ଟୋକିଓ, ୪ା୯ (ଏଜେନ୍ସି) : କରୋନା ମହାମାରୀ ହେତୁ ଚଳିତବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଗଲା । କରୋନା ମହାମାରୀ ଭାକ୍ସିନ ଉପଲବ୍ଧ ହେଲେ ସାରା ବିଶ୍ୱ ପୁଣି ପୂର୍ବାବସ୍ଥାକୁ ଫେରିବ । କିନ୍ତୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ସିଇଓ ତୋଶିରୋ ମୁଟୋ ଭିନ୍ନ ମତ ଦେଇଛନ୍ତି । ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସ ଆୟୋଜନ ପାଇଁ କରୋନା ଭାକ୍ସିନ୍‌ର ଆବଶ୍ୟକତା ନାହିଁ । ଭାକ୍ସିନ୍‌କୁ ଆଳ କରି ଅଲିମ୍ପିକ୍ସକୁ ସ୍ଥଗିତ ବା ବାତିଲ କରିବା ଆଦୌ ଠିକ୍‌ ନୁହେଁ ବୋଲି ତୋଶିରୋ କହିଛନ୍ତି ।

LEAVE A REPLY

Please enter your comment!
Please enter your name here