Odisha news

ଏହି ଦେଶରେ ଯାତ୍ରୀଙ୍କ ନିକଟରୁ ଟଙ୍କା ବଦଳରେ ରଖନ୍ତି ଶାରୀରିକ ସମ୍ପର୍କ : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ୟୁଗଣ୍ଡାରେ HIV ବିରୁଦ୍ଧରେ ଅଭିଯାନରେ ସେଠାକାର ଯୁବକ ଯୁବତୀ ନିଜର କାର୍ଯ୍ୟକଳାପ ଦ୍ବାରା ଅଧିକ ଅସୁବିଧା ସୃଷ୍ଟି କରୁଛନ୍ତି । ଗୋଟିଏ ନୂଆ ଗବେଷଣାରେ ଏହି କଥା ଜଣା ପଡ଼ିଛି ଯେ ୟୁଗଣ୍ଡାର ମୋଟର ସାଇକେଲ ଓ ଟ୍ୟାକ୍ସି ଡ୍ରାଇଭର ମାନଙ୍କର ଶାରୀରିକ ଉତ୍ପୀଡନ ଏଠାରେ ଭୟଙ୍କର ସ୍ଥିତି ସୃଷ୍ଠି କରୁଛି । ଏଠାକାର ଡ୍ରାଇଭର ମାନେ ପଇସା ନେବା ବଦଳରେ ନିଜ ଯାତ୍ରୀ ମାନଙ୍କ ନିକଟରେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରିଥାନ୍ତି ।
 ଏଠାକାର ଗୋଟିଏ ବିଶ୍ଵବିଦ୍ୟାଳୟର ଗବେଷଣାରୁ ଏହି ବିଷୟରେ ଜଣା ପଡ଼ିଛି । ୟୁଗାଣ୍ଡାରେ ମୋଟର ସାଇକେଲ ଡ଼୍ରାଇଭରଙ୍କ ଚାକିରୀକୁ ବୋଡା ବୋଡା କୁହାଯାଏ । ଏଠାରେ ଅଧିକାଂଶ ଯୁବକ ଏହି ଚାକିରି କରିଛନ୍ତି । ଗବେଷଣା ଅନୁସାରେ ୨୮୧ ଜଣଙ୍କ ମଧ୍ୟରୁ ୧୨%ଡ୍ରାଇଭର ପଇସା ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରିଥାନ୍ତି । ଏହି ଗବେଷଣାରୁ ଜଣା ପଡ଼ିଛି ଯେ ଏହା କେବଳ ପଇସାକୁ ନେଇ ନୁହେଁ ଅନ୍ୟ କାରଣକୁ ନେଇ ମଧ୍ୟ କରାଯାଇ ଥାଏ । ଅଧିକାଂଶ ଗ୍ରାହକଙ୍କ ସହିତ ସମ୍ପର୍କ ଏବଂ ଅଧିକାଂଶ ଡ଼୍ରାଇଭରଙ୍କ ସହିତ ସମ୍ପର୍କ HIV ର ମୁଖ୍ୟ କାରଣ ଅଟେ ।
ଏହି ଗବେଷଣାରେ କୁହାଯାଇଛି ଯେ ବିଶ୍ୱରେ ୟୁଗାଣ୍ଡାର ଯୁବକ ମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ସଚେତନତା ଆବଶ୍ୟକ ,ଯାହା ସେମାନଙ୍କୁ ଓ ଅନ୍ୟ ମାନଙ୍କୁ HIV ରୁ ରକ୍ଷା କରି ପାରିବ । ସେମାନେ ଏଭିଷୟରେ ଅଜ୍ଞ ଅଟନ୍ତି ଯେ HIV ସେମାନଙ୍କ ଦ୍ବାରା ବ୍ୟାପୁଛି ବୋଲି । କିଛି ଡ୍ରାଇଭର ମତ ଦେଇଥିଲେ ଏଭଳି କିଛି ମହିଳା ଗ୍ରାହକ ମିଲିଥାନ୍ତି ଯେଉଁମାନେ ଦୀର୍ଘ ବାଟ ଯାତ୍ରା କରିଥିଲେ ମଧ୍ୟ ପଇସା ଦେବାକୁ ରାଜି ହୁଅନ୍ତି ନାହିଁ ,ଯାହା ଫଳରେ ଡ୍ରାଇଭର ମାନେ ଶାରୀରିକ ସମ୍ପର୍କ ରଖିଥାନ୍ତି । ବିଶ୍ୱସ୍ତରରେ ୟୁଗାଣ୍ଡାରେ ଅଧିକ HIV ରୋଗୀ ଅଟନ୍ତି । ବର୍ତ୍ତମାନ ୟୁଗାଣ୍ଡା ସରକାର ଏହାକୁ ନେଇ ପଦକ୍ଷେପ ଉଠାଉ ଛନ୍ତି ।

Comments are closed.