Odisha news

UPSC ସିଭିଲ ସର୍ଭିସ-୨୦୧୯ର ପରୀକ୍ଷା ଫଳ ଘୋଷିତ

0

ନୂଆଦିଲ୍ଲୀ : ୟୁନିୟନ ପଵିଲକି ସର୍ଭିସ ପରୀକ୍ଷା ଫଳ ୨୦୧୯ ର ପ୍ରକାଶ ପାଇଛି l ପ୍ରଦୀପ ସିଂହ UPSC ସିଭିଲ ସର୍ଭିସ ମେନ୍ସ ପରୀକ୍ଷାରେ , ୨୦୧୯ ର ଟପର ହୋଇଛନ୍ତି l ଦ୍ୱିତୀୟ ସ୍ଥାନରେ ଜତୀନ କିଶୋର ଓ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି l UPSC ସିଭିଲ ସର୍ଭିସ ପରୀକ୍ଷାର ଫଳ ଅଜି ସକାଳେ ଜାରି କରାଯାଇଛି l UPSC ର ଅଫିସିଆଲ ୱେବ ସାଇଡ଼ରେ ନିଜ ରୋଲ ନମ୍ବର ଅନୁସାରେ ରେଜଲ୍ଟ ଦେଖି ପାରିବେ l

କରୋନା ଭାଇରସ ଯୋଗୁ ଲକଡାଉନ ଚାଲିଥିବା ହେତୁ ପ୍ରଥମେ ଇଣ୍ଟରଭିୟୁ ସ୍ଥଗିତ କରାଯାଇଥିଲା ,କିନ୍ତୁ ଗତ ମାସ ୨୦ ତାରିଖରେ ପୁନର୍ବାର ଆରମ୍ଭ କରାଯାଇଥିଲା l UPSC ରେ ପ୍ରିଲ୍ମୀସ ଓ ମେନ୍ସ ପରେ ତୃତୀୟ ସ୍ଥାନରେ ଇଣ୍ଟରଭିୟୁ କରାଯାଇଥାଏ l କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ UPSCର କିଛି ଇଣ୍ଟରଭିୟୁ ସ୍ଥଗିତ କରିଦିଆ ଯାଇଥିଲା l ପରେ UPSC ସେହି ସମସ୍ଥ ପରୀକ୍ଷାର୍ଥୀ ମାନଙ୍କର ଇଣ୍ଟରଭିୟୁ କରାଇଥିଲା l

UPSC ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଲକଡାଉନ ଚାଲିଥିବା କାରଣରୁ ଦେଶରେ ରେଳସେବା ଠିକରେ ଚାଲି ନାହିଁ ,ତେଣୁ ଆୟୋଗ ପର୍ସନାଲିଟି ଟେଷ୍ଟ ପାଇଁ ଦିଲ୍ଲୀ ଯିବାକୁଥିବା ପରୀକ୍ଷାର୍ଥୀ ମାନଙ୍କୁ ଯିବାଆସିବାର ଖର୍ଚ ଦେବା ପାଇଁ ଫଇସଲା କରିଥିଲା l ଯେଉଁ ପରୀକ୍ଷାର୍ଥୀ ମାନେ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେମାନଙ୍କୁ ଗୋଟିଏ ସୀଲ୍ଡ କିଟ୍ ଦିଆଯାଇଥିଲା l ଏହି କିଟ୍ ରେ ଗୋଟିଏ ଫେସ ମାସ୍କ ,ଫେସ ସୀଲ୍ଡ ,ସାନିଟାଇଜର ବୋତଲ ରହିଥିଲା l ଏହି ସମସ୍ତ ବ୍ୟବସ୍ତା କରୋନାରୁ ନିଜକୁ ଦୁରେଇ ରଖିବା ପାଇଁ କରାଯାଇଥିଲା l

Leave A Reply