାଣି ମହୁ ମିଶାଇ ଉଷୁମ ଉଷୁମ ସେବନ କରନ୍ତୁ l ଏହାଦ୍ୱାରା ଭାଇରଲ ସଂକ୍ରମଣ ରୁ ଆରାମ ମିଳିବ l

– ଭାଇରଲ ଫିବର ରୁ ଆରାମ ପାଇବା ପାଇଁ ତୁଳସୀ ପତ୍ର ସେବନ କରିବା ହିତକର l ସେଥିପାଇଁ କିଛିଟା ତୁଳସୀ ପତ୍ରର ରସ ନେଇ ତାହାକୁ ଛେଚି ସେଥିରେ କିଛି ପରିମାଣ ରେ ଲବଙ୍ଗ ଗୁଣ୍ଡ ମିଶାଇ ସେବନ କରନ୍ତୁ ଭାଇରଲ ଜ୍ବରରୁ ଆରାମ ମିଳିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବ l

– ହଳଦୀ ଓ ଶୁଣ୍ଠୀ ଗୁଣ୍ଡ ଭାଇରଲ ସଂକ୍ରମଣ ରୁ ରକ୍ଷା କରିଥାଏ l ସେଥିପାଇଁ ଶୁଣ୍ଠୀ ଗୁଣ୍ଡ ଓ ହଳଦୀ ଗୁଣ୍ଡକୁ ମିଶାଇ ଗୋଟିଏ କପ ପାଣିରେ ଫୁଟାଇ ନିଅନ୍ତୁ l ବର୍ତମାନ ସେଥିରେ ସାମାନ୍ୟ ମହୁ ମିଶାଇ ସେବନ କରନ୍ତୁ l  ଏହାଦ୍ୱାରା ଛାତିର କଫ ସମସ୍ୟା, ଗଳା ଦରଜ ଓ କାଶ ସମସ୍ୟା ଦୂର ହେବ l

– ବିଭିନ୍ନ ସଂକ୍ରମଣ ଜନିତ ଜ୍ୱର ପାଇଁ ମହୁ ଓ ଗୋଲ ମରିଚ ଖୁବ ହିତକର l ସେଥିପାଇଁ ମହୁକୁ ସାମାନ୍ୟ ଗରମ କରି , ସେଥିରେ ସାମାନ୍ୟ ଗୋଲ ମରିଚ ଗୁଣ୍ଡ ମିଶାଇ ସେବନ କରନ୍ତୁ l ଏହାଦ୍ୱାରା ସଂକ୍ରମଣ ରୁ ଆରାମ ମିଳିବ l

Nalco
Leave A Reply