ଭାରତରେ ୟୂନିଫଏଡ ପେନସନ ସ୍କିମର ଘୋଷଣାକୁ ନେଇ ଖୁବ ଚର୍ଚା , କିନ୍ତୁ କଣ ଆପଣ ଜାଣିଛନ୍ତି ଗ୍ଲୋବାଲ ପେନ୍ସନ ଇଣ୍ଡେକ୍ସ ଅନୁସାରେ ନେଦରଲ୍ୟାଣ୍ଡ ପେନ୍ସନ ବ୍ୟବସ୍ଥା ସବୁଠୁ ସର୍ବୋତ୍ତମ
ନୂଆଦିଲ୍ଲୀ : ଭାରତରେ ବର୍ତମାନ ସରକାରୀ କର୍ମଚାରୀଙ୍କ ପାଇଁ ୟୂନିଫଏଡ ପେନସନ ସ୍କିମ ର ଘୋଷଣାକୁ ନେଇ ଖୁବ ଚର୍ଚା ଧରିଛି l କିନ୍ତୁ ଆପଣ କଣ ଜାଣିଛନ୍ତି କି ସାରା ବିଶ୍ୱରେ କେଉଁ ଦେଶର ପେନ୍ସନ ବ୍ୟବସ୍ଥାକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି , ସେହି ଦେଶଟି ହେଉଛି ନେଦରଲ୍ୟାଣ୍ଡ l ଆସନ୍ତୁ ଜାଣିବା ନେଦରଲ୍ୟାଣ୍ଡ ର ପେନ୍ସନ ସିଷ୍ଟମ ବିଶ୍ୱରେ ସବୁଠୁ ଅଲଗା କାହିଁକି l ଦୁନିଆରେ ଏଭଳି ଦେଶ ମଧ୍ୟ ରହିଛନ୍ତି ଯେଉଁଠି ସାର୍ବଜନିକ ଭାବରେ ସମସ୍ତଙ୍କ ପାଇଁ ପେନ୍ସନ ବ୍ୟବସ୍ଥା ରହିଛି l ଯଦି ଆପଣ ରୋଜଗାର କ୍ଷମ ଅଟନ୍ତି ତେବେ ଏହା ଆପଣଙ୍କ ରୋଜଗାର ସହିତ ମିଳିତ ଭାବରେ ଖୁବ ଅଧିକ ଅର୍ଥ ହୋଇଥାଏ, କିନ୍ତୁ ନେଦରଲ୍ୟାଣ୍ଡ ର ପେନ୍ସନ ଯୋଜନା ସାରା ବିଶ୍ୱର ରା଼କିଙ୍ଗ ଅନୁସାରେ ଏକ ନମ୍ବର ରେ ରହିଛି l ଯାହାକି ଏହି ଦେଶର କର୍ମଚାରୀ ଙ୍କ ସାମାଜିକ ସୁରକ୍ଷା ପାଇଁ ଲାଗୁ ହୋଇଛି l
ନେଦରଲ୍ୟାଣ୍ଡ ର ପେନ୍ସନ ସ୍କିମ କିଭଳି –
ଗ୍ଲୋବାଲ ପେନ୍ସନ ଇଣ୍ଡେକ୍ସ ଅନୁସାରେ ନେଦରଲ୍ୟାଣ୍ଡ ପେନ୍ସନ ବ୍ୟବସ୍ଥା ସବୁଠୁ ବଢିଆ l ଏଠାରେ ୧୮ ରୁ ୬୭ ବର୍ଷ ଆୟୁ ମଧ୍ୟରେ ଯିଏକି କାମ କରି ଥାଆନ୍ତି କିମ୍ବା ରହି ଥାଆନ୍ତି ସମସ୍ତଙ୍କ ପାଇଁ ଏହି ପେନ୍ସନ ସ୍କିମ ଲାଗୁ ହୋଇଥାଏ l ଏଥିପାଇଁ ସରକାରୀ ପେନ୍ସନ ସିଷ୍ଟମ ଏଓଡବ୍ଲୁ ର ବ୍ୟବହାର ହୋଇଥାଏ l ଯେଉଁ ସ୍କିମ ଅନୁସାରେ ନେଦରଲ୍ୟାଣ୍ଡ ର ପ୍ରତ୍ୟେକ ବ୍ୟକ୍ତି ସୁରକ୍ଷିତ ଅଟନ୍ତି l କିନ୍ତୁ ଯଦି ସେମାନେ ବିଦେଶ ପଳାଇ ଯାଆନ୍ତି ତେବେ ଏହି ଲାଭରୁ ବଂଚିତ ରୁହନ୍ତି l
ଦୁଇ ପ୍ରକାରର ସୁବିଧା ମିଳିଥାଏ –
ଏହି ସ୍କିମ ଜରିଆରେ ନେଦରଲ୍ୟାଣ୍ଡ ନାଗରିକ ଙ୍କୁ ସୋସିଆଲ ଇନସିଅର ବ୍ୟାଙ୍କ ଜରିଆରେ ପେନ୍ସନ ସମ୍ବନ୍ଧିତ ସୁବିଧା ମିଳିଥାଏ l ଯେଉଁ କମ୍ପାନୀ ନିଯୁକ୍ତି ଦେଇଥାଏ ପ୍ରତ୍ୟେକ ମାସରେ ସେ ଗୋଟିଏ ନିର୍ଦ୍ଧିଷ୍ଟ ଅଙ୍କ ର ରାଶି ଦରମାରୁ କଟିଥାଏ ଯେତେବେଳେ କର୍ମଚାରୀ ଚାକିରିରୁ ଅବସର ନେବା ପରେ ଆପେ ଆପେ ଏହା ବ୍ୟାଙ୍କ ଖାତାକୁ ଯାଇଥାଏ l ନେଦରଲ୍ୟାଣ୍ଡ ରେ ଏହି ସୁବିଧା ୯୦ ପ୍ରତିଶତ କର୍ମଚାରୀ ଲାଭ ପାଇ ଥାଆନ୍ତି l
ନେଦରଲ୍ୟାଣ୍ଡ ର ପେନ୍ସନ ସ୍କିମ କିଛି ମାତ୍ରାରେ ଭାରତର ନେସନାଲ ପେନ୍ସନ ସ୍କିମ ସହିତ ମିଶି ଥାଏ କିନ୍ତୁ ଏହାର ରାଶିରେ ଖୁବ ଅନ୍ତର ରହିଛି l ସେଠାରେ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କର୍ମଚାରୀ ମାନେ ଅକୂପେସାନ କୁ ନେଇ ୯୦ ପ୍ରତିଶତ ପେନ୍ସନ ସ୍କିମ ର ସୁବିଧା ପାଇ ଥାଆନ୍ତି l ଏହି ସ୍କିମ ଅନୁସାରେ ନିର୍ଦ୍ଧିଷ୍ଟ ବୟସ ପୂର୍ବରୁ କୌଣସି କର୍ମଚାରୀ ଯଦି ଅବସର ନେଇଥାଏ ଚାକିରିରୁ ତେବେ ତାକୁ କମ ପେନ୍ସନ ମିଳିଥାଏ l ଯାହାକି ଭାରତରେ ସରକାରୀ କର୍ମଚାରୀ ଙ୍କ ପାଇଁ ରହିଛି l
ଭାରତରେ ପୂର୍ବରୁ ଦିଆଯାଉ ଥିଲା ଏହି ସୁବିଧା –
ଭାରତରେ ପୂର୍ବରୁ ସରକାରୀ କର୍ମଚାରୀ ମାନଙ୍କୁ ସରକାର ଙ୍କ ପକ୍ଷରୁ ପେନ୍ସନ ସୁବିଧା ଦିଆଯାଉ ଥିଲା l ଏହାପରେ ନେସନାଲ ପେନ୍ସନ ସ୍କିମ ଆସିଲା, ଯେଉଁଥିରେ ସରକାରୀ କର୍ମଚାରୀ ଙ୍କ ସେବା ନିବୃତି ପରେ ସାମାଜିକ ସୁରକ୍ଷା ଖୁବ ଅସୁବିଧା ହେଲା l ସେଥିପାଇଁ ଏନପିଏସ କୁ ବିରୋଧ କରାଗଲା l ବର୍ତମାନ ଏହାକୁ ସୁଧାର କରାଯାଇ ୟୁନାଇଟେଡ଼ ପେନସନ ସ୍କିମ ଅଣାଗଲା l ଯାହାକି ୧ ଜାନୁଆରୀ ୨୦୨୫ ରୁ ଲାଗୁ କରାଯିବ l
ଏସିଆରେ ଅନେକ ଦେଶରେ ଯେପରିକି ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ପାକିସ୍ତାନ ଓ ଭିଏତନାମ ରେ ବର୍ତମାନ ମଧ୍ୟ ସରକାର ଙ୍କର ପୋଷିତ ପେନ୍ସନ ସ୍କିମ ଚାଲିଛି l କିନ୍ତୁ ଭାରତ ବ୍ୟତୀତ ଚୀନ , ମାଲେସିୟା, ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ସିଙ୍ଗାପୁର ନିଜ ପେନସନ ସ୍କିମ ରେ ସୁଧାର ଆଣିଛନ୍ତି l ଯେଉଁଥିରେ କର୍ମଚାରୀ ମାନଙ୍କର ଅଂଶଦାନ ଆଧାର ଉପରେ ପେନ୍ସନ ସୁବିଧା ଯୋଗାଇ ଦିଆଯାଇ ଥାଏ l