ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପିତୃପକ୍ଷ ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଅମାବାସ୍ୟା ଦିନ ସମାପ୍ତ ହେବ l ଏହି ସମୟ ପୂର୍ବଜ ଙ୍କ ନିମିତ୍ତ ରେ ତର୍ପଣ କରାଯାଇ ଥାଏ l ପିତୃ ପକ୍ଷରେ ପିତୃ ପୁରୁଷଙ୍କୁ ଜଳ ଦେବାର ବିଶେଷ ମାନ୍ୟତା ରହିଛି l ଏଥିରେ କିଛିଟା କଥାକୁ ବିଶେଷ ଧ୍ୟାନ ଦିଆଯାଇ ଥାଏ l
* ପିତୃ ପୁରୁଷଙ୍କୁ ଜଳ ଅର୍ପଣ କରିବା ସମୟରେ ଏହା କହିବା ଆବଶ୍ୟକ –
ଜଳ ଦେବା ସମୟରେ ଧ୍ୟାନ ଦେଇ କୁହନ୍ତୁ ହେ ପିତୃପୁରୁଷ ମୋ ହାତରୁ ଜଳ ଗ୍ରହଣ କରନ୍ତୁ l ଏହା ସହିତ ନିଜ ଗୋତ୍ରର ନାମ ନେଇ ‘ବସୁରୁପତ ତୃପ୍ୟତମିଦଂ ତିଲୋଦକମ ଗଙ୍ଗା ଜଳମ ବା ତସ୍ମୈ ସ୍ଵଧା ନମଃ, ‘ l ପାଠ କରି ଏହି ମନ୍ତ୍ରକୁ ଜଳ ଅର୍ପଣ କରନ୍ତୁ l
* ପିତୃ ପକ୍ଷରେ ଜଳ କିପରି ଦେବା ଉଚିତ ?-
ଶ୍ରାଦ୍ଧ ଦେବା ସମୟରେ ପିତୃ ପୁରୁଷଙ୍କୁ ଜଳ ଅର୍ପଣ କରାଯାଇ ଥାଏ l ଅର୍ଥାତ ପିଣ୍ଡ ଉପରେ ଜଳ ମାଧ୍ୟମରେ ଆଙ୍ଗୁଳି ରେ ଜଳ ଅର୍ପଣ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଆଙ୍ଗୁଳି ରେ ପିତୃ ପୁରୁଷ ଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ l ପୌରାଣିକ ମାନ୍ୟତା ଅନୁସାରେ ହାତର ଯେଉଁ ଅଂଶ ରେ ଆଙ୍ଗୁଳି ରହିଥାଏ ସେହି ଅଂଶକୁ ପିତୃ ତୀର୍ଥ କୁହାଯାଇ ଥାଏ l
* ପିତୃ ପୁରୁଷ ଙ୍କୁ ଜଳ ପ୍ରାତଃ ସମୟ ୧୧.୩୦ ରୁ ୧୨.୩୦ ମଧ୍ୟରେ କରାଯାଇ ଥାଏ l ପିତୃ ପୁରୁଷଙ୍କୁ ଜଳ ଦାନ କରିବା ସମୟରେ କଂସା ଲୋଟା ର ପ୍ରୟୋଗ କରନ୍ତୁ l
* ପିତୃ ପୁରୁଷଙ୍କୁ ଜଳ କିଏ ଦାନ କରିବା ଆବଶ୍ୟକ ?-
ପିତୃ ଋଣରେ ପିତାଙ୍କ ପରେ ଅନ୍ୟ ବୟସ୍କ ବ୍ୟକ୍ତିମାନେ ସାମିଲ ରହି ଥାଆନ୍ତି l ଯେଉଁମାନେ ଆମେ ଆପଣଙ୍କୁ ଜୀବନ ଧାରଣ କରିବାରେ ଓ ତାର ବିକାଶ କରିବାରେ ସହଯୋଗ ଦେଇ ଥାଆନ୍ତି l ପିତୃପକ୍ଷ ଶ୍ରାଦ୍ଧ ଯେଉଁଦିନ ଦେଉଛନ୍ତି ସେହିଦିନ କର୍ମ ଓ ବାଣୀରେ ସଂଯମ ରଖିବା ଜରୁରୀ l
