Odisha news

ଶକ୍ତି ବର୍ଦ୍ଧକ କ୍ୟାପ୍ସୁଲ ଭାଇଗ୍ରା ଡାଈମେନ୍ସିଆ ର ବିପଦ କୁ କରିଥାଏ କମ : ଅକ୍ସଫୋର୍ଡ ର ରିସର୍ଚ୍ଚ

0

ଶକ୍ତି ବର୍ଦ୍ଧନ କରିବା ପାଇଁ ସାଧାରଣ ଭାବରେ ଲୋକେ  ଭାଇଗ୍ରା କ୍ୟାପ୍ସୁଲ ସେବନ କରିବାର ଦେଖିବାକୁ ମିଳିଥାଏ l ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ  ଭାଇଗ୍ରା କ୍ୟାପ୍ସୁଲ ଦ୍ୱାରା ଡ଼ାଈମେନ୍ସିଆ ର ବିପଦ କୁ କମ କରାଯାଇ ପାରିବ ବୋଲି କୁହାଯାଇଛି l ଏହି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ  ଭାଇଗ୍ରା କ୍ୟାପ୍ସୁଲ ମଣିଷର ମସ୍ତିଷ୍କ ରେ ରକ୍ତ ସଂଚାଳନ ସଠିକ ଭାବରେ କରିଥାଏ l ଏହି କ୍ୟାପ୍ସୁଲ ମେମୋରୀ ସହିତ ଜଡିତ ରୋଗ ର ବିପଦ କୁ ହ୍ରାସ କରିଥାଏ l ଅକ୍ସଫୋର୍ଡ ୟୁନିଭର୍ସିଟି ର ବୈଜ୍ଞାନିକ ମାନଙ୍କ ମତରେ ଏହି ରୋଗ ସହିତ ଲଢ଼ିବା ପାଇଁ  ଭାଇଗ୍ରା ରାମବାଣ ସଦୃଶ ଅଟେ l

ଭାଇଗ୍ରା କଣ –
ଭାଇଗ୍ରା କ୍ୟାପ୍ସୁଲ ସେବନ କରିବା ଦ୍ୱାରା ପୁରୁଷ ମାନଙ୍କୁ ଶକ୍ତି ମିଳିଥାଏ l ଏହାଦ୍ୱାରା ବ୍ଲଡ଼ ସ୍ରକୁଲେସନ ଦ୍ରୁତ ବେଗରେ ହୋଇଥାଏ l  ଭାଇଗ୍ରା ର ଗୋଟିଏ ଗୁଳି ର ପ୍ରଭାବ ୩୦ ମିନିଟ ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ l ଏହାକୁ କେବଳ ପୁରୁଷ ମାନେ ହିଁ ବ୍ୟବହାର କରିଥାଆନ୍ତି l  ଭାଇଗ୍ରା ମାଂସପେଶୀ ରେ ବ୍ଲଡ଼ ଶେର୍କୁଲେସନ କୁ ଦ୍ରୁତ ବେଗରେ ବଢ଼ାଇଥାଏ l

ଭାସ୍କୁଲାର ଡ଼ାଈମେନ୍ସିଆ କଣ –
ଭାସ୍କୁଲାର ଡ଼ାଈମେନ୍ସିଆ ଗୋଟିଏ ଏଭଳି ସ୍ଥିତି ଅଟେ, ଯେଉଁଥିରେ ସ୍ମରଣ ଶକ୍ତି, ଲଜୀକ , ପ୍ଳାନିଙ୍ଗ ଓ ନିଷ୍ପତି ନେବାରେ ଅସୁବିଧା ହୋଇଥାଏ l ଭାସ୍କୁଲାର ଡ଼ାଈମେନ୍ସିଆ ରେ ପୀଡିତ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନ ର କିଛିଟା ମହତ୍ଵପୁର୍ଣ କାର୍ଯ୍ୟକୁ ଭୁଲି ଯାଇଥାଆନ୍ତି l ଡ଼ାଈମେନ୍ସିଆ ରେ ମସ୍ତିଷ୍କ ମଧ୍ୟରେ ରକ୍ତ ହୀନତା ଦେଖିବାକୁ ମିଳିଥାଏ l ଏବଂ ମସ୍ତିଷ୍କ ର ପେରୋକ୍ରାଇମl ପ୍ରଭାବିତ ହୋଇଥାଏ l  ସାଧାରଣ ଭାବରେ ୬୦ ବର୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କ ନିକଟରେ ଭାସ୍କୁଲାର ଡ଼ାଈମେନ୍ସିଆ ଦେଖିବାକୁ ମିଳିଥାଏ l ଭାରତରେ ଡ଼ାଈମେନ୍ସିଆ ଦ୍ୱାରା ୫୦ ଲକ୍ଷ ରୁ ଉର୍ଧ୍ଵ ବ୍ୟକ୍ତି ପ୍ରଭାବିତ ହୋଇ ଥାଆନ୍ତି l

ଭାସ୍କୁଲାର ଡ଼ାଈମେନ୍ସିଆ ର କାରଣ –
ଷ୍ଟ୍ରୋକ ବଡ଼ ହେଉ କି ଛୋଟ ମସ୍ତିଷ୍କ ର ସେଲସ ଓ ଟିସୁଜ କୁ ଗମ୍ଭୀର ଭାବରେ ପ୍ରଭାବିତ କରିଥାଏ l ଏଥେରୋସ୍କେଲେରୋଶିଶ କାରଣ ରୁ ଭାସ୍କୁଲାର ଡ଼ାଈମେନ୍ସିଆ ର ସ୍ଥିତି ହୋଇପାରେ l କାହିଁକି ନା ଏହା ଦ୍ୱାରା ମସ୍ତିଷ୍କ କୁ ରକ୍ତ ସଂଚାଳନ ହୋଇପାରେ ନାହିଁ l ଯେଉଁ ଲୋକ ମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ, ଓ କୋଲେଷ୍ଟ୍ରଲ ର ସମସ୍ୟା ରହିଥାଏ ସେମାନେ ଡ଼ାଈମେନ୍ସିଆ ଭାସ୍କୁଲାର ରେ ପୀଡିତ ହୋଇ ଥାଆନ୍ତି l

Leave A Reply