Odisha news

ବନ୍ୟାରେ ବଡଚଣାର ୨୩ ପଞ୍ଚାୟତ କ୍ଷତିଗ୍ରସ୍ତ,୯୭ ରାଜସ୍ୱ ଗ୍ରାମକୁ ମିଳିବ ରିଲିଫ

0

ଉଦୟଗିରି : ଚଳିତ ବନ୍ୟାରେ ବଡଚଣା ବ୍ଲକର ୨୩ ପଞ୍ଚାୟତ ଅଧିନରେ ଥିବା ୯୭ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କ୍ରମେ ଏହି ସବୁ ରାଜସ୍ୱ ଗ୍ରାମର ବିପନ୍ନ ପରିବାରକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ପ୍ରଦାନ କରାଯିବ । ସୂଚନା ଥାଉକି ଏହି ବ୍ଲକ ଅନ୍ତର୍ଗତ ଅଚ୍ୟୁତବସନ୍ତ, ଅଣକା,ଅରଖପୁର,ବଡବାଲିକୁଦା,ବଡଘୁମୁରୀ,ବାଲିପଡିଆ, ଗୋପାଳପୁର, ବନ୍ଦାଳ, ଭରତପୁର,ଚମ୍ପାପୁର,ଚାରିନଙ୍ଗଳ, ପତରାଜପୁର,କୋଲଣଗିରି,କୁନ୍ଦଳ, ମଝିପଡା,ନଳିପୁର,ରାଧାଦେଇପୁର,ରଇପୁର,ସାଉଡିଆ, ଶାନ୍ତିପୁର,ବାଲିଚନ୍ଦ୍ରପୁର, ମାଣ୍ଡୁକା ଓ ବରପଦା ଆଦି ପଞ୍ଚାୟତର ବହୁ ଗ୍ରାମ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ଏପରିକି କେତେକ ପରିବାର ସମ୍ପୁର୍ଣ୍ଣ ବାସହରା ହୋଇଯାଇ ରାଜ ରାସ୍ତାରେ ଆଶ୍ରୟ ନେଇଥିଲେ । ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ ଏହାର ଆକଳନ କରାଯାଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ତେବେ ଏହାକୁ ଜିଲ୍ଲାପାଳ ଅନୁମୋଦନ କଲା ପରେ ୨୦୧୧ ଜନ ଗଣନା ଅନୁଯାୟୀ ରିଲିଫ ପ୍ରଦାନ କରାଯିିବ । ୨୦୧୧ ଜନଗଣନା ଅନୁଯାୟୀ ୨୭୬୪୮ ପରିବାର ରହିଥିବା ବେଳେ ୨୦୨୦ ରେ ୧୫ ପ୍ରତିଶତ ଅଧିକ ବୃଦ୍ଧିକରାଯାଇ ୩୧୭୯୫ ପରିବାର ଭାବେ ସ୍ଥିର କରାଯାଇଛି । ଏହି ପରିବାରସବୁକୁ ୧୫ ହଜାର ୮୯୭ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯିବା ସହ ୧ କୋଟି ୫୮ ଲକ୍ଷ ୫୮ ହଜାର ଟଙ୍କା ସହୟତା ପ୍ରଦାନ କରାଯିବ ବୋଲି ଭାରପ୍ରାପ୍ତ ବିଡିଓ ଅଭୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply