ଏବେବି ଲୋମହର୍ଷଣ କlରି ଆତଙ୍କବାଦର କରାଳ ଛାୟାରୁ ମୁକ୍ତି ପାଇନି ଭାରତ l ଆମ ମାଟି ମାର ବୀର ସନ୍ତାନ ସିମlନ୍ତରେ ସଜାଗ ପ୍ରହରୀ ପରି ଜଗିରହିଛି l ତାର ଅତ୍ୟାଧୁନିକ ସୁସଜ୍ଜିତ ଅସ୍ତ୍ରରେ ଆତଙ୍କବାଦୀ ମାନେ କର୍ଡନ ଭିତରକୁ ଆସିବାକୁ ସାହସ କରୁନାହାନ୍ତି l ରକ୍ତରେ ଲାଗିଛି ନିଆଁ ମନରେ ଦେଶ ପ୍ରେମର ଭାବ , ଆସୁ କିଏ ଆସୁଛି ମାରିବି ନହେଲେ ମରିବି l ଏ ହେଉଛି ଆମଦେଶର ସମସ୍ତ ପ୍ରହରୀ ମାନଙ୍କ ମନର କଥା l
” ବିଜୟ ଦିବସ “ସତରେ ଏହି ଶବ୍ଦଟି ମନରେ ଏକ ସ୍ଫୁରଣ ସୃଷ୍ଟି କରିବା ସହିତ ଚକ୍ଷୁରେ ଭରିଦେଇଥାଏ ଆନନ୍ଦର ଅସୃ ,ଭାରତ ମାତାର କୋଳରେ ଜନ୍ମ ନେଇଥିବା ସେହି ବୀର ପୁତ୍ରମାନଙ୍କୁ କୋଟି କୋଟି ପ୍ରଣାମ l ଯେଉଁ ମାନଙ୍କ ପାଇଁ ଭାରତ ମାତା ଆଜି ବିଶ୍ୱ ଦରବାରରେ ଗର୍ବରେ ମୁଣ୍ଡ ଟେକି ଠିଆହୋଇ ପାରିଛି l ଡିସେମ୍ବର ମାସ ଆସିବା କ୍ଷଣି ସାରା ଭାରତ ବସି ଗୌରବର ଦିନଟି ପାଇଁ ଅପେକ୍ଷା କରନ୍ତି ୧୬ ତାରିଖକୁ l ଏହା ଆମ ଭାରତ ଇତିହାସରେ ଗୋଟିଏ ପ୍ରସିଦ୍ଧ ଦିନ l ଏହି ଦିନ ଭାରତ ମାତାର ବୀର ପୁତ୍ର ମାନେ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲେ ଗୋଟିଏ ନୂଆ ଦେଶକୁ ,ଯାହାକୁ ଆଜି ସମସ୍ତେ ଜାଣୁଛନ୍ତି “ବଙ୍ଗଳାଦେଶ”ନାମରେ l
୧୯୭୧ ମସିହା ଡିସେମ୍ବର ମାସ ହୋଇଥିଲା ଭାରତ ପାଇଁ ଗୋଟିଏ ଆହ୍ୱାନ ମୂଳକ ମାସ ,ଏହି ମାସରେ ୧୩ ଦିନ ଧରି ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ l ଏହି ୧୩ ଦିନ ଯୁଦ୍ଧରେ କେତେଯେ ବୀର ଯବାନ ସହିଦ ହୋଇ ଯାଇଥିଲେ ଓ ଅନେକ ଆହତ ମଧ୍ୟ ହୋଇଥିଲେ l ପାକିସ୍ତାନ ସେନାର ନେତୃତ୍ୱ ନେଇଥିବା ଜେନେରାଲ ଏ.କେ .ନିୟାଜି ନିଜର ୯୩ ହଜାର ସୈନିକଙ୍କ ସହିତ ଭାରତୀୟ ସେନାର କମାଣ୍ଡର ଜେନେରାଲ ଜଗଜିତ ସିଂହ ଆରୋଡାଙ୍କ ଆଗରେ ଆତ୍ମସମର୍ପଣ କରି ପରାଜୟ ସ୍ୱୀକାର କରିଥିଲେ l
ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଭାରତର ଜେନେରାଲ ମନକସେ ଭାରତୀୟ ସେନାର ମୁଖ୍ୟ ଥିଲେ l ଏହି ଯୁଦ୍ଧ ପରେ ବିଶ୍ୱ ମାନଚିତ୍ରରେ ଗୋଟିଏ ନୂଆଦେଶ ଉଦୟ ହୋଇଥିଲା l ମନକସେ ସେହି ସମୟରେ ଭାରତର ସେନା ଅଧକ୍ଷ ଥିଲେ ଓ ତାଙ୍କ ନେତୃତ୍ୱରେ ପାକିସ୍ତାନ ବିରୁଦ୍ଧରେ ଭାରତ ମାତାର ବୀରପୁତ୍ର ମାନେ ଯୁଦ୍ଧ ଭୂମିକୁ ଓଲ୍ହାଇ ଥିଲେ l ଜଗଜିତ ସିଂହ ଥିଲେ ଭାରତୀୟ ସେନାର କମାଣ୍ଡର ଏବଂ କେବଳ ତାଙ୍କର ଯୁଦ୍ଧ କୌଶଳ ଓ ଯୁଦ୍ଧ ବିଦ୍ୟା ଯୋଗୁ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା l ସେତେବେଳେ ପାକିସ୍ତାନର ପାଖାପାଖି ୩୦ ହାଜର ସୈନ୍ୟ ଢାକା ଠାରେ ଉପସ୍ଥିତ ଥିଲେ ଓ ଜଗଜିତ ସିଂହଙ୍କ ପାଖରେ ଢାକା ବାହାରେ ମାତ୍ର ୪ ହଜାର ସୈନିକ ଥିଲେ l ଜଗଜିତ ସିଂହ ଢାକାରେ ପାକିସ୍ତାନ ସେନ ନାୟକ ଜେନେରାଲ ନିୟାଜିଙ୍କ ଶୀତ ସାକ୍ଷାତ କରିଥିଲେ l ସେ ନିୟାଜିଙ୍କୁ ନିଜର ବୁଦ୍ଧି କୁଶଳ ଦ୍ୱାରା ଏପରି ହରାଇ ଦେଇଥିଲେ ଯେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ l
ଏହି ଯୁଦ୍ଧରେ ବଙ୍ଗଳାଦେଶ ମୁକ୍ତି ବାହିନୀ ମଧ୍ୟ ଭାରତୀୟ ସୈନ୍ୟଙ୍କ ସହ ଠିଆ ହୋଇଥିଲେ l ପାକିସ୍ତାନର ପୂର୍ବ ପାକିସ୍ତାନକୁ ଆମେ ଆଜି ବଙ୍ଗଳା ଦେଶ ନମ୍ୱର ଜାଣୁଛୁ ଏବଂ ପଶ୍ଚିମ ପାକିସ୍ତାନ ପାକିସ୍ତାନ ହୋଇ ରହିଛି l ସେତେବେଳେ ବିସ୍ବରରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ପକ୍ଷରୁ ଭାରତ ଉପରେ ଚାପ ପକା ଯାଉଥିଲା l କିନ୍ତୁ ଭାରତ କାହାରି ଆଗରେ ମୁଣ୍ଡ ନୁଆଇଁ ନଥିଲା ଏବଂ ପାକିସ୍ତାନକୁ ଦୁଇତିଭାଗ କରି ଦେଇଥିଲା l ସ୍ତରେ ଆମର ଏହି ବୀର ଯବାନ ମାନେ ଭ୍ରାତା ମାତାର ଯୋଗ୍ୟ ସନ୍ତାନ l