Odisha news

କାର୍ତ୍ତିକ ମାସରେ ତୁଳସୀ ପୂଜନ ସମୟରେ ପାଠ କରନ୍ତୁ ଏହି ମନ୍ତ୍ର , ବଦଳି ଯିବ ଭାଗ୍ୟ ଓ ବ୍ୟବସାୟ ରେ ଉନ୍ନତି ହେବ

କାର୍ତ୍ତିକ ମାସ ରେ ତୁଳସୀ ପୂଜନ କରିବାର ଖୁବ୍ ମହତ୍ତ୍ଵ ରହିଛି । ଏହି ମାସରେ ଭଗବାନ୍ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ଥାଆନ୍ତି । ଏହି କାରଣରୁ ଏହି ମାସର ଖୁବ୍ ଧାର୍ମିକ ମହତ୍ତ୍ଵ ରହିଛି । କାର୍ତ୍ତିକ ମାସ ଆରମ୍ଭରେ ଧର୍ମ କାର୍ଯ୍ୟ କୁ ବିଶେଷ ଭାବରେ ଗୁରୁତ୍ଵ ଦିଆ ଯାଇଥାଏ । କୁହାଯାଏ ଯେ ଧାର୍ମିକ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଲା ତୁଳସୀ ପୂଜନ ।
ମାନ୍ୟତା ରହିଛି ଯେ ଏହି ମାସରେ ତୁଳସୀ ପୂଜନ କରିବା ଦ୍ୱାରା ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ । ସ୍କନ୍ଦ ପୁରାଣରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ମାସ ଭାବରେ ବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ ତୁଳସୀ ପୂଜନ ର କିଛିଟା ଉପାୟ ଗ୍ରହଣ କରିବା ପାଇଁ । ଯାହା ଦୁଃଖ ଚିନ୍ତା ରୁ ମୁକ୍ତି ଦେଇଥାଏ ।
* ସ୍କନ୍ଦ ପୁରାଣରେ କୁହାଯାଇଛି ଯେ କାର୍ତ୍ତିକ ମାସରେ ତୁଳସୀ ପୂଜନ କଲେ ଅକାଳ ମୃତ୍ୟୁ ରୁ ମଣିଷ ରକ୍ଷା ପାଇଥାଏ । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସରେ ଗୋଟିଏ ମାସ ପର୍ଯ୍ୟନ୍ତ ଦ୍ଵୀପ ଦାନ କରିବା ଦ୍ୱାରା ପରମ ପୁଣ୍ୟ ପ୍ରାପ୍ତି ହୋଇଥାଏ ।
* କାର୍ତ୍ତିକ ମାସରେ ପ୍ରତିଦିନ ତୁଳସୀ ପୂଜନ କରାଯାଇ ଥାଏ । ଏହି ମାସରେ ବିଶେଷ ଭାବରେ ଗୁରୁବାର ଦିନ ତୁଳସୀ ମୂଳରେ ଦୁଗ୍ଧ ଛିଞ୍ଚିବା ଦ୍ଵାରା ଜୀବନରୁ ଯନ୍ତ୍ରଣା ଦୁର ହୋଇଥାଏ ।
* ପ୍ରତିଦିନ ଏହି ତୁଳସୀ ମନ୍ତ୍ରକୁ ଜପ କରନ୍ତୁ । ମାନ୍ୟତା ରହିଛି ଯେ ତୁଳସୀ ମନ୍ତ୍ର ଜପ କଲେ ସାତ ଜନ୍ମ ର ପାପ ଦୁର ହେବ । ” ମହାପ୍ରସାଦ ଜନନୀ , ସର୍ବ ସୌଭାଗ୍ୟ ବର୍ଧିନି, ଆଧି ବ୍ୟାଧି ହରା ନିତ୍ୟମ୍ , ତୁଳସୀ ତ୍ଵମ ନମୋସ୍ତୁତେ । “
* ଛୋଟ ତୁଳସୀ ଗଛ ଗୁରୁବାର ଦିନ ହଳଦିଆ କପଡା ରେ ବାନ୍ଧି ଅଫିସ୍ କିମ୍ବା ଦୋକାନରେ ରଖନ୍ତୁ । ଚାକିରୀରେ ପ୍ରମୋଷନ ହେବା ସହ ବ୍ୟବସାୟ ରେ ଉନ୍ନତି ହେବ ।
* କାର୍ତ୍ତିକ ମାସ ସୋମବାର ଦିନ ତୁଳସୀ ଗଛର ୫ଟି ପତ୍ର ଛିଡାଇ ଭଗବାନ୍ ଶିବ ଓ ଭଗବାନ୍ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହାପରେ ସେହି ପତ୍ରକୁ ଗଙ୍ଗା ଜଳରେ ଧୋଇ ରଖନ୍ତୁ । ଜୀବନରେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂରେଇ ଯିବ ।

Comments are closed.