ମଙ୍ଗଳସୂତ୍ର ସଧବା ନାରୀଙ୍କ ପ୍ରତୀକ ଅଟେ l ମଙ୍ଗଳସୂତ୍ର ନାରୀ ମାନଙ୍କର ସଧବା ର ପ୍ରତୀକ ଅଟେ l ମଙ୍ଗଳସୂତ୍ର ର ସମ୍ବନ୍ଧ ଭଗବାନ ଶିବ ଓ ମା ପାର୍ବତୀଙ୍କ ସହିତ ରହିଛି l ମଙ୍ଗସୁତ୍ର ର ସମ୍ବନ୍ଧ ଧାର୍ମିକ ମହତ୍ୱ ସହିତ ଜ୍ୟୋତିଷ ଶାସ୍ତ୍ରରେ ରହିଛି l
* ମଙ୍ଗଳସୂତ୍ରରେ କଳା ମାଳି କାହିଁକି ରହିଥାଏ –
ମଙ୍ଗଳସୂତ୍ର ରେ କଳାମାଳି ଗୋଟିଏ ସୁତା ରେ ଗୁନ୍ଥା ଯାଇଥାଏ l ଏହି କଳାମାଳି ର ବିଶେଷ ମହତ୍ୱ ରହିଛି l କାରଣ ଏହି ମାଳି ଗୁଡିକ ବିନା ମଙ୍ଗଳସୂତ୍ର ଅଧୁରା ଅଟେ l ଏହି କଳାମାଳି କୁ ଶିବ ଓ ପାର୍ବତୀଙ୍କ ମଧ୍ୟରେ ଗୋଟିଏ ବନ୍ଧନ ର ପ୍ରତୀକ ଅଟେ l କୁହାଯାଏ ଯେ ମଙ୍ଗଳସୂତ୍ର ରେ କଳାମାଳି ମହାଦେବ ହେଲେ ସ୍ଵର୍ଣ ମାତା ପାର୍ବତୀ ଅଟନ୍ତି l
* ମଙ୍ଗଳସୂତ୍ର ରେ ଯେଉଁ ଛୋଟ ଛୋଟ ଲକେଟ ବା ପଦକ ରହିଥାଏ , ଯାହାକି ପ୍ରତ୍ୟେକ ୯ଟି ରହିଥାଏ l ଏହା ମୄଦୁର୍ଗା ଙ୍କ ନବରୂପ ର ପ୍ରତୀକ ଅଟେ l ଯାହା ନାରୀକୁ ଶକ୍ତି ଯୋଗାଇଥାଏ ଓ ତାର ସିନ୍ଦୁର କୁ ରକ୍ଷା କରିଥାଏ l ଏହାଛଡା ଏହା ଦାମ୍ପତ୍ୟ ଜୀବନ କୁ ଖରାପ ସ୍ଥିତି ରୁ ରକ୍ଷା କରିଥାଏ l ସ୍ୱାମୀ ମାନଙ୍କୁ ଖରାପ ସ୍ଥିତି ରୁ ରକ୍ଷା କରିଥାଏ l
* ସଧବା ନାରୀମାନେ କଦାପି ଗଳା କୁ ଖାଲି ରଖିବା ଉଚିତ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଘରର ସୁଖସମୃଦ୍ଧି ରେ ବାଧା ହୋଇଥାଏ l ତେଣୁ ସର୍ବଦା ବିବାହିତା ନାରୀ ମାନେ ସର୍ବଦା ଗଳାରେ କୌଣସି ବସ୍ତୁ ଧାରଣ କରିବା ଉଚିତ l
* ମାନ୍ୟତା ରହିଛି ଯେ କଦାପି ଅନ୍ୟ ନାରୀର ମଙ୍ଗଳସୂତ୍ର ଧାରଣ କରିବା ଉଚିତ ନୁହେଁ l ଏହା କରିବା ଠିକ ନୁହେଁ ଓ ଏହା ଦାମ୍ପତ୍ୟ ଜୀବନ ରେ ବାଧା ଉପୁଜିଥାଏ l ଆହୁରି ମଧ୍ୟ ଜୀବନ ରେ କଳହ ଓ ଉତେଜନା ଦେଖା ଯାଇଥାଏ l
* ମଙ୍ଗଳସୂତ୍ର ନାରୀ ଧାରଣ କରିବା ଦ୍ୱାରା ସ୍ୱାମୀଙ୍କ ଉନ୍ନତି ରେ ଥିବା ବାଧା ଦୂର ହୋଇଥାଏ l ମଙ୍ଗଳ ସୂତ୍ରର ମହତ୍ୱ ଖୁବ ପୁରୁଣା ଯୁଗରୁ ରହିଛି l କୁହାଯାଏ ଯେ ଲକ୍ଷ୍ମୀଙ୍କ କୃପା ମିଳିବା ସହିତ ବୃହସ୍ପତି ମଧ୍ୟ ସନ୍ତୁଷ୍ଟ ରହି ଥାଆନ୍ତି l
– ମଙ୍ଗଳସୂତ୍ର ରାତିରେ ଖୋଲିବା ଉଚିତ ନୁହେଁ l
– କଦାପି ମଙ୍ଗଳସୂତ୍ର ଅଗାଧୁଆ ଧାରଣ କରନ୍ତୁ ନାହିଁ l
– ମଙ୍ଗଳସୂତ୍ର ପିନ୍ଧି ସାରି ମା ଦୁର୍ଗା ଓ ଲକ୍ଷ୍ମୀଙ୍କୁ ନିହାତି ପ୍ରଣାମ କରିବା ଆବଶ୍ୟକ l
– ମଙ୍ଗଳସୂତ୍ର ଯେବେବି ଧାରଣ କରୁଛନ୍ତି ନିଜ ସ୍ୱାମୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଧାରଣ କରିବା ଜରୁରୀ l
