କାର୍ତିକ ମାସ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ l ଭଗବାନ ବିଷ୍ଣୁ ଚାରିମାସ ପରେ କାର୍ତିକ ମାସରେ ଯୋଗନିଦ୍ରା ରୁ ଉଠି ଥାଆନ୍ତି l ଶାସ୍ତ୍ର ଅନୁସାରେ କାର୍ତିକ ମାସରେ ତୁଳସୀ ବିବାହର ବିଶେଷ ମହତ୍ୱ ରହିଛି l କାର୍ତିକ ମାସ ଶୁକ୍ଲପକ୍ଷ ର ଏକାଦଶୀ ତିଥିରେ ଦେବଉତଥାନ ବଡ଼ ଏକାଦଶୀ ଦିନ ବିଷ୍ଣୁ ଯୋଗ ନିଦ୍ରା ରୁ ଉଠି ଥାଆନ୍ତି l ଚଳିତ ବର୍ଷ ତୁଳସୀ ବିବାହ ନଭେମ୍ବର ୨୪ ତାରିଖ ଦିନ ପାଳନ ହେବ l ମାନ୍ୟତା ରହିଛି ଯେ ଏହିଦିନ କିଛିଟା ବିଶେଷ ଉପାୟ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l
ସୁଖୀ ବୈବାହିକ ଜୀବନ ପାଇଁ କରନ୍ତୁ ଏହି ଉପାୟ –
* ଯଦି ଆପଣଙ୍କ ବୈବାହିକ ଜୀବନ ରେ ଅନେକ ପ୍ରକାର ଅସୁବିଧା ଦେଖା ଯାଉଛି, ତେବେ ତୁଳସୀ ବିବାହ ଦିନ କିଛିଟା ଉପାୟ ନିହାତି କରିବା ଜରୁରୀ l ଉଭୟ ସ୍ୱାମୀ ସ୍ତ୍ରୀ ଏହିଦିନ ପବିତ୍ର ନଦୀ ରେ ସ୍ନାନ କରି ବିଷ୍ଣୁ ଓ ତୁଳସୀଙ୍କ ଦର୍ଶନ କରିବା ଜରୁରୀ l
* ଏହିଦିନ କିଛିଟା ତୁଳସୀ ପତ୍ରକୁ ଗଙ୍ଗାଜଳ ରେ ବୁଡାଇ ଘରର ଚାରିଆଡେ ଛିଞ୍ଚି ଦିଅନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ର ସଂଚାର ହୋଇଥାଏ l ଏବଂ ଡାମାଟି ଜୀବନ ସୁଖମୟ ହୋଇଥାଏ l
* ତୁଳସୀ ପତ୍ର କୁ କଦାପି ଏକାଦଶୀ ଓ ଦ୍ୱାଦଶୀ ଦିନରେ ତୋଳିବା ଉଚିତ ନୁହେଁ l ଏହିଦିନ ଆପଣ ଯଦି ଗଛରୁ ଖସି ପଡିଥିବା ତୁଳସୀ ପତ୍ରକୁ ବ୍ୟବହାର କରିବେ ଏହାଦ୍ୱାରା ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପା ପ୍ରାପ୍ତ ହେବ l
* ତୁଳସୀ ବିବାହ ଦିନ ମା ବୃନ୍ଦାବତୀ ଙ୍କୁ ଶଙ୍ଖା ସିନ୍ଦୁର ଏବଂ ନାଲି ବସ୍ତ୍ର ଅର୍ପଣ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ l ଏହିଦିନ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ତୁଳସୀ ବିବାହ ପାଳନ କରିବା ଦ୍ୱାରା ବୈବାହିକ ଜୀବନ ର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l
* ତୁଳସୀ ବିବାହ ଦିନ ମା ତୁଳସୀ ଓ ଶାଳଗ୍ରାମ ଙ୍କୁ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ର ସମସ୍ତ ଅସୁବିଧା ଦୂର ହୋଇଥାଏ l ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଖୁବ ମଧୁର ହୋଇଥାଏ l
