ଆର,ଉଦୟଗିରି : ଦିନ ଦିନକୁ ମୋହନା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ସଂକ୍ରମିତଙ୍କ ରୋଗୀଙ୍କ ରହିବା, ଖାଇବା, ଚିକିତ୍ସା ଓଅନ୍ୟାନ୍ୟ ଆନୁସଙ୍ଗିତ ବ୍ୟବସ୍ଥା ଅବେସ୍ଥା ନେଇ କିଛି ଦିନ ତଲେ ଅଭିଯୋଗ ପରେ ଏହାର ପରଖିବା ପାଇଁ ଜିଲ୍ଲାପାଳ ଅନୁପମ ସାହା ଆଜି ଅଚାନକ ମୋହନା ଗସ୍ତ କରିଥିଲେ । ଗସ୍ତ ସମୟରେ କୋଭିଡ୍ କେୟର ସେଣ୍ଟର ଗୁଡିକୁ ଯାଇ ବ୍ୟବସ୍ଥାର ସୁଚାରିଚାଳନା କିପରି ସୁରୁଖୁରରେ ହୋଇପାରିବ ତା ‘ ର ସମୀକ୍ଷା କରିଛନ୍ତି ।
ନୁତନ ଭାବେ ପୂଣ୍ଣିମା ଆଦର୍ଶ ବିଦ୍ୟାଳୟରେ ଖୋଲିବାକୁ ଥିବା କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସମସ୍ତ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଅଧିକାରୀଙ୍କ ପରାମର୍ଶ ଦେଇଛନ୍ତି । କାଳିଆପଟା ଆଇଟିଆଇ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର , ଲୁହାଗୁଡି କୋଭିଡ୍ ସସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତରେ ସ୍ଥାନୀୟ ବିଡିଓ ବଂଶୀଧର ଖୋସଲା, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ , ଡାକ୍ତର ନମିତା ପଣ୍ଡା ଓ ଯନ୍ତୀ ସଗ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।