ନୂଆଦିଲ୍ଲୀ : ଉତର କୋରିଆର ନିଜର ଏକ ଛତ୍ରବାଦୀ ଶାସକ ଓ ତାଙ୍କର ଶାସନକୁ ନେଇ ବିଶ୍ୱରେ ପ୍ରସିଦ୍ଧ ଅଟେ l ଉତର କୋରିଆର ଶାସକ କିମ୍ ଜଙ୍ଗ ନିଜର ସଂଦେହୀ ଗୁଣ ଯୋଗୁ ବିଖ୍ୟାତ ଅଟନ୍ତି l ଉତର କୋରିଆରେ ଶାସକଙ୍କ ମନଇଛା କାରବାର ବ୍ୟତୀତ ଅନ୍ୟ କେତେ ଗୁଡିଏ ଜିନିଷକୁ ନେଇ ବିଶ୍ୱର ଅଲଗା ରାଷ୍ଟ୍ର ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି l ଉତର କୋରିଆର ସେହିଭଳି ଏକ ସ୍ଥାନ ରହିଛି ଯାହା ଭୁତ ହୋଟେଲ ଅଟେ ,ଏହା ଯୁକ୍ତ୍ୟଉଙ୍ଗ ନାମରେ ଜଣାଶୁଣା l ଏହାକଳୁ ଗୋଟିଏ ପିରାମିଡ଼ ଆକାରରେ ତିଆରି କରାଯାଇଛି l
ଏହି ହୋଟେଲଟିର ଉଚତା ୩୦୩ ମିଟର ଅଟେ ଓ ଏଥିରେ ୧୦୫ ଟି କୋଠରୀ ରହିଛି l ମଜା କଥାଟି ହେଲା ଆଜି ପର୍ଯ୍ୟନ୍ତ ଏହି ହୋଟେଲରେ କେହିବି ରହି ନାହାନ୍ତି l ସେଥିପାଇଁ ଏହାକୁ ଅଭିଶପ୍ତ ହୋଟେଲ କୁହାଯାଏ l ଏହି ହୋଟେଲଟିର ନିର୍ମାଣ ୧୯୮୭ ରେ ଆରମ୍ଭ ହୋଇଥିଲା ଓ ଏହା ବିଶ୍ୱର ସବୁଠୁ ଉଚ୍ଚ ହୋଟେଲ ଥିଲା l ଯଦି ଏହା ନିର୍ଦ୍ଧିଷ୍ଟ ସମୟରେ ତିଆରି ହୋଇ ପାରିଥାନ୍ତା ତେବେ ବିଶ୍ୱର ସବୁଠୁ ଉଚ୍ଚ ହୋଟେଲ ହୋଇପାରି ଥାନ୍ତା ,କିନ୍ତୁ ଏହାର କାମ ଧୀରେ ଧୀରେ ହୋଇଥିଲା l ବର୍ତ୍ତମାନ ଏହି ହୋଟେଲଟି ପୃଥିବୀର ସବୁଠୁ ନିର୍ଜନ ସ୍ଥାନରେ ରହିଥିବା ଉଚ୍ଚ ହୋଟେଲ ଭବରେ ଜଣାଶୁଣା ଓ ଏହାର ଖସିୟିତ କାରଣରୁ ଏହାକୁ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି l
ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଯେତବେଳେ ହୋଟେଲ ଟି ତିଆରି ହେବ ଆରମ୍ଭ ହୋଇଥିଲା ସେହି ସମୟରେ ୫୫ ଆରବ ଟଙ୍କା ଖର୍ଚ୍ଚ କରାଯାଇଥିଲା l ଏହି ହୋଟେଲଟି ଦୁଇ ବର୍ଷରେ ତିଆରି ହେବାର ଥିଲା କିନ୍ତୁ ହୋଇ ପାରିଲା ନାହିଁ l ୧୯୯୨ ରେ ଉତର କୋରିଆର ଆର୍ଥିକ ସ୍ଥିତି ବିଗିଡି ଝାଇଥିଲା ତେଣୁ ନିର୍ମାଣ କାର୍ଯ୍ୟ ଅଟକି ଯାଇଥିଲା l ୨୦୦୮ ରେ ଏହାର ନିର୍ମାଣ କାର୍ଯ୍ୟ ଆଉଥରେ ଆରମ୍ଭ କରାଯାଇ ୨୦୧୨ ରେ ସେ,ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୁରାହୋଇ ପାରିଲା ନାହିଁ l