Odisha news

କଣ ଆପଣ ଜାଣିଛନ୍ତି ? କେଉଁ ଭାରତୀୟ କୋଟିପତି ପ୍ରଥମେ କାର କିଣିଥିଲେ ଓ ତାହା କେଉଁ କାର ଥିଲା

0

ଭାରତର ଅଟୋ ଇଣ୍ଡସ୍ଟ୍ରୀ ଦୁନିଆର ସବୁଠୁ ବଡ଼ ଅଟୋମେଟିବ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ l  ଏହା ଆଗକୁ ଆସୁଥିବା ସମୟରେ ଅଧିକ ରୁ ଅଧିକ ଆଗକୁ ମଧ୍ୟ ବଢିବ l  ଭାରତରେ ଅଟୋ ଇଣ୍ଡଷ୍ଟ୍ରି ର ଆରମ୍ଭ କିଭଳି ହେଲା ଓ ଦେଶର ପ୍ରଥମ କାର କେଉଁଟି ଥିଲା, ଆଜି ଆସନ୍ତୁ ଏହି ବିଷୟରେ ଜାଣିବା l  ଏହାଛଡା ଜାଣିବା ଭାରତରେ ପ୍ରଥମ କାର କିଏ କିଣିଥିଲେ l

ଆଜିର ସମୟରେ ଯେତେବେଳେ କୌଣସି ସେଲିବ୍ରେଟି କାର କିଣୁଛନ୍ତି ତେବେ ଏହାର ଖବର ତାଙ୍କ ପ୍ରଶଂସକ ମାନଙ୍କ ନିକଟରେ ପହଂଚି ଯାଉଛି l ଆଜି ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତୃତ ଭାବରେ l

ଭାରତରେ ନିର୍ମିତ ହୋଇଥିବା ପ୍ରଥମ କାର ହିନ୍ଦୁସ୍ତାନ ଆମ୍ବାସଡର ଅଟେ l ଯାହା କି ଅନେକ ମାତ୍ରାରେ ୟୁକେର ମୋରିସ ଅକ୍ସଫୋର୍ଡ ଉପରେ ଆଧାରିତ ଅଟେ l ଏହାକୁ ମୋରିସ ମୋଟର୍ସ ୟୁକେ ସହିତ ଯାନ୍ତ୍ରିକ ସହଯୋଗ ମାଧ୍ୟମରେ କଲିକତାରେ ନିର୍ମିତ କରାଯାଇଥିଲା , ଓ ଏହା ପରେ ହିନ୍ଦୁସ୍ତାନ ମୋଟର୍ସ ର ଆମ୍ବାସଡର ହୋଇ ଯାଇଥିଲେ l  ଏହା ପ୍ରଥମ ଥର ୧୯୪୮ ରେ ନିର୍ମିତ ହୋଇଥିଲା l  ହିନ୍ଦୁସ୍ତାନ ମୋଟର୍ସ ଗୁଜୁରାଟ ରେ ପରିଚାଳନା ଆରମ୍ଭ ହୋଇଥିଲା l  କିନ୍ତୁ ପରେ ଏହା କଲିକତା, ପଶ୍ଚିମବଙ୍ଗ ରେ ସ୍ଥାନାନ୍ତରିତ ହୋଇଥିଲା l

ଭାରତରେ ଏହି ବ୍ୟକ୍ତି କିଣିଥିଲେ ପ୍ରଥମ କାର –
ଶ୍ରୀ ଜାମସେଦଜୀ ଟାଟା, ଯିଏକି ପ୍ରଥମ ଭାରତୀୟ ନାଗରିକ ଥିଲେ କାର କିଣିବାରେ l ୧୮୯୭ ରେ ଭାରତ ଆସିଥିବା ପ୍ରଥମ କାର ଦି କ୍ରାମ୍ପଟନ ଗ୍ରୀବସ ବସ, ଫୋଷ୍ଟର ନାମକ ଗୋଟିଏ ଗୋଟିଏ ଇଂରେଜ ଙ୍କ ନିକଟରେ ଥିଲା l  କିନ୍ତୁ ଏହାର ପର ବର୍ଷ ଜାମସେଦଜୀ ଟାଟା କାର ରଖିବାର ପ୍ରଥମ ଭାରତୀୟ ଭାବରେ ଗଣନା ହୋଇଥିଲେ l  ଜାମସେଦଜୀ ଟାଟା ହେଉଛନ୍ତି ଟାଟା ଗ୍ରୁପ ର ସଂସ୍ଥାପକ l

୧୯୧୯ ରେ ଜେଆରଡ଼ି ଟାଟା ଙ୍କ ପରେ ରତନ ଟାଟା , ଟାଟା ଗ୍ରୁପ ର ପଞ୍ଚମ ଡ଼ାଇରେକ୍ଟର ହୋଇଥିଲେ l  ଯେତେବେଳେ ରତନ ଟାଟା , ଟାଟା ଗ୍ରୁପ ସହିତ ଜଡିତ ହେଲେ ସେତେବେଳେ ଏହାର ବ୍ୟବସାୟ ୧୦ ହଜାର କୋଟିର ଥିଲା , ଯାହା ବର୍ତମାନ ୧୬ ଲକ୍ଷ କୋଟି ଟଙ୍କାରେ ପହଂଚିଛି l

Nalco
Leave A Reply