Odisha news

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏସିଆ ମହାଦେଶ ର ଏହିସବୁ ଦେଶରେ ବଣ୍ଟା ଯିବ ୯.୫ କୋଟିର ମାଗଣା କଣ୍ଡମ

0

ଫେବୃଆରୀ ମାସ ଆସିବା ମାତ୍ରକେ ବିଶ୍ୱର ସମସ୍ତ ସହର ଭାଲେଣ୍ଟାଇନ୍ସ ଡେ ପାଇଁ ଚଳଚଞ୍ଚକ ହୋଇ ଉଠିଥାଏ l ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରିୟ ଜନଙ୍କୁ ବିଭିନ୍ନ ଗିଫ୍ଟ ଦେବାକୁ ଇଛା କରି ଥାଆନ୍ତି l  କିନ୍ତୁ ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ ରେ ଏସିଆ ମହାଦେଶ ର କିଛିଟା ଦେଶରେ ସରକାର ବିଶେଷ ବ୍ୟବସ୍ଥା କରିଥିଲେ l କିନ୍ତୁ ଚଳିତ ଥରର ଭାଲେଣ୍ଟାଇନ୍ସ ଡେ ରେ ଥାଇଲ୍ୟାଣ୍ଡ ସରକାର ଗୋଟିଏ ନୂଆ ନିୟମ କରିଛନ୍ତି, ଯାହାର ଚର୍ଚ୍ଚା ସମସ୍ତ ସ୍ଥାନରେ ହେଉଛି l ମିଳିଥିବା ସୂଚନା ଅନୁସାରେ ଥାଇଲ୍ୟାଣ୍ଡ ସରକାର ସେଠାକାର ଜନସାଧାରଣ ମାନଙ୍କୁ କଣ୍ଡମ ସୁବିଧା ଯୋଗାଇବେ l  ଏହା ପଛରେ ରହିଛି ଗୋଟିଏ ବିଶେଷ କାରଣ , ଏହା ହେଲା ଏଠାକାର ଲୋକଙ୍କୁ ଗୋଟିଏ ବିଶେଷ ରୋଗରୁ ରକ୍ଷା କରିବା ରହିଛି ଉଦେଶ୍ୟ l ଯେପରିକି ଲୋକଙ୍କ ଜୀବନ ଉପରେ କିଛି ଖରାପ ପ୍ରଭାବ ନପଡୁ ଓ ଲୋକଙ୍କର ଭାଲେଣ୍ଟାଇନ୍ସ ଡେ ଖରାପ ନହେଉ l

ଥାଇଲ୍ୟାଣ୍ଡ ରେ ୭କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୫କୋଟି ଲୋକ ଗୋଲଡି କାର୍ଡ ପାଇ ଥିବାର ନାଗରିକ ଅଟନ୍ତି l  ଏହି ସ୍ପେଶାଲ କାର୍ଡ କୁ ଲାଭ କରିଥିବା ବ୍ୟକ୍ତି ଥାଇଲ୍ୟାଣ୍ଡ ର ଯେ କୌଣସି ଡାକ୍ତରଖାନା ରେ ମାଗଣାରେ ଚିକିତ୍ସା କରାଇ ପାରିବେ l  ଏହି ପଲିସୀ ଅନୁସାରେ ଗୋଲଡି କାର୍ଡ ଲାଭ କରିଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ‘ୟୁନିଭର୍ସାଲ ହେଲ୍ଥ କେୟାର ‘ ସ୍କିମ ଅନ୍ତର୍ଗତ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯିବ l  ବିଶେଷ ଭାବରେ ଏହି ଗୋଲଡେନ କାର୍ଡ ଉପଭୋକ୍ତା ମାନେ ଏହି ସ୍କିମ ର ଲାଭ ଉଠାଇ ବିଭିନ୍ନ ଡାକ୍ତର ଖାନରେ ଯୌନ ସମ୍ବନ୍ଧିତ ରୋଗ ର ଚିକିତ୍ସା ହୋଇ ପାରନ୍ତି l

ଫେବୃଆରୀ ୧ ତାରିଖ ଠାରୁ ୟୁନିଭର୍ସାଲ ହେଲ୍ଥ କେୟାର କାର୍ଡ ଧାରକ ଙ୍କୁ ଗୋଟିଏ ବର୍ଷ ପାଇଁ ଗୋଟିଏ ସପ୍ତାହରେ ୧୦ ଟି କଣ୍ଡମ ମିଳିବ l  ଏହି ସୁବିଧା ଦେଶର ସମସ୍ତ ଡାକ୍ତରଖାନା ରେ ଉପଲବ୍ଧ ହେବ l  ଏହାର ମୁଖ୍ୟ ଉଦେଶ୍ୟ ହେଲା ଯେ ଯୋଉଁ ରୋଗକୁ ରୋକିବା ଓ ସାର୍ବଜନିକ ସ୍ୱାସ୍ଥ୍ୟ କୁ ସୁଧାରିବା l  ଏହି ପଦକ୍ଷେପ ଗତ କିଛି ବର୍ଷ ହେବ ଦେଶରେ ବଢୁଥିବା ଏସଟିଡି ମାମଲା କୁ ଦେଖି ନିଆଯାଇଛି l WHO ର ସୂଚନା ଅନୁସାରେ ୨୦୨୧ ରେ ୧୫ -୧୯ ବର୍ଷର ପ୍ରତ୍ୟେକ ୧୦୦୦ ଜଣ ଝିଅଙ୍କ ମଧ୍ୟରେ ୨୪.୪ ପ୍ରତିଶତ ଝିଅ ସନ୍ତାନ ପ୍ରସବ କରିଥିଲେ ଓ ବିଭିନ୍ନ ପ୍ରକାର ଯୌନ ରୋଗ ଦ୍ୱାରା ସଂକ୍ରମିତ ହୋଇ ଥିବାର ସୂଚନା ମିଳିଛି l

Nalco
Leave A Reply