ନୂଆଦିଲ୍ଲୀ : ସାଉଦୀ ଆରବ ପକ୍ଷରୀ ନିଜ ବିଶ୍ୱବିଦ୍ୟାଳୟ ଗୁଡିକରେ ଯୋଗ ର ଆରମ୍ଭ ହେବାକୁ ଯାଉଛି l ଏହାକୁ ନେଇ ସମସ୍ତ ବିଶ୍ୱବିଦ୍ୟାଳୟ ର ପ୍ରତିନିଧି ମାନଙ୍କ ପାଇଁ ଷୋମବାର ଦିନ ଗୋଟିଏ ଭରଚୁଆଲ ଲେକ୍ଚର ର ଆୟୋଜନ କରାଯାଇ ଥିଲା l ଏହାଦ୍ୱାରା ଲୋକଙ୍କୁ ଯୋଗ କୁ ନିଜ ଜୀବନ ରେ ସାମିଲ କରିବା ପାଇଁ କୁହାଯାଇଛି l
ଭାରତରେ ଟ୍ରେନିଂ ନେଉଛନ୍ତି ସାଉଦି ଆରବର ଯୋଗ ରେଫରୀ –
ଏହି ଭରଚୁଆଲ ଲେକ୍ଚର ସମୟରେ ମେଣ୍ଟାଲ ଓ ଫିଜିକାଲ ସ୍ୱାସ୍ଥ୍ୟ ର ପ୍ରଭାବ ବିଷୟରେ କୁହାଯାଇଛି l ଏହାଛଡା ସ୍ଥାନୀୟ ଓ ଅନ୍ତରରାଷ୍ଟ୍ରୀୟ ସ୍ତରରେ କମ୍ପିଟିସନ ରେ ଅଂଶ ଗ୍ରହଣ କରିବେ ବୋଲି ମଧ୍ୟ କୁହାଯାଇଛି l ସାଉଦି ସ୍ପୋର୍ଟ୍ସ ଫେଡେରେସନ ଓ ସାଉଦି ଯୋଗ କମିଟି ପକ୍ଷରୁ ରିୟାଧ ରେ ଏହି ଆୟୋଜନ କରାଯାଇ ଥିଲା l ସାଉଦି ଗେଜେଟ ଅନୁସାରେ ଏଥିରେ ଉଭୟ ଛାତ୍ର ଓ ଛାତ୍ରୀ ସାମିଲ ହେବେ l ସେଥିପାଇଁ ଯୋଗ ରେଫରୀ ଙ୍କର ପ୍ରଥମ ବ୍ୟାଚ ଭାରତରେ ପହଂଚି ସାରିଛନ୍ତି l
ଏହି କାର୍ଯ୍ୟକ୍ରମ ସମୟରେ ଯୋଗ ଦ୍ୱାରା ଯୁବକ ମାନଙ୍କର ହେଉଥିବା ଶାରୀରିକ ଓ ମାନସିକ ଲାଭ ବିଷୟରେ କୁହାଯାଇଛି l ଏହି ସମୟରେ ଯୁବକ ମାନଙ୍କୁ ପ୍ରଫେସନାଲ ଯୋଗ ଶିକ୍ଷା ଗ୍ରହଣ କରିବା ପାଇଁ ମଧ୍ୟ କୁହାଯାଇଛି l ଏହି ସମୟରେ ସାଉଦି ର ଯୋଗ କମିଟି ପ୍ରେସିଡେଣ୍ଟ କହିଥିଲେ ଯେ ଆମର ଚେଷ୍ଟା ରହିଛି ଯୋଗ କୁ ସମଗ୍ର ସାଉଦି ସମାଜରେ ପ୍ରସାର କରାଯାଉ l
