ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି l କିନ୍ତୁ ତୁଳସୀ ବୃକ୍ଷ ସର୍ବଦା ପୂଜନୀୟ ଅଟେ l ବ୍ରହ୍ମବୈବର୍ତ୍ତ ପୁୁରାଣ ଅନୁସାରେ ଭଗବାନ ବିଷ୍ଣୁ ଏହି ପୁରାଣ ରେ ତୁଳସୀ ଙ୍କ ସହିତ ଜଡିତ ଗୋଟିଏ ପ୍ରଶ୍ନ କହିଛନ୍ତି l ଯାହାକି ଲୋକ ମାନଙ୍କର ସମସ୍ତ ସମସ୍ୟା ର ସମାଧାନ କରିବ l ଏହି ପୁରାଣ ଅନୁସାରେ ଦେବର୍ଷି ନାରଦ ଭଗବାନ ବିଷ୍ଣୁ ଙ୍କୁ ଏହି ମନ୍ତ୍ର ବିଷୟରେ ପଚାରିଥିଲେ l
* ଭଗବାନ ବିଷ୍ଣୁ ବ୍ରହ୍ମ ମୁହୂର୍ତ ରୁ ଏହି ମନ୍ତ୍ର ଟିକୁ ପାଠ କରିବା ପାଇଁ କହିଥିଲେ l ଏହି ମନ୍ତ୍ର ଟି ହେଲା ” ଓଂ ଶ୍ରୀଙ୍ଗ ହିଂ କ୍ଲିଂ ଏଙ୍ଗ ବୃନ୍ଦାବନ୍ୟେ ସ୍ୱାହା ” ଜପ କରିବାକୁ ଦେବର୍ଷି ନାରଦ ଙ୍କୁ କଧଥିଲେ l
* ଯଦି କେହି ବ୍ୟକ୍ତି ଦୀର୍ଘ ଦିନରୁ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି ତେବେ ତୁଳସୀ ପୂଜନ ସମୟରେ ଏହି ମନ୍ତ୍ରକୁ ପାଠ କରନ୍ତୁ l ଏହାକୁ ପ୍ରତିଦିନ ବ୍ରହ୍ମମୁହୂର୍ତ୍ତ ରୁ ଗାଧୋଇ ପାଠ କରିବା ଜରୁରୀ l ଏହାଦ୍ୱାରା ଦରିଦ୍ରତା ଦୂର ହୋଇଥାଏ l
* ଯଦି କୌଣସି ମହିଳା ପ୍ରତିଦିନ ସକାଳୁ ତୁଳସୀ ବୃକ୍ଷକୁ ପୂଜା କରି ଏହି ମନ୍ତ୍ର କୁ ପାଠ କରିଥାଏ ତେବେ ସେ ସୌଭାଗ୍ୟବତୀ ହୋଇଥାଏ l ଏହି ମନ୍ତ୍ର କୁ ପାଠ କରିବା ସମୟରେ ମା ବୃନ୍ଦାବତୀ ଙ୍କୁ ଧ୍ୟାନ କରି ପାଠ କରିବା ଜରୁରୀ l
* ତୁଳସୀ ପୂଜନ ସମୟରେ ଏହି ମନ୍ତ୍ରକୁ ପାଠ କରିବା ବେଳେ ପୂର୍ବ ଦିଗକୁ ମୁଖ କରି ପାଠ କରନ୍ତୁ l ଯାହାଦ୍ୱାରା ଜୀବନ ସୁଖମୟ ହୋଇଥାଏ l
