Odisha news

ବିଜୟ ଦିବସ ଉପରେ କିଛି : ଭାରତୀୟ ବୀର ଯବାନଙ୍କ ବଳୀଦାନରେ ବଙ୍ଗଳାଦେଶର ସୃଷ୍ଟି

0

Padmaja Pattanaik: ଡିସେମ୍ବର ୧୬ ତାରିଖ ଦିନଟିକୁ ବିଜୟ ଭାବରେ ଆମ ଭାରତୀୟ ମାନେ ପାଳନ କରି ଥାନ୍ତି l ୧୬ ଡିସେମ୍ବର ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧର ପରିଣତିର ଗୋଟିଏ ରୂପ ଦେଖିବାକୁ ପାଇଥିଲୁ ଯାହା ଆମପାଇଁ ଗର୍ବ ଆଣିଦେଇଥିଲା l ଭାରତୀୟ ସୈନିକ ମାନଙ୍କର ପରାକ୍ରମ ଆଗରେ ପାକିସ୍ତାନ ସୈନ୍ୟ ନତମସ୍ତକ ହୋଇ ପଡିଥିଲା l ଯାହାର ଫଳ ସ୍ୱରୂପ ଆଜି ବଙ୍ଗଳାଦେଶର ଉତ୍ପତି ହୋଇଛି l ଭାରତୀୟ ସୈନ୍ୟଙ୍କ ସୌର୍ଯ୍ୟ ଓ ପରାକ୍ରମ ସେତେବେଳେ ସାରା ଭାରତ ବର୍ଷରେ ଚର୍ଚିତ ହୋଇଥିଲା l ଆଜି ଯଦି ବିଶ୍ୱ ଦରବାରରେ ଭାରତମାତା ମୁଣ୍ଡ ଟେକି ଠିଆ ହୋଇଛି ତାହା କେବଳ ଭାରତୀୟ ସୈନ୍ୟଙ୍କ ପାଇଁ l

ସକାଳୁ ରାତି ପର୍ଯ୍ୟନ୍ତ ବିନା କୌଣସି ଇଛା ଓ ସୁଖ ସବୁକିଛି ପରିତ୍ୟାଗ କରି ଭାରତ ମାତାକୁ ସୁରକ୍ଷା ଦେଇ ତା ଓଠରେ ହସ ଫୁଟାଉଛନ୍ତି ଏହି ବୀର ସୈନିକ ମାନେ l ଆଜି ମଧ୍ୟ ଲକ୍ଷ ଲକ୍ଷ ମା ଭାରତ ମା କୋଳରେ ସମର୍ପଣ କରି ଦେଇଛନ୍ତି ନିଜ ନୟନ ପିତୁଳା ଗେଲ୍ହା ପୁଅକୁ l ସେହି ମା ମାନେ ସତରେ ବହୁତ ଭାଗ୍ୟବାନ ,ତା ଠାରୁ ଅଧିକ ଭାଗ୍ୟବାନ ହେଉଛି ଆମ ଭାରତ ମାତା l ଯାହା କୋଳରେ ଜନ୍ମ ନେଇଛନ୍ତି ବୀର ସନ୍ତାନ ମାନେ l ୧୯୭୧ ମସିହା ଯୁଦ୍ଧ ଏହି ଭଳି ଏକ ଯୁଦ୍ଧ ଥିଲା l ଯେଉଁଠି ଲମ୍ପଟ ପାକିସ୍ତାନର ସୈନ୍ୟ ମାନେ ଭାରତର ବୀର ପୁତ୍ରଙ୍କ ଆଗରେ ନତମସ୍ତକ ହୋଇ ଯାଇଥିଲେ l ଡିସେମ୍ବର ୧୬ ତାରିଖ ଦିନ ପାକିସ୍ତାନର ପୂର୍ବ ମୋର୍ଚାର ମୁଖ୍ୟ ଜେନେରାଲ ଅମୀର ଅବଦୁଲା ପରାଜୟ ସ୍ୱୀକାର କରି ୯୩ ହଜାର ପାକିସ୍ତାନ ସଞୟଙ୍କ ସେହିତ ଭାରତୀୟ ସୈନ୍ୟ ମାନଙ୍କ ନିକଟରେ ଢାକା ଠାରେ ଆତ୍ମସମର୍ପଣ କରିଥିଲେ l

କଣ ଘଟିଥିଲା ୧୩ ଡିସେମ୍ବରରେ –

ପୂର୍ବ ପାକିସ୍ତାନର ବଙ୍ଗାଳି ରାଷ୍ଟ୍ରବାଦୀ ମାନେ ଅନେକ ଦିନରୁ ଆତ୍ମନିର୍ଣୟର ଦାବି କରି ଆସୁଥିଲେ l ୧୯୭୦ ରେ ପାକିସ୍ତାନର ସାଧାରଣ ମତଦାନ ପରେ ଏହି ସଂଘର୍ଷ ବଢିଯାଇଥିଲା l ମାର୍ଚ୍ଚ ୨୫ ତାରିଖ ୧୯୭୧ ବେଳକୁ ପଶ୍ଚିମ ପାକିସ୍ତାନର ଏହି ଆନ୍ଦୋଳନକୁ ଦବାଇ ରଖିବା ପାଇଁ ଅଭିଜା ଆରମ୍ଭ ହୋଇଥିଲା l ଏହା ଦ୍ୱାରା ପୂର୍ବ ପାକିସ୍ତାନରେ ମଧ୍ୟ ଏହି ବାବଦରେ ଆନ୍ଦୋଳନ ତେଜିଲା l ପୂର୍ବ ପାକିସ୍ତାନରେ ବିରୋଧ ତେଜିବ ଦ୍ୱାରା ବଙ୍ଗଳାଦେଶ ମୁକ୍ତି ବାହିନୀ ନାମକ ସଶସ୍ତ୍ର ଦଳ ତିଆରି କରି ପାକିସ୍ତାନ ସେନା ସହିତ ସଂଘର୍ଷ  ଲାଗିଲେ l

ଏହି କ୍ରମରେ ଭାରତ ବଙ୍ଗଳାଦେଶ ରାଷ୍ଟ୍ରବାଦୀଙ୍କୁ କୂଟନୈତିକ ,ଆର୍ଥିକ ଓ ସୈନ୍ୟ ସହଯୋଗ ଦେଇଥିଲା l ଏହା ଦ୍ୱାରା ପାକିସ୍ତାନ ଖ୍ୟବ୍ଧ ହୋଇ ଭାରତ ବିରୁଦ୍ଧରେ ସୈନ୍ୟ ସାଜସଯ୍ୟ ଦ୍ୱାରା ବିମାନ ଆକ୍ରମଣ କରି ଦେଲା l ପାକିସ୍ତାନ ଅପରେସନ ଚେଁଗିଜ ଖାନ ନାମକ ଅଭିଯାନ ଆରମ୍ଭ କରି ଭାରତର ୧୧ ଟି ବିମାନ ଘାଟି ଉପରେ ଆକ୍ରମଣ କରି ଦେଲା l ୩ ଡିସେମ୍ବର ୧୯୭୧ ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋପିଗଲା l ଭାରତ ପଶ୍ଚିମ ସୀମାରେ ମୋର୍ଚା ତିଆରିକରି ପୂର୍ବ ପାକିସ୍ତାନରେ ବଙ୍ଗଳାଦେଶ ମୁକ୍ତି ବାହିନୀ ସହିତ ମିସିଲା l ଏହା ପରେ ପାକିସ୍ତାନ ଭାରତର ପରାକ୍ରମ ଜାଣିପାରି  ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା l

ପୃଥିବୀ ଇତିହାସରେ ଏହା ଗୋଟିଏ ଏପରି ଯୁଦ୍ଧ ଥିଲା ଯାହା ଦକ୍ଷିଣ ଏସିଆର ଭୌଗଳିକ ମନଚିତ୍ରକୁ ବଦଳାଇ ଦେଇଥିଲା ଓ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସପ୍ତମ ଦେଶ ଭାବରେ ବଙ୍ଗଳାଦେଶ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଲା l ୧୯୭୨ରେ ସଂଯୁକ୍ତ ରାଷ୍ଟ୍ରର ଅଧିକାଂଶ ସଦସ୍ୟ ଦେଶ ବଙ୍ଗଳା ଦେଶକୁ ଗୋଟିଏ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଥିଲେ l ୧୬ ଡିସେମ୍ବର ଦିନଟିକୁ ଏଥିପାଇଁ ବିଜୟ ଦିବସ ଭାବରେ ପାଳନ କରାଯାଏ କାରଣ  ଭାରତୀୟ ସୈନ୍ୟମାନେ ନିଜର ପରାକ୍ରମ ଦ୍ୱାରା ବଙ୍ଗଳା ଦେଶର ଉତ୍ପତି କରାଇଥିଲେ l

Leave A Reply