Odisha news

ବଡଚଣା ବନ୍ୟାଞ୍ଚଳ ବୁଲିଲେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ

0

ଉଦୟଗିରି :ବଡଚଣାବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରତିନିଧିଦଳ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ପ୍ରାକ୍ତନ ସାଂସଦ ତଥା ରାଜ୍ୟ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଓ ଜିଲ୍ଲା ପ୍ରଭାରୀ ଜ୍ଞାନଦେବ ବେହରା, ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ, ସନ୍ତୋଷ କୁମାର ନନ୍ଦ,ଉପସଭାପତି ବିଷ୍ଣୁ ଚରଣ ରାଉତପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇ ଗୁରୁବାର ବଡଚଣାର ବନ୍ୟା ପ୍ରଭାବିତ ଅଣକା,କୁନ୍ଦଳ, ମାଣ୍ଡୁକା,ବାଲିଚନ୍ଦ୍ରପୁର, ପତରାଜପୁର, ଚାରିନଙ୍ଗଳ, ରଇପୁର, ସାଉଡିଆ, ଗୋପାଳପୁର, କୋଲଣଗିରି ଆଦି ପଞ୍ଚାୟତ ବିଭିନ୍ନ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ବିପନ୍ନ ମାନଙ୍କ ସହ ଆଲୋଚନା କରିଥିଲେ ।

ବନ୍ୟାର ୧୩ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ରିଲିଫ ପ୍ରଦାନ କରାଯାଇନଥିବା କୁ ନେଇପ୍ରତିନିଧି ମଣ୍ଡଳୀ ସରକାରଙ୍କୁ ସମାଲୋଚନା କରି ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ । ବନ୍ୟାର ୧୩ ଦିନ ପରେ ବି ବିପନ୍ନ ମାନେ ପାାନୀୟଜଳ ପାଇବାରୁ ବଞ୍ଚିତ ଅଛନ୍ତି । ସେହିପରି ନିମ୍ନ ମାନର ରାସ୍ତା କାର୍ଯ୍ୟଯୋଗୁ ବନ୍ୟା ସମୟରେ ମୁଷାଟିକିରି ଗ୍ରାମର ଜଣେ ଯୁବକ ଙ୍କ ଜୀବନ ଚାଲିଗଲା ।

ଏହି ଘଟଣାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାନଙ୍କୁ ଦାୟୀ କରାଯିବା ସହ ସେମାନଙ୍କୁ ଅଦ୍ୟାବଧି କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ । ସେହିପରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ଅଦ୍ୟବଧି ଆର୍ଥିକ ସହୟତା ପ୍ରଦାନ କରାନଯିବା ଅତ୍ୟନ୍ତ ନିନ୍ଦନିୟ ବୋଲି ବୋଲି ମତଦେଇଥିଲେ । ବଡଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ ଙ୍କ ନେତୃତ୍ୱରେ ଫକିର ମୋହନ ବଳ, ଅନିଲ କୁମାର ମହାନ୍ତି, ରତିକାନ୍ତ ପ୍ରଧାନ,ମାନଭଞ୍ଚନ ରାଉତ ରାୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ,ବ୍ଲକ ଯୁବ କଂଗ୍ରେସ ସଭାପତି ସଞ୍ଜୟ କର, ସେକ ରିଆସତ ଅଲ୍ଲି,ଆଶିଷ କୁମାର ଧଳ, ଶିବ ପ୍ରସାଦ ପଟ୍ଟନାୟ, ବଟକୃଷ୍ଣ ଦାସ , ସରୋଜ କୁମାର ଜେନା,ସଂଖ୍ୟା ଲଘୁ ନେତା ସୁଲତାନା ସୈଫୁଲା ଖାନ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।

Govt
Leave A Reply