ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନ ୩୦ ସେପ୍ଟେମ୍ବର ରେ ୟୁକ୍ରେନ ର ୪ ଟି ସ୍ଥାନ ଉପରେ ଔପଚାରିକ ଭାବେ କବ୍ଜା କରିବ । ଏହାଛଡା ସେ ଚୁକ୍ତିନାମା ଉପରେ ହସ୍ତାକ୍ଷର କରିବ । ସୂଚନା ଯୋଗ୍ୟ ଯେ ଆଜି ହିଁ ଏଠାରେ ଋଷ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯିବ । ଋଷ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ମସ୍କୋ ରେ ଗୋଟିଏ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ଓ ପୂତିନ
ଙ୍କ ଐତିହାସିକ ଭାଷଣ ପରେ ଅଧିକାରୀକ ଭାବରେ ୟୁକ୍ରେନ କ୍ଷେତ୍ରରେ କବ୍ଜା କରାଯିବ ।
ଋଷ ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଦିନ ମସ୍କୋ ସମୟ ଅନୁସାରେ ଦ୍ୱିପ୍ରହର ୩ଟା ସମୟରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯିବ । ଏହା ପୂର୍ବରୁ ସୂଚନା ମିଳିଥିଲା ଯେ ୟୁକ୍ରେନ ର କବ୍ଜା କରିଥିବା ଅଞ୍ଚଳ ମାନଙ୍କ ମଧ୍ୟରୁ ଦୋନେଟସ୍କ , ଲୁହାନସ୍କ , ଯାପୋରିଜୀୟା , ଓ ଖେରାସନ୍ ରେ ୯୯ ପ୍ରତିଶତ ଜନମତ ଋଷ ସମର୍ଥନ ଭୋଟିଂ ରେ ଆସିଥିଲା । କିନ୍ତୁ ପଶ୍ଚିମ ଦେଶ ଗୁଡିକ ଋଷ ର ଏହି ଜନମତ ସଂଗ୍ରହ କୁ ନିନ୍ଦା କରିଥିଲେ ।
ଆହୁରି ମଧ୍ୟ ସୂଚନା ଅନୁସାରେ ପଶ୍ଚିମ ଦେଶ ଗୁଡିଙ୍କୁ କୁହାଯାଇଛି ଯେ ଥରେ ଏହି ସ୍ଥାନ ଗୁଡିକୁ ଋଷ ଦଖଲ କରିବା ପରେ ଯଦି କେହି ଆକ୍ରମଣ କରେ ତେବେ ଏହା ଋଷ ଉପରେ ଆକ୍ରମଣ ବୋଲି କୁହାଯିବ । ଭ୍ଲାଦିମିର ପୂତିନ କହିଥିଲେ ଯେ ଯଦି କେହି ଏଥିରେ ହସ୍ତକ୍ଷେପ କରିବେ କିମ୍ବା ଋଷ ର ରାଷ୍ଟ୍ରୀୟ ସୁରକ୍ଷା ଉପରେ ଆଞ୍ଚ ଆସିବ ତେବେ ପରମାଣୁ ଆକ୍ରମଣ ଦ୍ଵାରା ଏହାର ଜବାବ ଦିଆଯିବ ।
