Odisha news

ଗାଡି ସହ ଗଞ୍ଜେଇ ଜବତ:୫ ଗିରଫ

0
 ଉଦୟ ଗିରି – ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଆଉ ଏକ ଅନ୍ତଃରାଜ୍ୟ ରାକେଟକୁ ଧରିବାରେ ସଫଳ ହେଲା ଆର ଉଦୟଗିରି ପୋଲିସ । ଗୋଟିଏ ଟ୍ରକରେ ୨ କ୍ବିଣ୍ଟାଲ ୭୦କେଜି ଗଞ୍ଜେଇ ସହ ଗୋଟିଏ ମେକ୍ସ ପିକ ଅପକୁ ଜବତ କରିବା ସହ ୫ ମାଫିଆଙ୍କୁ ଗିରଫ କରିଛି ପୋଲିସ  । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ଧାନବାଦ ଜିଲ୍ଲା ଚିରକୁଣ୍ଡା ଥାନା ଅନ୍ତର୍ଗତ ଚର୍ଚ୍ଚପଟେରୀ ଗ୍ରାମ ର ରାମ ରତନ ୟାଦବ , ବିହାର ପ୍ରଦେଶ ର ଜାମୁଇ ଜିଲ୍ଲା ସୁକିନ୍ଦରା ଥାନା ଅନ୍ତର୍ଗତ ରିସିଦ୍ଦି ଗ୍ରାମର ଅମିର ୟାଦବ, ଆର ଉଦୟଗିରି ଥାନା ଅନ୍ତର୍ଗତ ତଲଡା ଗ୍ରାମର ପ୍ରଦୀପ କିଶୋର ଦଳାଇ (ଟିମା) ଓ ଜୀବନ ଦୀପ ଲିମା (ଜାନ)* ଏବଂ ଛେଳିଗଡ ଗ୍ରାମର ତପନ ପାଣି ।
  ଗୁରୁବାର ଛେଲ୍ଲାଗଡ ଜଙ୍ଗଲ ରୁ ଏକ ମେକ୍ସ ପିକ ଅପ ଭ୍ୟାନ ଏସ କୋର୍ଟ କରି ଗଞ୍ଜେଇ ଭରା ଟ୍ରକ ଛେଳିଗଡ ପଟୁ ରାମଗିରି ଦେଇ ଝାରଖଣ୍ଡ ଯାଉଥିବା ବେଳେ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଏବଂ  ଆର ଉଦୟଗିରି ଥାନା ଅଧିକାରୀ ମମତା ନାୟକଙ୍କ ତତ୍ବବଧାନରେ ଛେଳିଗଡ ଛକରେ ପୋଲିସ ଟିମ ଅପେକ୍ଷା କରି ଧରିଥିଲେ। ପୋଲିସର ଯାଞ୍ଜ ବେଳେ ଟ୍ରକର ଗୁପ୍ତ କେଭିନରୁ ୫୨ ଗୋଟି ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ଘଟଣା ସ୍ଥଳରେ ଏକ୍ସକ୍ୟୁଜିଭ ମାଜିଷ୍ଟ୍ରେଟ ଆର ଉଦୟଗିରି ତହସିଲଦାର ସୃତିରଞ୍ଜନ ସତପଥିଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିବା ବେଳେ ୨୭୦ କେଜି ଥିବା ଜଣାପଡିଥିଲା । ଯାହାର ବାହାର ରାଜ୍ୟ ବଜାରରେ ଆନୁମାନିକ ମୁଲ୍ୟ ଏକ କୋଟି ଅସିଏ ହଜାରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା  ଦେଇଛନ୍ତି ଥାନା ଅଧିକାରୀ ମମତା ନାୟକ ।ଏ ନେଇ ରା,ଉଦୟଗିରି ଥାନାରେ ୧୧୧\୨୦  ମାମଲା ରୁଜୁ କରାଯାଛି ।ଏହି ୫ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମମତା ନାୟକ କହିଛନ୍ତି ।
ଗଞ୍ଜେଇ ଚୋରାଚାଲାଣ ବେଳେ ସମୃକ୍ତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେଥି ମଧ୍ୟରୁ ତିନି ଜଣ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ଏବଂ ଅନ୍ୟ ଦୁଇ ଜଣ ହେଲେ ଅନଃରାଜ୍ୟ ଗଞ୍ଜେଇ ବେପାରୀ ଝାରଖଣ୍ଡ ରାଜ୍ୟର । ଗତ କିଛି ଦିନ ହେଲା ଗଞ୍ଜେଇ ଚୋରାଚାଲାଣ ସାମାନ୍ୟ କମିଥିବା ବେଳେ କିଛି ଦିନ ପରେ ପୁଣି ସକ୍ରିୟ ହୋଇପଡିଛନ୍ତି ମାଫିଆ l କିଛି ଦିନ ତଳେ ଏକ କାଜୁ ବୋଝେଇ ଟ୍ରକ ରୁ ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ କାଜୁ କୁ ଚଞ୍ଚକତା କରି ବିକ୍ରି କରାଯାଇଥିବା ଅଭିଯୋଗ ରେ ପୋଲିସ ମୋହନା ବି. ଡ଼ି. ଓଙ୍କ ସମେତ ପଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରିଛି। କିନ୍ତୁ   ଜଣେ ଯୁବକ ପୋଲିସ ନାମରେ ଗଞ୍ଜେଇ ତାଲିକାରୁ ନାମ କାଟିଦେବା ନେଇ ଅନ୍ୟ ଜଣେ ଯୁବକଙ୍କ ସହ ବାର୍ତ୍ତାଳାପର ଅଡିଓ ରେକର୍ଡିଙ୍ଗ ଭାଇରଲ ହେବା ପରେ ମଧ୍ୟ ସମ୍ପୃକ୍ତ ଯୁବକ ଉପରେ ଆଜିଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଅନ୍ୟପଟେ ମୋହନା ଏବଂ ଆର. ଉଦୟଗିରି ଥାନାରୁ ଦୁଇ ଦୁଇ ଜଣ ଗଞ୍ଜେଇ ଅଭିଯୁକ୍ତ ଚମ୍ପଟ ମାରିବା ପରେ ମଧ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ସମ୍ପୃକ୍ତ ଥାନାର କର୍ମଚାରୀଙ୍କ ପ୍ରତି ନେଇନାହିଁ। ଏଥିରୁ ସ୍ୱଷ୍ଟ ଯ  ଯୁବକକୁ ପୋଲିସ ସମ୍ପୂର୍ଣ ସୁରକ୍ଷା ଦେଉଛି। ଯଦି ସେ ପୋଲିସ ପଞ୍ଝାରେ ପଡେ ତେବେ ପୋଲିସ ଏବଂ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଯିବ।
Leave A Reply